ରାୟଗଡାରେ ଦିତୀୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ

64 0

ମୁନିଗୁଡା :(ରମାକାନ୍ତ ପୋଡାଲ )ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ତତ୍ତ୍ବାବଧାନରେ ରାୟଗଡା ଜିଲ୍ଲା ସିଭିଲକୋର୍ଟ ପରିସରରେ ଆଜି ଦିତୀୟ ରାଷ୍ଟ୍ରିୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି ଲୋକ ଅଦାଲତରେ ରାୟଗଡା ମୂଖ୍ୟ କୋର୍ଟ ସମେତ ଗୁଣୁପୁର, ବିଷମକଟକ, କାଶିପୁର ରେ ଦୀର୍ଘ ଦିନ ଧରି ପଡିରହିଥିବା ୧୮୫ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ. ୫୭୭୨୫୫୫ (ସତାବନ ଲକ୍ଷ ବାସ୍ତରୀ ହଜାର ପାଞ୍ଛ ସହ ପଞ୍ଛାବନ) ଟଙ୍କା, ରାଜସ୍ବ ସମ୍ବନ୍ଧିତ ୩୧୧୩ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ. ୨୨୧୫୬ (ବାଇସ ହଜାର ଶହେ ଛପନ) ଟଙ୍କା ଓ ପ୍ରିଲିଟିଗେସନ ସମ୍ବନ୍ଧିତ ୨୫ ଟି ମାମଲାର ଫଇସଲା ହୋଇ ଜରିମାନା ବାବଦକୁ ଟ.୮୯୪୦୦୦/-( ଆଠ ଲକ୍ଷ ଚଉରାନବେ ହଜାର) ଟଙ୍କା ଆଦାୟ ହୋଇଛି l

ଏହି ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ପରିଚାଳନା କରିଥିଲେ I ଏଥିରେ ପରିବାର ଅଦାଲତ ର ବିଚାରପତି ଶ୍ରୀ ଅମରୂତ ରଞ୍ଜନ ନନ୍ଦ, ସ୍ଥାୟୀ ଲୋକଅଦାଲତର ଅଧ୍ୟକ୍ଷ ଶ୍ରୀ ଏସ.ଏ.କେ ଜାହିରା ଅହମଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରିନା ଚୌଧୁରୀ, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନଲ ଶର୍ମା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସୌମ୍ୟରୂପ ସାହୁ, ଅନୁବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଗୁରୁଚରଣ ଜେନାମଣୀ, ଗ୍ରାମ୍ୟ ନ୍ୟାୟାଧିକାରୀ ଶ୍ରୀମତି ସୁଭାସିନୀ ବେହେରା, ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଚନ୍ଦନ ଦେହୁରୀ ପ୍ରମୁଖ ଯୋଗଦେଇଥିଲେ l ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଜିଲ୍ଲା ଅଦାଲତ ର କର୍ମଚାରୀ ମାନେ ଏଥିରେ ସହଯୋଗ କରିଥିଲେ l

Related Post

ବାପଘରେ ବିବାହିତା ମହିଳାଙ୍କ ମୃତ୍ୟୁ, ଥାନାରେ ଅଭିଯୋଗ କଲେ ସ୍ଵାମୀ

Posted by - July 18, 2021 0
ବୌଦ୍ଧ:୧୮/୭( ଚିତ୍ତରଂଜନ ସିଂ) ବୌଦ୍ଧଜିଲ୍ଲା ପୁରୁଣାକଟକ ଥାନା ଫୁଲଝରି ଗ୍ରାମରେ ବାପଘରକୁ ବୁଲି ଆସିଥିବା ଜଣେ ବିବାହିତା ମହିଳା ଗତ ବୁଧବାର ସନ୍ଧେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି…

ସୁବର୍ଣ୍ଣପୁର ଜିଲ୍ଲାର ରବି 2022-23 ନିମନ୍ତେ ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ

Posted by - December 22, 2022 0
ସୁବର୍ଣ୍ଣପୁର : (ଅଜିତ କୁମାର ପୁଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାର ରବି 2022-23 ନିମନ୍ତେ ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଧାରଣ କମିଟି ବୈଠକ ଜିଲ୍ଲାପାଳ ଙ୍କ ସମ୍ମିଳନୀ…

ଖପ୍ରାଖୋଲ ପୋଲିସ ର ଚଢ଼ାଉ, ପାଞ୍ଚ ଜଣ ଦାଦନ ଶ୍ରମିକ ଉଦ୍ଧାର, ଗାଡ଼ି ଜବତ, ଡ଼୍ରାଇଭର ସହ ଦୁଇ ଦଲାଲ କୋର୍ଟ ଚାଲାଣ

Posted by - November 10, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ଥାନା ଓଡ଼ିଆପାଲି ପଞ୍ଚାୟତ କରଲାବହାଳି ଠାରେ ପେଟ୍ରୋଲିଂ ବେଳେ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ଗୋଟିଏ ଶିଶୁ ସମେତ…

ଖପ୍ରାଖୋଲ ରୁ ବାହାରିଲା କୃଷକ ସଚେତନତା ରଥ

Posted by - August 24, 2022 0
ଖପ୍ରାଖୋଲ:( ତାପସ ରଞ୍ଜନ ବେହେରା) ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ କୃଷକ ସଚେତନତା ରଥ ର ଶୁଭାରମ୍ଭ ବୁଧବାର ହୋଇଯାଇଛି। ଏହିକର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି…

ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତ

Posted by - February 9, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଜଳ ସମ୍ପଦ ବିଭାଗ ଓଡିଶା ଓ ଜିଲ୍ଲା ପ୍ରଶାସନ ସୁବର୍ଣ୍ଣପୁର ଆନୁକୂଲ୍ୟରେ ତା ୦୧ ରୁ ୧୫ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷପାଳନ ଅବସରରେ…