Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଭବାନୀପାଟଣାରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

53 0

ଭବାନୀପାଟଣା:(ନରେନ୍ଦ୍ର ନେଗୀ)ସ୍ଥାନୀୟ ଜିଲ୍ଲା କୋଟ ପରିସରରେ ଶନିବାର ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଓ ଦୌରାଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ମାନ୍ୟବର ଦୀପ୍ତି ରଞ୍ଜନ କାନୁନଗୋ ଓ ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଶ୍ରୀ ଶୁଭ ଗୌତମ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଥିଲା l ଏଥିରେ 7ଟି ମୋଟର ଦୁର୍ଘଟଣା ଜନିତ ମାମଲାର ଫଇସଲା କରାଯାଇ କ୍ଷତିପୂରଣ ବାବଦକୁ 21, 25, 000 ଟଙ୍କା ପ୍ରଦାନ କରାଯାଇଥିଲା l

ସେହିପରି 29ଟି ଦେବାନୀ ମକଦ୍ଦମା ଫଇସଲା କରାଯାଇଥିଲା l ବିଚାର ଯୋଗ୍ୟ 151ଟି ଫୌଜଦାରୀ ମକଦ୍ଦମାର ଫଇସଲା କରାଯାଇଥିଲା l ଏନ ୱାନ ଏକ୍ଟ ର 2ଟି ଫଇସଲା କରାଯାଇ 3,55,645 ଟଙ୍କା ଆଦାୟ କରାଯାଇଥିଲା l ବିବାହ ଜନିତ 10ଟି ମକଦ୍ଦମାର ଫଇସଲା କରାଯାଇଥିଲା l 56ଟି ରାଜସ୍ବ ମକଦ୍ଦମାର ଫଇସଲା କରାଯାଇ 1, 11, 616 ଟଙ୍କା ଆଦାୟ କରାଯାଇଥିଲା l ଏହାସହ 117 ଟି ପ୍ରାକ ମୋକଦ୍ଦମା ସମ୍ବନ୍ଧୀୟ ମାମଲାର ଫଇସଲା କରାଯାଇ 25, 16, 152 ଟଙ୍କା ଆଦାୟ କରାଯାଇଥିଲା l

ଅନୁଷ୍ଠିତ ଲୋକ ଅଦାଲତରେ ପରିବାର ଅଦାଲତ ଜଜ ମାନ୍ୟବର ଲଳିତ କୁମାର ଦାସ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ କଳାହାଣ୍ଡି ଶ୍ରୀ ଶୁଭ ଗୌତମ ମିଶ୍ର ବରିଷ୍ଠ ସିଭିଲ ଜଜ ରଶ୍ମିତା ପାତ୍ର, ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପି. ସିତlଲକ୍ଷ୍ମୀ, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଲୋଫର ପ୍ରମୁଖ ଉପସ୍ଥିତ ରହି ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ପରିଚାଳନା କରିଥିଲେ l

Related Post

ହରଭଙ୍ଗା ବ୍ଲକ ପ୍ରାଣୀ ସମ୍ପଦ ବିକାଶ ତରଫରୁ ଗୋବନ୍ଧ୍ୟା ନିରାକରଣ ଓ ପ୍ରାଣୀ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

Posted by - February 27, 2023 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଂଚାୟତ ସାକୁଷୀଙ୍ଗା ଗ୍ରାମରେ ଏକ ଗୋଵନ୍ଧ୍ୟା ନିରାକରଣ ଓ ଚିକିତ୍ସା ଶିବିର…

ସମ୍ବଲପୁର ପ୍ରେସ କ୍ଲବରେ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 16, 2021 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ଆଜି ହେଉଛି ଜାତୀୟ ପ୍ରେସ ଦିବସ। ଏହି ଅବସରରେ ରେ ଆଜି ସମ୍ବଲପୁର ପ୍ରେସ କ୍ଲବ ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।…

ସୁବର୍ଣ୍ଣପୁର ଗଙ୍ଗାଧର ମେହେର ଛକ ନିକଟରେ ଥିବା ଏକ କପଡା ଦୋକାନରେ ଅଗ୍ନିକାଣ୍ଡା

Posted by - May 20, 2022 0
ସୋନପୁର:(ଅଜିତ କୁମାର ପୂଜହାରି)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ବଡବଜାର ଗଙ୍ଗାଧର ମେହେର ଛକ ନିକଟରେ ଥିବା ଏକ କପଡା ଦୋକାନରେ ଅଗ୍ନିକାଣ୍ଡା । ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ…

ଘୁନସର ଠାରେ ପଞ୍ଚାୟତ ଲୋକସେବା ଶିବିର

Posted by - September 13, 2022 0
ଖପ୍ରାଖୋଲ:(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଘୁନସର ଠାରେ ପଞ୍ଚାୟତ ଲୋକ ସେବା ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିପିଓ ସୁଶାନ୍ତ କୁମାର ପାଣି ଅଧ୍ୟକ୍ଷତାରେ ଅନୁଷ୍ଠିତ…

କେନ୍ଦୁଝର କୁ ପାଣ୍ତିଆନ ଙ୍କ ଗସ୍ତନେଇ ଯୁଦ୍ଧକାଳୀନ ଭିତ୍ତିରେ କେନ୍ଦୁଝର ମୁଖ୍ୟଚ଼ିକିତ୍ସାଳୟ ସଫେଇ,

Posted by - October 12, 2019 0
କେନ୍ଦୁଝର,୧୧/୧୦ ଆସନ୍ତା ୧୪ରିଖ କେନ୍ଦୁଝର ଜିଲ୍ଲା କୁ ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ୫ଡ଼ି ସଚ଼ିବ ପାଣ୍ତିଆନ ଗସ୍ତନେଇ ଆଜି ମୁଖ୍ୟ ଚ଼ିକିତ୍ସାଳୟ ଯୁଦ୍ଧ କାଳୀନ ସ୍ଥିତିରେ କେନ୍ଦୁଝର ପୈାରପାଳିକା…