ମୁନିଗୁଡ଼ା:( ରୁ ରମାକାନ୍ତ ପଡାଲ)ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଟିକରପଡା ହରିଜନ୍ ସାହିରେ-ସକାଳ ୭ ଟା ସମୟରେ ମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଉପଲକ୍ଷେ ଗଙ୍ଗା ଆବାହନ ଓ କଳସ ଯାତ୍ରା ସହିତ ପାଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ମୁନିଖୋଲ ପଞ୍ଚାୟତ ର ବଡନାଳ, ନଦୀ କୂଳ ଠାରେ ମୁଖ୍ୟ ପୂଜାରୀ ହରି କରକରିଆ ଙ୍କ,ରୀତୀ, ନୀତି ଅନୁସାରେ ପୂଜା ଅର୍ଚ୍ଚନା କରି ଗଙ୍ଗା ଜଳକୁ ବିଧି ବଧ ସହ ଗଙ୍ଗା ଆବାହନ କରି। ଗୋଟିଏ ପରେ ଗୋଟିଏ କରି।
ଗଙ୍ଗା ଜଳ କଳସରେ ଉଠାଇ, ଦେବାପରେ ମୁନିଖୋଲ ପଞ୍ଚାୟତ ଠାରୁ, ମୁନିଗୁଡ଼ା ଟିକରପଡା ହରିଜନ୍ ସାହି ପର୍ଯ୍ୟନ୍ତ । ଶତାଧିକ ମହିଳା ଭକ୍ତ ଓ କୁନିକୁନି ଝିଅମାନେ କଳସ ଗଙ୍ଗା ଜଳ ମୁଣ୍ଡରେ ଧରି ସହର ପରିକ୍ରମାକରି, ଟିକରପଡା ହରିଜନ୍ ସାହିର ଘଣ୍ଟ ଯାତ୍ରା ପୂଜା ମଣ୍ଡପ କୁ ପହଞ୍ଚି ଥିଲେ।
ଏହି ଅବସରରେ ପୂଜା କମିଟି ପକ୍ଷରୁ ଅଣାଯାଇଥିବା କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ର ସୋସିଆଲ ମିଡିଆ ମାଧ୍ୟମରେ ହାଇଲାଇଟ୍, ହୋଇ ଥିବା। କଟାପା ନୂତନ ଭାବରେ ପ୍ରସିଦ୍ଧ ହୋଇ ଥିବା ସମ୍ବଳ ପୁରୀ ନାଚ, କଟାପା ଭେସ ଭୂଷଣ ସାଜି ସମ୍ବଳ ପୁରୀ ନାଚଗୀତ କରି ମୁନିଖୋଲ ପଞ୍ଚାୟତ ଠାରୁ ସହରପରିକ୍ରମା କରି ଟିକରପଡା ହରିଜନ୍ ସାହି ପର୍ଯ୍ୟନ୍ତ ଆସି ଥିବା ଦେଖିବାକୁ ମିଳିଥିଲା। ଏଥିରେ ଜିଲ୍ଲା ପୂର୍ବ ତନ ବିଜେଡି ନେତା ସ୍ଵତନ୍ତ୍ର ଜାତୀ, ଜନଜାତି ଉନ୍ନୟନ ପରିଷଦ ଅଧ୍ୟକ୍ଷ ତଥା କୋରାପୁଟ ସମବାୟ ବ୍ୟାଙ୍କ ନିର୍ଦେଶକ ଶ୍ରୀଯୁକ୍ତ ଜଗନ୍ନାଥ ନୁଣ୍ଡୃକା, ବରିଷ୍ଠ ବିଜେଡି ନେତା ବୃନ୍ଦାବନ ପାଢ଼ୀ , ଜିଲ୍ଲା ସମ୍ପାଦକ ପୂର୍ଣ୍ଣ ଗୈଡ଼, ଯୋଗଦେଇଥିଲେ । ଏହି କଟାପା ସମ୍ବଳ ପୁରୀ ଗୃପ୍ ବିଭିନ୍ନ ରାଜ୍ୟରେ ଏବଂ ବିଭିନ୍ନ ଜିଲ୍ଲାରେଗୈରବ ନାମ ଅର୍ଜନ କରିଥିବା । କଟାପା ଗୃପ୍ ତରଫରୁ ଓ ପୂଜା କମିଟି ପକ୍ଷରୁ ଜଣାଯାଇଛି।କଟାପା ସମ୍ବଳ ପୁରୀ ନାଚଗୀତ ଆଖି ର ଝଲକେ ଦେଖିବାକୁ ଲୋକଙ୍କ ଜନଗହଳି ପୂର୍ଣ୍ଣ ହୋଇ ଭିଡ଼ ଜମିଯାଇଥିବା ଦେଖିବାକୁ ମିଳିଥିଲା।
ସେହି ପରିପ୍ରେକ୍ଷୀରେ ମାଁ ଠାକୁରାଣୀ ଘଣ୍ଟ ଯାତ୍ରା ଉପଲକ୍ଷେ ଅପରାହ୍ନ ୪ ଟା ସମୟରେ ମୁଖ୍ୟ ପୂଜାରୀ ଙ୍କ ନେତୃତ୍ୱରେ ବିଧିବଦ୍ଧ ଭାବରେ ପୂଜାର୍ଚ୍ଚନା କରି ପାଦ ଅଣାଯାଇ ,ପୂଜା ମଣ୍ଡପ ନିକଟରେ ସ୍ଥାପନ କରାଯାଇଥିଲା। ଏହି ସବୁ କାର୍ଯ୍ୟ କରିବା ଦ୍ୱାରା ଗ୍ରାମ ର ମଙ୍ଗଳ ହୋଇ ଥାଏ ବୋଲି ବିସ୍ଵାସ ରହିଛି।ଓ ଏହି ଯାତ୍ରା ଶହଶହ ବର୍ଷ ଧରି ଚାଲୁରହିଛି ବୋଲି ମୁଖ୍ୟ ପୂଜାରୀ କହିଛନ୍ତି। ପୂଜା ପରିଚାଳନା କମିଟି ସଭାପତି ତଥା ଗାଁ ନାଏକ୍, ଦୟାନିଧି କୁଶୁଲିଆ, ସମ୍ପାଦକ ପ୍ରଭାଟାକ୍ରୀ,କେସିୟର ସୂର୍ଯ୍ୟ ନାଗ, ଧଙ୍ଗଡା ମାଝୀ ସୁଜିତ ଗରଡିଆ, ଭାଗିରଥି ନାଗ,ଅଜୟ ନାଗ,ସମ୍ନାଥ କରକରିଆ ଟୁନା କରକରିଆ, ରମେଶ୍ କନ୍ଧ ପାଣି, ଜିଲ୍ଲା ପରିଷଦ ମାଧବୀ କନ୍ଧ ପାଣି, ସରପଂଚ ସରସ୍ଵତୀ ଶବର, ଗରିବ ଗରଡିଆ, ନରେନ୍ଦ୍ର ନାଗ, ଲକ୍ଷ୍ମଣ କୁଶୁଲିଆ, ଜୟପାଲକା,ଜଗତ ନାଗ,ବୁଡୁ ନାଗ, ଅନ୍ତ ବାଗ୍ , ପ୍ରମୁଖ ଯୋଗଦାନ କରି ସହରପରିକ୍ରମା ରେ ପରିଚାଳିତ କରିଥିଲେ।
ଏହି ଘଣ୍ଟ ଯାତ୍ରା ନଅଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ରାତିରେ ଶେଷ ଯାଏ ଅଞ୍ଚଳ ବାସିଙ୍କ ପାଇଁ ବିଭିନ୍ନ ମନୋରଞ୍ଜନ ପାଇଁ ସମ୍ବଳ ପୁରୀ ,ମେଲୋଡି ଓ ବିଭିନ୍ନ କାର୍ଯ୍ୟକ୍ରମ ଚାଲୁ ରହିବ। ବୋଲି କମିଟି ପକ୍ଷରୁ ସମ୍ନାଥ କରକରିଆ ଟୁନା କରକରିଆ ପଟ୍ଟନାୟକ, କୁଶୁଲିଆ, ପରମୈ କରକରିଆ, ପ୍ରକାଶ କରିଚନ୍ତି ,। ଏହି ଯାତ୍ରା ଉପଲକ୍ଷେ ମୁନିଗୁଡ଼ା ଆଇ ଆଇସି ସୁଜ୍ଞାନୀ ସାହୁ ଙ୍କ ନେତୃତ୍ୱରେ ମୁନିଗୁଡ଼ା ପୋଲିସ ବିଭାଗ ତରଫରୁ କଳସ ଯାତ୍ରା ରେ ମୁତୟନ କରାଯାଇଥିବା ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।