ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ୨୩ ଟି ହାଇସ୍କୁଲର 5ଟି ରୂପାନ୍ତରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସି ଜରିଆରେ ଉଦ୍ଘାଟନ କରିଛନ୍ତି ।
ଜିଲ୍ଲାର ବଡ଼ବନ୍ଧ ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କଣ୍ଟାମାଳ ବିଧାୟକ ମହିଧର ରଣା , ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରବାସିନୀ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଏହି ରୂପାନ୍ତରିତ କାର୍ଯ୍ୟକ୍ରମରେ ସମସ୍ତ ବିଦ୍ୟାଳୟ ଗୁଡିକର ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ରୁମ, ଅତ୍ୟାଧୁନିକ ସାଇନ୍ସ ଲାବରଟୋରି, ଉନ୍ନତମାନର ଖେଳ ପଡିଆ ସହ କ୍ରୀଡା ଉପକରଣ ଆଦି ସ୍ଥାନ ପାଇ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ସରକାରୀ ସ୍କୁଲ ପ୍ରତି ଆକୃଷ୍ଟ କରିଛି । ମୁଖ୍ୟମନ୍ତ୍ରୀଙ୍କ ସହ ବଦବନ୍ଧ ବାଳିକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ସୁଶ୍ରୀ ସ୍ଵାତି ସିମରନ ଚିନରା କଥା ହୋଇ ନିଜର ଅନୁଭୂତି ବଖାଣିଥିଲେ l