ଭୁବନେଶ୍ବର :ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଭାପତି ସତ୍ୟଜିତ ମହାପାତ୍ରଙ୍କ ଆହ୍ବାନ କ୍ରମେ ମହାସଂଘର ସାଧାରଣ ସମ୍ପାଦକ କାହ୍ନl ନାୟକଙ୍କ ନେତୃତ୍ୱରେ ଏକ ପନ୍ଦର ଜଣିଆ ଟିମ କଟକ ଜିଲ୍ଲା ନିଆଳି ଥାନା ଅଧିକାରୀ ବିଜୟ ମଲିକଙ୍କୁ ସାକ୍ଷାତ କରି ସାମ୍ବାଦିକଙ୍କୁ ଆକ୍ରମଣ ର ତଦନ୍ତ ପାଇଁ ଅଭିଯୋଗ କରିଥିଲା ।
ସୂଚନା ଯୋଗ୍ୟ କି,କଟକ ଜିଲ୍ଲା ନିଆଳି TIMES ODIA ପ୍ରତିନିଧି ବିନୟ କୁମାର ମହାପାତ୍ରଙ୍କୁ ହତ୍ୟା ଧମକ ଓ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଥିଲା ।
କିନ୍ତୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରୁନଥିବାରୁ ମହାସଂଘ ପକ୍ଷରୁ ଅଭିଯୁକ୍ତ କୁ ଗିରଫ ନେଇ ପ୍ରତିବାଦ କରାଯାଇଥିଲା । ପରେ ନିଆଳି ଥାନା ଥନାଧିକାରୀ ଏବଂ କଟକ ଜିଲ୍ଲା ଏସପି ଅଭିଯୁକ୍ତ କୁ ଗିରଫ କରିବା ନେଇ ନିର୍ଭର ପ୍ରତିଶୃତି ଦେବା ପରେ ସଂଘର ସଦସ୍ୟମାନେ ଆନ୍ଦୋଳନରୁ ଓହରିଥିଲେ। ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ ସଫଳ ହେବା ସହ ବିଭିନ୍ନ ଜିଲ୍ଲାରୁ ଆସି ଯୋଗ ଦେଇଥିବା ସଂଘ ର ସଦସ୍ୟ ଙ୍କୁ ମହସଂଘ ପକ୍ଷରୁ ବିଶେଷ କୃତଜ୍ଞତା ପ୍ରଦାନ କରାଗଲା।