କାଶୀପୁର ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁବାବୁଙ୍କ ଜନ୍ମ ଜୟନ୍ତୀ ଓ ଓକିଲ ଦିବସ ପାଳନ

113 0

କାଶୀପୁର:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଠାରେ କାଶୀପୁର ଓକିଲ ସଂଘ ତରଫରୁ ଉତ୍କଳ ଗୌରବ ମଧୁସୁଧନ ଦାସଙ୍କ ଜନ୍ମ ଜୟନ୍ତୀ ପାଳନ ତଥା ଓକିଲ ଦିବସ ଉତ୍ସବକୁ ବହୁ ଆଡମ୍ବର ସହକାରେ ପାଳନ କରାଯାଇଛି lଏହି ଅବସରକୁ କାଶୀପୁର ଓକିଲ ସଂଘର ସଭ୍ୟବୃନ୍ଦ ଓ ଅଦାଲତ କର୍ମଚାରୀ ମାନେ ଉପସ୍ଥିତ ଥିଲେ ଏବଂ ମଧୁ ବାବୁଙ୍କ ସ୍ମୃତିକୁ ଉନ୍ମଚନ କରିଥିଲେ lଏହି କାର୍ଯ୍ୟକ୍ରମ ରେ କାଶୀପୁର ଅତିରିକ୍ତ ଦେୱାନୀ ବିଚାରପତି କନିଷ୍ଠ ବିଭାଗ ଏବଂ ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ଶୋଭନ କୁମାର

ପଣ୍ଡା ଯଥାକ୍ରମେ ମୁଖ୍ୟ ଅତିଥି,କାଶୀପୁର ବ୍ଲକ ବରିଷ୍ଠ ଓକିଲ ପି. କେ. ସିଂଦେଓ ସନ୍ନମାନ୍ୱିତ ଅତିଥି ଓ ପୂର୍ବତନ କାଶୀପୁର ଓକିଲ ସଂଘ ସଭାପତି ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ବକ୍ତା ଭାବେ ଉପସ୍ଥିତ ରହି ପ୍ରବାଦ ପୁରୁଷ ଉତ୍କଳ ଗୌରବ ମଧୁବାବୁଙ୍କ ଫଟୋଚିତ୍ରରେ ପ୍ରଦ୍ବୀପ ପ୍ରଜ୍ବଳନ କରି ପୁଷ୍ପ ମାଲ୍ୟାର୍ପଣ କରିଥିଲେ l

ମଧୁ ବାବୁଙ୍କ ଜନ୍ମ ଜୟନ୍ତୀ ଓ ଓକିଲ ଦିବସରେ ବିଚାରପତି ଶ୍ରୀ ପଣ୍ଡା, ବରିଷ୍ଠ ଆଇନଜୀବୀ ଶ୍ରୀ ପିକେ ସିଂଦେଓ ମଧୁବାବୁ ଙ୍କ ଓଡିଶା ପ୍ରତି ଉତ୍ସାର୍ଗ ଓ ତାଙ୍କ ଅବଦାନକୁ ପ୍ରତିପାଦନ କରିଥିଲେ l ଓକିଲ ସଂଘ ସଭାପତି ଶ୍ରୀ କନେଇ ଲାଲ ଜଏନ ଏକ ପଂକ୍ତି କ୍ରମେ ‘ କାଳିଆ ଘଡ଼ାରେ ଚଢିବା ଓ ମଧୁବାବୁଙ୍କ ପରି ଲଢିବା ବୋଲି ଓକିଲଙ୍କୁ ପ୍ରେରିତ କରିଥିଲେ lଏହି ଭଳି ପୂର୍ବତନ ସଭାପତି ଶ୍ରୀ ମହାପାତ୍ର ମଧ୍ୟ ମଧୁବାବୁଙ୍କ ସମ୍ପୂର୍ଣ ଯିବନି ଉପରେ ଆଧାରିତ ତାଙ୍କ ଓଡିଶା ପ୍ରତି ଆବୋଦାନ ଯାହାକି “ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା, ସ୍ୱତନ୍ତ୍ର ଓଡ଼ିଆ ଭାଷାର ମାନ୍ୟତା, ଓଡ଼ିଶାରେ ଉଚ୍ଚ ନ୍ୟାୟାଳୟ ର ସ୍ଥାଇ ବେଞ୍ଚ ଏବଂ କଲିକତାରୁ ଓଡିଶା ଯାତ୍ରା ବିଷୟରେ ସମ୍ପୂର୍ଣ ରୂପେ ବିସ୍ତାର କରି ଉଦବୋଧନ ଦେଇଥିଲେ l

ଏହି କାର୍ଯ୍ୟକ୍ରମକୁ ଓକିଲ ଉପେନ୍ଦ୍ର ମାଝୀ ଶୁପରିଚାଳନା ର ଦାଇତ୍ୱ ତୁଲାଇ ଥିଲେ lକାର୍ଯ୍ୟକ୍ରମରେ ଓକିଲଙ୍କ ମଧ୍ୟରୁ ଉପସଭାପତି ରାମ ମୋହନ ମହାନ୍ତି, ସମ୍ପାଦକ ପ୍ରେମାନନ୍ଦ ନାଏକ,ସରକାରୀ ଓକିଲ କରମଚାନ୍ଦ ପ୍ରଧାନ, ପ୍ରମୋଦ କୁମାର ନାୟକ, ଘନଶ୍ୟାମ ନାଏକ,ହରପ୍ରଶାଦ ନାୟକ, ଅମିତ କୁମାର ନାୟକ, କୈଳାଶ ଚନ୍ଦ୍ର ପୂଜାରୀ,ଭଗବାନ ପାତ୍ର, ରାଶି ମାଝୀ, ଲକ୍ଷୀ କାନ୍ତ ପାତ୍ର ଓ ଅନ୍ୟପ୍ରମୁଖ ଉପସ୍ଥିତ ଥିଲେ l

Related Post

ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ

Posted by - July 20, 2020 243
ଭୁବନେଶ୍ବର :ଓଡିଆ ଚଳଚ୍ଚିତ୍ର ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନର ଅଧିକାରୀ ବିଜୟ ମହାନ୍ତି ଅଭିନେତା ତଥା ନିର୍ଦ୍ଦେଶକ ଆଉ  ନାହାନ୍ତି । ଗତ କିଛି ମାସ ଧରି ଅସୁସ୍ଥ…

ବିଂଝାରପୁର ପୂର୍ବ ଛାତ୍ର ବିଜେଡି ନେତା ଗିରଫ

Posted by - October 16, 2019 1,311
ବିବାହ ପ୍ରତିଶ୍ରୁତି ଦେଇ ସମ୍ପର୍କୀୟ ଭାଣିଜୀକୁ ପ୍ରତାରଣା ଘଟଣାରେ ଫେରାର ଥିବା ଯାଜପୁରର ବିଂଝାରପୁର ବ୍ଲକର ପୂର୍ବତନ ଛାତ୍ର ବିଜେଡି ସଭାପତି ଜିତେନ୍ଦ୍ର ପ୍ରଧାନକୁ ପୁଲିସ ଗିରଫ…

ସୋନପୁର ମହାବିଦ୍ୟାଳୟରେ ବଡ ଧରଣର ଜାଲିଆତି ,ଏକାଉଣ୍ଟ୍ ରୁ ୭୦ ଲକ୍ଷ ୪୨ ହଜାର ୯୦୦ ଶହ ଟଙ୍କା ଗାଏବ

Posted by - June 11, 2022 0
ସୋନପୁର :(ଅଜିତ କୁମାର ପୂଜହାରୀ) ସୁବର୍ଣ୍ଣପୁର ଜିଲ୍ଲା ସଦର ସୋନପୁର ମହାବିଦ୍ୟାଳୟ ଏକାଉଣ୍ଟ୍ ରୁ ଜାଲି ଚେକ୍ ମାଧ୍ୟମରେ ୭୦ ଲକ୍ଷ ୪୨ ହଜାର ୯୦୦ ଶହ…

ସମ୍ବଲପୁରରେ ସୁନା ପୁଅ ପ୍ରମୋଦ ଭଗତ କୁ ଭବ୍ୟ ସ୍ୱାଗତ

Posted by - September 24, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ମାଟିରେ ସୁନା ପୁଅ ପ୍ରମୋଦ ଭଗତ ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା । ନିକଟରେ ଅନୁଷ୍ଠିତ ପାରା ଅଲମ୍ପିକରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ…

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ପ୍ରସ୍ତୁତି ଜୋରଦାର:ସୁରକ୍ଷା ବ୍ୟବସ୍ଥା କୁ ଗୁରୁତ୍ବ

Posted by - February 12, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ପୁରୀ ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି।ଶାନ୍ତି ଶୃ୍ଖଳାର…