କେସିଙ୍ଗା:୧୭.୦୪( ପ୍ରିତେଶ୍ କୁମାର ପଟେଲ )ଓଡ଼ିଶା ର ଜନପ୍ରିୟ ନେତା ତଥା କଳିଙ୍ଗ ପୁତ୍ର ପୂର୍ବତନ ମୂଖ୍ୟ ମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଜେଡି ଦଳ ତରଫରୁ ପାଳିତ ହୋଇ ଯାଇଛି ।ସକାଳୁ ସକାଳୁ କେସିଙ୍ଗା ବିଜେଡି ନଗର ସଭାପତି ରମେଶ ପଟ୍ଟନାୟକ ଙ୍କ ନେତୃତ୍ୱରେ କେସିଙ୍ଗା ବିଜେଡି ତରଫରୁ କେସିଙ୍ଗା ବସଷ୍ଟାଣ୍ଡ ରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ।
ପରେ କେସିଙ୍ଗା ହସ୍ପିଟାଲ କୁ ସମସ୍ତ ବିଜେଡି ନେତା ଓ କର୍ମମାନେ ଯାଇ ମେଡିକାଲ ରେ ଥିବା ସମସ୍ତ ରୋଗୀ ଙ୍କୁ ଫଳ ବଣ୍ଟନ କରିଥିଲେ। ଏ ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ କେସିଙ୍ଗା ନଗର ପାଳ ନୃପ ରାଜ ଯାଦବ, କେସିଙ୍ଗା ପଞ୍ଚାୟତ ଅଧ୍ୟକ୍ଷ ଚନ୍ଦନ ସେନାପତି, ରମାକାନ୍ତ ଜେନା,ସମ୍ଭୁ ବଗର୍ତ୍ତି,ସୁରେଶ ମହାନନ୍ଦ,ଉପ ନଗର ପାଳ ସରସ୍ଵତୀ ସାହା,ଯୁବ ନେତା ସିଲୁ ପରିଡ଼ା,ଦୟାନିଧି ସୁନାନି ,ନଳୀନ ପଟ୍ଟନାୟକ,ଉତ୍ତର ମହଲା ଓ ଅନ୍ୟାନ୍ୟ ବରିଷ୍ଟ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ।