ମୁନିଗୁଡା:(ରମାକାନ୍ତ ପୋଡାଲ )ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ବିଜୁବାବୁଙ୍କ ୨୬ତମ ଶ୍ରାଦ୍ଧ ଦିବସ ଅବସରେ ମୁନିଗୁଡା ବିଜୁଜନତାଦଳର ବ୍ଲକ ସଭାପତି ରତ୍ନଲାଲ ଜୈନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯାଇ ରୋଗୀ ମାନଙ୍କୁ ଫଳ ଓ ବସ୍ତ୍ର ଏବଂ ବିସ୍କୁଟ ବଣ୍ଟନ କରିଥିଲେ । ଆଜି ସକାଳୁ ସକାଳୁ ବାହରି ମୁନିଗୁଡା ନ୍ଯୁଅଫ କୁ ଯାଇ ଫଳ ମୂଳ ପ୍ରଧାନ କରିଥିଲେ।
ମୁନିଗୁଡା ବ୍ଲକ ସଭାପତି ରତ୍ନଲାଲଜୈନ ଙ୍କ ନେତୃତ୍ଵ ରେ ବିଜୁ ପ୍ରେମୀ ମାନେ ଏକାଠି ହୋଇ ଆଜି ବୂନ୍ଧାବନ ପାଢି,ସିମାଞ୍ଚଳ ଦାଶ,ଭୂବନ,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦୁଖୀନି ନୁଣ୍ଡରୁକା ବିଜୁ ବାବୁଙ୍କ ଶ୍ରଦ୍ଧ ଦିବସ ଅବସରରେ ମେଡିକାଲ ଓ ନ୍ଯୁଅଫ ବସ୍ତ୍ରାଳୟ ଓ ଫଳ ବଣ୍ଟନ କରିଥିଲେ। ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ।
ପରେ ମୁନିଗୁଡା ମେଡିକାଲ ପରିସରରେ ରୋଗୀଙ୍କୁ ପଳ,ରୁଟି ସହ ଫଳ ରସ ପ୍ରଦାନ କରିଥିଲେ।ବିଜୁ ପ୍ରେମୀ ମାନେ ଉପସ୍ଥିତ ରହି ବିଜୁ ବାବୁଙ୍କ ସେବା,ତ୍ୟାଗ,ଓଡିଆ ସ୍ୟାଭିମାନର ପ୍ରତିକ ପ୍ରବାଦ ପୁରୁଷଙ୍କୁ ମନେ ପାକାଇ ଥିଲେ।ଆଉ ସମସ୍ତ ନେତା ଏକଜୁଟ ହୋଇ ବିଜୁ ବାବୁଙ୍କ ନୀତି ଓ ଆଦର୍ଶକୁ ନେଇ ଗଡି ତୋଳିବାପାଇଁ ସଭାପତି ସମସ୍ତ ଦଳୀୟ କର୍ମୀ ମାନଙ୍କୁ ଅନୁରୋଧ କରିଥିଲେ।ଏହି ସମୟରେ ଏବଂ ଅନେକ ମାନ୍ୟଗନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହିଥିଲେ। ମୁନିଗୁଡା ଗୋଷ୍ଟି ସ୍ଵାସ୍ଥ୍ଯ କେନ୍ଦ୍ର ଡକ୍ଟର ସଞ୍ଜୟ ସାର୍ ମଧ୍ଯ ରୋଗୀମାନଙ୍କ ପାଖରେ ଫଳ ଓ ବସ୍ତ୍ର ବଣ୍ଟନ କରିବା ସମୟ ଉପସ୍ଥିତ ରହିଥିଲେ।