ଆମ୍ବେଦକର ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ

38 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଭାରତରତ୍ନ ବାବା ସାହେବ ଡ. ବି.ଆର ଆମ୍ବେଦକରଙ୍କ ୧୩୨ତମ ଜନ୍ମ ଜୟନ୍ତୀ ଅବସରରେ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ପ୍ରଥମେ ମହାନଦୀର ଚନ୍ଦ୍ରଚୂଡ ଘାଟଠାରେ ଦେବାଶିଷ ପୁରୋହିତଙ୍କ ନେତୃତ୍ୱରେ ସୂର୍ଯ୍ୟାଘ୍ୟ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଯୋଗଦେଇଥିଲେ ।

ପରେ ପରେ ସକାଳ ୭.୩୦ ସମୟରେ ବୌଦ୍ଧ ବସଷ୍ଟାଣ୍ଡ ଓ ଏଲଆଇସି କଲୋନୀସ୍ଥିତ ଗାଈଗୋଠ ପଡିଆଠାରେ ସ୍ୱଛଭାରତ କାର୍ଯ୍ୟକ୍ରମ ବୌଦ୍ଧଗଡ ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଂଜନ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ୱଛସାଥୀ,ସୁପରଭାଇଜର,ଏନଏସିର କର୍ମଚାରୀମାନେ ସାମିଲ ହୋଇଥିଲେ । ପରେ ପରେ ତହସିଲଛକସ୍ଥିତ ଡ. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲାପାଳ ବିରଞ୍ଚି ଧରୁଆ, ନିର୍ବାହୀ ଅଧିକାରୀ ବୌଦ୍ଧଗଡ ଏନଏସି ଇଂ. ମନୋରଂଜନ ପଣ୍ଡା,ଟିଆଓ ସୁମନରାଜା ମହାନ୍ତି,ସୌଦାଗର ବେହେରା,ରାଜେନ୍ଦ୍ର ନରାୟଣ ସେନାପତି,ଏନଏସି ବୌଦ୍ଧଗଡ଼ର ସ୍ୱଚ୍ଛସାଥୀ,ସୁପରଭାଇଜର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହି ଡ଼ ବି. ଆର. ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ସନ୍ଧ୍ୟାରେ ଚନ୍ଦ୍ରଚୂଡ ଘାଟଠାରେ ସାମୁହିକ ମହାନଦୀ ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ରିପୋର୍ଟ, , ବୌଦ୍ଧ

Related Post

୨୩ ହାଇସ୍କୁଲ 5ଟି ରୂପାନ୍ତରିତ

Posted by - May 7, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ୨୩ ଟି ହାଇସ୍କୁଲର 5ଟି ରୂପାନ୍ତରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସି ଜରିଆରେ ଉଦ୍ଘାଟନ କରିଛନ୍ତି…

ଜିଲ୍ଲା ପରିଷଦ ଅଧ୍ୟକ୍ଷା ଙ୍କ ଖପ୍ରାଖୋଲ ବ୍ଲକ୍ ଗସ୍ତ ବିଭିନ୍ନ ଯୋଜନାର କଲେ ସମୀକ୍ଷା

Posted by - May 23, 2023 0
ଖପ୍ରାଖୋଲ: ୨୩/୫(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମଙ୍ଗଳବାର ଖପ୍ରାଖୋଲ ବ୍ଲକ୍ ଗସ୍ତ କରିଥିଲେ। ଏହି ଅବସରରେ ପ୍ରଥମେ ବ୍ଲକ୍ ସମ୍ମିଳନୀ…

ଜାତିଗତ ଜନଗଣନା,ସମାନୁପାତିକ ସଂରକ୍ଷଣ ଆଦି ଦାବି ନେଇ ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ

Posted by - July 26, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)୨୬/୦୭ ଜୁଲାଇ ଆରକ୍ଷଣ ଦିବସ ପାଳନ ଉପଲକ୍ଷେ ରାଜ୍ୟ ଓବିସି ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଉତ୍ତରାଞ୍ଚଳ ରାଜସ୍ବ ଆଯୁକ୍ତଙ୍କୁ ଦାବି ପତ୍ର…