ଟାଟା ଏସି କୁ ଧକ୍କା ଦେଲା ଟ୍ରକ, ଜଣେ ମୃତ, ଟ୍ରକ ଡ୍ରାଇଭର ଫେରାର, 5ଘଣ୍ଟା ଜାତୀୟ ରାଜପଥ ଅବରୋଧ

49 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଖୋର୍ଦ୍ଧା -ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା ଅଡ଼େନିଗଡ଼ ଫାଣ୍ଡି ଅଧିନସ୍ତ ମାଧପୁର ବନଦୁର୍ଗା ମନ୍ଦିର ନିକଟରେ ଶନିବାର ପୂର୍ବାହ୍ନ ରେ ଏକ ଟାଟା ଏସି କୁ ଟ୍ରକ ଧକ୍କା ଦେବା ଫଳରେ ଟାଟା ଏସି ରେ ଗାଡି ରେ ଥିବା ଯାତ୍ରୀ ଜଣଙ୍କ ଘଟଣା ସ୍ଥଳ ରେ ମର୍ତ୍ୟୁ ହୋଇଯାଇଥିବା ବେଳେ ଦୁର୍ଘଟଣା କୁ ନେଇ 5ଘଣ୍ଟା ପର୍ଯ୍ୟନ୍ତ ଜାତୀୟ ରାଜପଥ ଅବରୋଧ ହୋଇଥିଲା l

ସୂଚନା ମତେ ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଥାନା ରେ ହୋଇଥିବା ଅଭିଯୋଗ ଅନୁଯାୟୀ ମୃତକ ଗୋଲକ ବେହେରା ଆଡ଼େନିଗଡ଼ ଗ୍ରାମ ର ହୋଇଥିବା ବେଳେ ସେ କୌଣସି କାର୍ଯ୍ୟ ରେ ମାଧପୁର ଯାଇ ନିଜ ଘରକୁ (ଓଡି 15ଡି 8672) ଟାଟା ଏସି ଗାଡି ରେ ଫେରୁଥିବା ସମୟ ରେ 57ନମ୍ବର ଜାତୀୟ ରାଜପଥ ମାଧପୁର ଷ୍ଠିତ ବନଦୁର୍ଗା ମନ୍ଦିର ନିକଟରେ ବିପରୀତ ଦିଗରୁ ଆସୁଥିବା (ଓଡି 07ୟୁ 5403) ନାମକ ଆଇରନ ପଥର ବୋଝେଇ ଟ୍ରକ ବେପାରୁଆ ଗାଡି ଚାଳନା ପାଇଁ ଟ୍ରକ ଟି ଟାଟା ଏସି କୁ ଧକ୍କା ଦେଇଥିଲା, ଫଳରେ ଟାଟା ଏସି ଟି ସମ୍ପୂର୍ଣ ଚୁରମାର ହୋଇଥିବା ବେଳେ ଗାଡି ରେ ଥିବା ଗଲେଖ ବେହେରା ଙ୍କ ମର୍ତ୍ୟୁ ହୋଇଥିବା ନେଇ ତାଙ୍କ ବଡ଼ ଭାଇ ଅଲେଖ ବେହେରା ପୁରୁଣା କଟକ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି l

ଏନେଇ ପୁରୁଣା କଟକ ପୋଲିସ ଘଟଣା ସ୍ଥଲ ରେ ପହଁଚି ଉଭୟ ଗାଡି କୁ ଜବତ କରିବା ସହ ଏକ ମାମଲା ରୁଜୁ କରି ପୋଷ୍ଟ ବୋଟମ ପାଇଁ ବୌଦ୍ଧ ପଠାଇ ଥିବା ଜଣାପଡିଛି l ଅନ୍ୟପଟେ ଦୁର୍ଘଟଣା କୁ ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ଦ୍ୱାରା ମୃତକ ଙ୍କ ପରିବାର ଙ୍କ କ୍ଷତି ପୂରଣ ଦାବିରେ 5 ଘଣ୍ଟା ରାସ୍ତା ଅବରୋଧ କରିଥିଲେ ଖବର ପାଇ ହରଭଙ୍ଗା ତହସିଲଦାର ଶମ୍ଭୁ ଭୂଷଣ ମିଶ୍ର ପହଁଚି ମୃତକ ପରିବାରଙ୍କୁ ସମବେଦନା ଜଣାଇବା ସହ ସରକାର ଙ୍କ ରେଡକ୍ରସ ପାଣ୍ଠି ରୁ ନଗଦ 10 ହଜାର ଟଙ୍କା ପ୍ରଦାନ କରିଥିବା ଜଣାପଡିଛି l

Related Post

ଗଣତନ୍ତ୍ର ର ହତ୍ୟା, ଲୋକ ପ୍ରତିନିଧି ଙ୍କୁ ଅଣଦେଖା, ଅମଲାତନ୍ତ୍ର କୁ ପ୍ରୋତ୍ସାହନ:- ସମ୍ବଲପୁର ବିଜେପି ଯୁବମୋର୍ଚ୍ଚା

Posted by - August 27, 2022 0
ସମ୍ବଲପୁର:୨୬/୦୮ (ରମାକାନ୍ତ ବିଶ୍ବାଳ)ରାଜ୍ୟର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭି.କେ.ପଣ୍ଡିଆନ ସମ୍ବଲପୁର ଗସ୍ତରେ ଆସିଥିଲେ । ସମଲେଶ୍ବରୀ ଯୋଜନା ଅଞ୍ଚଳ ପରିଦର୍ଶନ…

ପାଇକମାଳ ବିଜେପି କୃଷକ ମୋର୍ଚ୍ଚା ତରଫରୁ ପାଇକମାଲ ସେବା ସମବାୟ ସମିତି ଅଫିସକୁ ଘେରାଉ

Posted by - September 9, 2021 0
ବରଗଡ :ପଦ୍ମପୁର ବିଜେପି କୃଷକ ମୋର୍ଚ୍ଚା ଜିଲ୍ଲା ସଂଯୋଜକ ଯୋଗେନ୍ଦ୍ର ଭୋଇଙ୍କ ନେତୃତ୍ୱରେ ଆଜି ଶତାଧିକ ଚାଷୀ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଗହଣରେ ପାଇକମାଲ ସେବା ସମବାୟ…

ଅଗ୍ନିପଥ ଯୋଜନା ବିରୁଦ୍ଧରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସର ସତ୍ୟାଗ୍ରହ

Posted by - June 29, 2022 0
ସୋନପୁର:(ଅଜିତ କୁମାର ପୂଜାହାରୀ)କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନା ବିରୁଦ୍ଧରେ ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ସତ୍ୟାଗ୍ରହ ଡାକରା ଦେଇଚି । ଦେଶର ସୁରକ୍ଷା ବିରୋଧି ଓ ଯୁବ ବିରୋଧୀ…

ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ କଂଗ୍ରେସର ଶାନ୍ତି ଶୃଙ୍ଖଳା ବନ୍ଦ

Posted by - November 13, 2021 0
ମୁନିଗୁଡ଼ା :(ରମାକାନ୍ତ ପଡାଲ)  ସକାଳୁ ପ୍ରଦେଶ କଂଗ୍ରେସ କମିଟି ଓଡ଼ିଶା ବନ୍ଦ ଡାକରା ଦେଇଥିବା ବେଳେ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ କଂଗ୍ରେସ ଦଳର ସଭାପତି ନିଳାମ୍ବର…