ଟିଟିଲାଗଡ଼ 🙁 ସଞ୍ଜୟ କୁମାର ନାୟକ) ସରକାରଙ୍କ ବିକାଶ ମୁଖି ଯୋଜନା ଜନସାଧାରଣଙ୍କ ନିକଟକୁ ପହଞ୍ଚି ପାରୁଛି କି ନାହିଁ ? ଲୋକେ ସୁବିଧା ପାଇପାରୁ ଛନ୍ତିକି ନାହିଁ ? ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ପୌରପରିଷଦ ଅଞ୍ଚଳରେ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ ଶୁକ୍ରବାର ସକାଳୁ ଆରମ୍ଭ କରାଯାଇଛି। ଯାହାର ନାଁ ହେଲା “ଚାଲ ପଡା କେ ବୁଲି ଜିମା “।
ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ନିଜେ ଟିଟିଲାଗଡ଼ର ବିଧାୟିକା ତଥା ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଯୋଗଦେଇ ସହରର ୱାର୍ଡ ନମ୍ବର ୧ ଓ ୨ ବୁଲି ଦେଖିଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସରକାର ଦ୍ୱାରା ପରିଚାଳିତ ସରକାରୀ ସୁବିଧା ବିଷୟରେ ଆଲୋଚନା କରି କିପରି ହିତାଧୀକାରି ଉପକୃତ ହେବେ ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ମନ୍ତ୍ରୀ ଶ୍ରୀମତି ସାହୁ।
ୱାର୍ଡ ନଂ ୧, ୨ କୁ ଯାଇ ସେଠାକାର ସମସ୍ୟା ଓ ସମାଧାନ ବାବଦରେ ଆଲୋଚନା କରି ଫେରିଛନ୍ତି। ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ର ଉପଜିଲ୍ଲାପାଳ ଶ୍ରୀ ଦୟାମୟ ପାଢ଼ୀ, ପୌର ଉପଦ୍ଧକ୍ଷା ଶ୍ରୀମତି ପୁଷ୍ପା ମଞ୍ଜରି ଜାଲ, ପୌର ନିର୍ବାହୀ ଅଧିକାରୀ ଶ୍ରୀ ବିପିନ ଦୀପ, ପୂର୍ବତନ ନଗରପାଳ ଗୋବର୍ଦ୍ଧନ ନାଗ, ବିଜେଡ଼ିର ସମସ୍ତ କାଉଁନସିଲର, ବିଜେଡ଼ିର କର୍ମୀ ମାନେ ସାମିଲ ହୋଇଥିଲେ।