ଛତିଶଗଡ଼ର ନବମ ରାଜ୍ୟପାଳ ଭାବେ ବିଶ୍ବଭୂଷଣଙ୍କର ଶପଥ ଗ୍ରହଣ

52 0

ରାୟପୁର : ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ବିଶ୍ବଭୂଷଣ ହରିଚନ୍ଦନ ଶପଥ ଗ୍ରହଣ କରିଛନ୍ତି। ରାୟପୁରସ୍ଥିତ ରାଜଭବନର ଦରବାର ହଲଠାରେ ଆୟୋଜିତ ଏକ ଭବ୍ୟ ଉତ୍ସବରେ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଅରୂପ କୁମାର ଗୋସ୍ୱାମୀ ଶ୍ରୀ ହରଚନ୍ଦନଙ୍କୁ ରାଜ୍ୟର ନବମ ରାଜ୍ୟପାଳ ଭାବେ ପଦ ଓ ଗୋପନୀୟତା ର ଶପଥ ପାଠ କରାଇଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ନିକଟରେ ଶ୍ରୀ ହରଚନ୍ଦନଙ୍କୁ ଆନ୍ଧ୍ରପ୍ରଦେଶରୁ ବଦଳି କରାଯାଇ ଛତିଶଗଡ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା।

ଶପଥ ଗ୍ରହଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ, ତାଙ୍କ ମନ୍ତ୍ରୀମଣ୍ଡଳର ବରିଷ୍ଠ ସଦସ୍ୟ ଯଥା ଟି ଏସ ସିଂହଦେଓ, ଜୟସିଂହ ଅଗ୍ରୱାଲ, ଅନୀଲା ଭେଡ଼ିଆ, ଅମରଜିତ୍ ଭଗତ, ରାଜ୍ୟପାଳଙ୍କ ସହଧର୍ମିଣୀ ଶ୍ରୀମତୀ ସୁପ୍ରଭା ହରିଚନ୍ଦନ, ପୁତ୍ର ପୃଥ୍ବୀରାଜ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ଃ ରମଣ ସିଂହ, ଛତିଶଗଡ଼ ବିଧାନସଭାର ବାଚସ୍ପତି ଚରଣ ଦାସ ମହାନ୍ତ, ବିରୋଧୀ ଦଳର ନେତା ନାରାୟଣ ଚନ୍ଦେଲ, ଛତିଶଗଡ ମାନବିକ ଅଧିକାର କମିଶନର ଅଧକ୍ଷ ଗିରିଧାରୀ ନାୟକ, ବରିଷ୍ଠ ପ୍ରଶାସକ ମନ୍ମଥ କୁମାର ରାଉତ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ସୁବ୍ରତ ସାହୁ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଅମ୍ରିତ ଖାଲକୋ, ସହକାରୀ ବି ସି ବେହେରା ଓ ସୁଶିଲ କୁମାର ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

ରାଜ୍ୟପାଳଙ୍କର ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ମାନଙ୍କ ମଧ୍ୟରେ ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ବିଜେପି ନେତା କନକ ବର୍ଦ୍ଧନ ସିଂହଦେଓ, ଭୃଗୁ ବକ୍ସିପାତ୍ର, ୱାର୍ଲଡ୍ ଓଡ଼ିଶା ସୋସାଇଟିର ଅଧକ୍ଷ କିଶୋର ଦ୍ବିବେଦୀ, ୱାଓସୋର ଛତିଶଗଡ଼ ରାଜ୍ୟ ଶାଖାର ସଭାପତି ପୂର୍ଣ୍ଣଶ୍ରୀ ରାଉତ, ବରିଷ୍ଠ ସାମ୍ବାଦିକ ସୁବାସ ମିଶ୍ର, ଦୀପକ କୁମାର ରଥ, ରାୟପୁର ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ପୁରନ୍ଦର ମିଶ୍ର, ଚନ୍ଦ୍ରଶେଖର ସାହୁ, ନମନ ପାଣ୍ଡେ, ଶଙ୍କର ହରି, ପ୍ରତୀଶ ଗୋଏଲ, ଶଶି ସିଂହ ଓ ପଦ୍ମାକର ଗୁରୁ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Related Post

ପ୍ରବଳ ଗରମ, ଅଘୋଷିତ ବିଦ୍ୟୁତକାଟ

Posted by - May 6, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ଜିଲ୍ଲାରେ ଗ୍ରୀଷ୍ମ କୋପ ଥମିବା ନାଁ ଧରୁନି।ପ୍ରବଳ ଖରା ଓ ଗୁଳୁଗୁଳିରେ ଲୋକେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି।ହରଭଙ୍ଗା ଅଂଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତକାଟ ଲୋକଙ୍କ ଯନ୍ତ୍ରଣା…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେଙ୍ଗାଲି ପକ୍ଷରୁ ଜନ୍ମାଷ୍ଟମି ଉତ୍ସବ ପାଳନ

Posted by - August 18, 2022 0
ସମ୍ବଲପୁର: 18/08(ରମାକାନ୍ତ ବିଶ୍ବାଳ) ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମଦିନ ।ଏହି ଅବସରରେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ର ଶିଶୁ ଵିଦ୍ୟା ମନ୍ଦିର…

ନିର୍ମାଣର ବର୍ଷକ ମଧ୍ୟରେ ବିଜୁ ଏକ୍ସପ୍ରେସ ୱେରେ ସୃଷ୍ଟି ହେଲା ଘାଇ

Posted by - July 14, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ମାତ୍ର ଦୁଇ ଦିନର ଲଗାଣ ବର୍ଷାକୁ ସମ୍ଭାଳି ପାରିଲାନି କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ରାସ୍ତା। ରାସ୍ତାରୁ ମାଟି ଅତଡା ଖସି ଭାଙ୍ଗି…

ଯୌତୁକ ନିର୍ଯ୍ୟାତନା ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ: ୩ ବର୍ଷ ଜେଲ ଦଣ୍ଡାଦେଶ ଦେଲେ ଧର୍ମଗଡ଼ କୋର୍ଟ

Posted by - December 6, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)୨୦୧୫ ମସିହାରେ ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଖଇରପଦର ଗ୍ରାମର ସୀମାଞ୍ଚଲ ଭୋଇ ବବିତା ଭୋଇଙ୍କୁ ସାମାଜିକ ରୀତିନୀତି ଅନୁସାରେ ବିବାହ କରିଥିଲେ। ବିବାହର କିଛି…

ନାବାଳିକା ଝିଅ ଅପହରଣ ମାମଲା , ପୋଲିସ କାର୍ଯ୍ୟାନୁଷ୍ଠାନର ବିଫଳତା ନେଇ ଆତ୍ମହତ୍ୟା କରିବା ପାଇଁ ମନ୍ତବ୍ୟ ଦେଲେ ବାପା ମା

Posted by - February 28, 2023 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂହ) ନାବାଳିକା ଅପହରଣ, ପୋଲିସ ର ନିଷ୍କ୍ରିୟତା ନେଇ ଜିଲ୍ଲାପାଳ ଙ୍କ ଅଫିସ ସାମ୍ନାରେ ଆତ୍ମହତ୍ୟା କରିବା ପାଇଁ ବୟାନ ରଖିଲେ ବାପା…