ହରଭଙ୍ଗା ବ୍ଲକ ରେ ସମାରୋହରେ ପାଳିତ ହେଲା ମହା ଶିବରାତ୍ରି

42 0

ହରଭଙ୍ଗା :୨୦/0୨( ଚିତ୍ତରଞ୍ଜନ ସିଂ)ନୀଳ କଣ୍ଠେଶ୍ଵର ଦେବ ଙ୍କ ଦେବ ମହାଦେବ ଙ୍କ ମହା ଶିବରାତ୍ରି ବା ଜାଗର ଯାତ୍ରା ମହା ସମାରୋହରେ ପାଳିତ ହୋଇଛି ହରଭଙ୍ଗା ବ୍ଲକ ର ବିଭିନ୍ନ ଶୈବ ପୀଠରେ!ପ୍ରତି ଶୈବ ପୀଠରେ ଗତ କାଲି ପ୍ରାତଃ ସମୟରୁ ପାରମ୍ପରିକ ଭାବେ ପୂଜାକାର୍ଯ୍ୟ ସହିତ ଭକ୍ତ ଙ୍କ ଗହଳି ଲାଗିରହିଥିଲା!ବ୍ଲକ ର ତଳ ଗାଁ, ହରଭଙ୍ଗା, ଭେଜିଗୋରା, ଧଳପୁର, ରାମଗଡ, ଚାରିଛକ, ପୁରୁଣାକଟକ, ତିଲେଶ୍ୱର, କରଡ଼ି, ସରସରା, ବିରାମଚନ୍ଦ୍ର ପୁର ଓ ବୁରୁବୁଡ଼ା ଶୈବ ପୀଠ ଗୁଡିକରେ ଭକ୍ତ ଙ୍କ ଗହଳି ଅଧିକ ଲାଗିଥିଲା!ବିଶେଷ ସୂଚନା ରୁ ପ୍ରକାଶ ଚଳିତ ବର୍ଷ ହରଭଙ୍ଗା ବ୍ଲକ ର ତିଲେଶ୍ୱର ପଂଚାୟତ ବୁରୁବୁଡ଼ା ଗ୍ରାମ ସ୍ଥିତ ବାବା ଗୁପ୍ତେଶ୍ୱର ପ୍ରାଙ୍ଗଣରେ ହୋଇଥିବା ମହାଶିବରାତ୍ରି ବା ଜାଗର ଉତ୍ସବ ବ୍ଲକ ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି!

ବାବା ଗୁପ୍ତେଶ୍ୱର ଆଞ୍ଚଳିକ ମନ୍ଦିର ପରିଚାଳନା କମିଟି ର ଆୟୋଜିତ ଏହି ଜାଗର ଉତ୍ସବ ରେ ମନ୍ଦିର ସାଜ ସଜା, ରୀତି ନୀତି ପୂଜା, ଜାଗର ଜାଳିବା ପାଇଁ ସମସ୍ତ ଙ୍କୁ ସୁ ବ୍ୟବସ୍ତା ସହିତ ସମସ୍ତ ଜନସାଧାରଣ ଓ ଦେଶ ବାସୀଙ୍କୁ ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ଲାଷ୍ଟିକ ବର୍ଜନ ଜାଗର ଯାତ୍ରା ର ବାର୍ତ୍ତା ବୁଦ୍ଧି ଯିବି ମହଲରେ ଚର୍ଚ୍ଚା ର ବିଷୟ ପାଲଟିଛି!ଏହି ଶିବ ରାତ୍ରିରେ ମନ୍ଦିର ପରିସରରେ ଶ୍ରଦ୍ଧାଳୁ ଙ୍କୁ ପ୍ଲାଷ୍ଟକ ବର୍ଜନ ପାଇଁ ନିୟମାବଳୀ ରଖାଯାଇଥିଲା!ତତ ସହିତ ଜାଗର ଉତ୍ସବ ନାମକ ଏକ ସ୍ୱତନ୍ତ୍ର ସଂସ୍କୃତିକ କାର୍ଯ୍ୟକ୍ରମ, ସ୍ଥାନୀୟ ଲୋକ କଳା, ସ୍କୁଲ, କଲେଜ ଓ କୁନି କିନି ପିଲା ଙ୍କୁ ନେଇ ନାଚ, ଗୀତ ସହିତ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଙ୍କ ଦ୍ୱାରା ଭଜନ ସମାରୋହ ଶ୍ରଦ୍ଧାଳୁଙ୍କୁ ଆହୁରି ବିମୋହିତ କରିଥିଲା!

Related Post

ବୌଦ୍ଧ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ସହିତ ସେବାସମବାୟ ସମିତି ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Posted by - June 20, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲାରେ ସମବାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଜାରିରହିଛି । ଜିଲ୍ଲାର ତିନୋଟି ବ୍ଲକରେ ସମବାୟ ସମିତିର ନିର୍ଦ୍ଦେଶକ ପଦ ପାଇଁ…

ହରଭଙ୍ଗା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନ୍ୟତା ଦାବି ନେଇ ବିକ୍ଷୋଭ ଓ CDMO ଙ୍କ ଉଦେଶ୍ୟ ରେ ଦାବିପତ୍ର

Posted by - October 5, 2021 0
ହରଭଙ୍ଗା:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ଠାରେ ଅଂଚଳ ବାସୀଙ୍କ ଏକ ଶୋଭାଯାତ୍ରା ସହିତ “ଆମର ଦାବି ସରକାର ପୂରଣ କର, ହରଭଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ଧର୍ମପରାୟଣା ମହିଳାଙ୍କ ପରଲୋକ

Posted by - January 25, 2023 0
ବେଲଗୁଣ୍ଠା:୨୪/୦୧(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ଅଞ୍ଚଳର ବିଶିଷ୍ଟ ଧର୍ମପରାୟଣା ମହିଳା ତଥା ସମାଜସେବୀ କସ୍ତୁରୀ ପାତ୍ର (72) ଙ୍କ ପାଇଲିପଡ଼ା ସ୍ଥିତ ନିଜ ବାସଭବନରେ…

ପୌରପାଳିକା ପକ୍ଷରୁ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ

Posted by - November 29, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ପୌରପାଳିକା ପକ୍ଷରୁ ପରିମଳ ଓ ବର୍ଯ୍ୟ ବସ୍ତୁ ପରିଚାଳନା ନିମନ୍ତେ ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହୋଇଯାଇଚ୍ôଥି ।ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍‌ାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍‌୍ଳିକ ଯୋଗଦେଇ ଯାଜପୁର ସହରକୁ ଅଧିକ ସ୍ୱଚ୍ଚ୍ଥ  ଓ ସୁସ୍ଥ କରିବା ପାଇଁ ବର୍ତ୍ତମାନ ସମୟ ଆସିଚ୍ଥି ଓ ଏଥିପାଇଁ ଆଜିର ଦିନରେ ସମସ୍ତେ ଶପଥ ନେବାକୁ ଶ୍ରୀ ମଲ୍ଲିକ ଆହ୍ୱାନ ଦେଇଥିଲେ । ସପେଂଇ କର୍ମଚାରୀ ଓ ସ୍ୱଚ୍ଚ୍ଥ ସାଥୀମାନେ ଘରକୁ ଘର ବୁଲି ଆବର୍ଜନା ସଂଗ୍ରହ କରିବା ପରେ ସୁବ୍ୟବସ୍ଥିତ ଓ ଊନ୍ନତତ୍ତ ଜ୍ଞାନ କୈାଶଳ ମାଧ୍ୟମରେ ପୈାର ସଂସ୍ଥା ତରପଂରୁ ସେଗୁଡିକରୁ ଖତ ପ୍ରସ୍ତୁତି କରି ବିକ୍ରି କରାଯିବ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଚିନ ପାୱାର, ଅତିରିକ୍ତ ନିର୍ବାହୀ ଅଧିକାରୀ ଅଜୟ କୁମାର ମହାନ୍ତି ମୁନିସିପାଲିଟିର ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ଖୁଣ୍ଟିଆ, ଓ.ଏସ୍‌.ଡି. ସୁଦର୍ଶନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସପେଂଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ଏକ ସଚ୍ଚେତନତା ରଥ ଉଦଘାଟନ କରାଯାଇଥିଲା ।

ବଡକୁଟ୍ରୁ ସମବାୟ ସମିତି ପକ୍ଷରୁ କୃଷକ ସଭା ଅନୁଷ୍ଠିତ

Posted by - November 16, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପ୍ରାଥମିକ କୃଷି ସେବା ସମବାୟ ସମିତି ବଡ଼କୁଟୃର ନବ ନିର୍ବାଚିତ ପରିଚାଳନା ପରିଷଦ ଆନୁକୂଲ୍ୟରେ ପ୍ରଥମ ବାର୍ଷିକ ସାଧାରଣ ସଭା…