ଟିଟିଲାଗଡରେ ଜମି ଦଲାଲ ସକ୍ରିୟ – ଲାଭ ପାଇବା ପାଇଁ ଲୋକଙ୍କୁ ଭୁଲ ତଥ୍ୟ ଦେଇ କରୁଛନ୍ତି ଜମି ବିକ୍ରି

894 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ବଲାଙ୍ଗୀର ଜିଲ୍ଲାର ସର୍ବ ବୃହତ ସବ ଡ଼ିଭିଜନ। ଏହି ସହରରେ ସମସ୍ତ ସୁବିଧା ଉପଲବ୍ଧ ଯେପରିକି ଏଠାରେ ଥିବା ରେଳ ଜଙ୍କସନରୁ ଦେଶର ସବୁ କୋଣ ଅନୁକୋଣକୁ ରେଳ ଯୋଗେ ଯାଇହେବ। ପିଲାଙ୍କ ପାଇଁ ଭଲ ବିଦ୍ୟାଳୟ,ମହାବିଦ୍ୟାଳୟ ରହିଛି, ଖାସ କରି ଏହା ଏକ ଶାନ୍ତିପୂର୍ଣ୍ଣ ସହର। ଏହି ସହରକୁ ଯେତିକି ଲୋକ ବି ଚାକିରି ପାଈଁ ହେଉ କି ବ୍ୟାପାର ପାଇଁ ଆସିଛନ୍ତି ପ୍ରାୟତ ସମସ୍ତେ ପ୍ରତିଷ୍ଠିତ ହୋଇ ଘର ଦ୍ଵାର କରି ସ୍ଥାନୀୟ ବାସିନ୍ଦା ହୋଇସାରିଲେଣି। ସରକାରୀ ହେଉ କି ବେସରକାରୀ କରୁଥିବା ଲୋକେ ଏହି ସ୍ଥାନରେ ରହିବାକୁ ବେଶି ପସନ୍ଦ କରନ୍ତି। ଯଦ୍ୱ।ରା ଏଠାରେ ଜମି ଖଣ୍ଡେ କିଣି ନିଜସ୍ଵ ଘର କରିବାକୁ ଆଗ୍ରହୀ।

ଦିନକୁ ଦିନ ଜମି ଦର ଆକଶଛୁଆଁ ହେବାକୁ ଲଗିଲାଣି। ଏହାର ମୂଖ୍ୟ କାରଣ ହେଉଛି ଜମି ଦଲାଲଙ୍କ ଦୌରାତ୍ମ୍ୟ। ଯଦି କିଏ ନିଜର ଜମି ବିକ୍ରି କରିବାକୁ ଚାହୁଁଛି ଜାଣିବାକୁ ପାଇଲା ମାତ୍ରେ ଦଲାଲଙ୍କ ଲାଗୁଛି ଲମ୍ବା ଲାଇନ। ମାଲିକଙ୍କୁ ପ୍ରଥମେ ମୂଲଚାଲ କରି ଦର ଛିଣ୍ଡାଇ ଅଗ୍ରୀମ ଟଙ୍କା ଦେବା ପରେ ସେହି ଜାଗାରେ ଜେଶିବି ଲଗାଇ ଜାଗାକୁ ସଫା ସୁତୁରା କରି ରାସ୍ତା ଦେଇ ପ୍ଲଟିଂ କରି କରୁଛନ୍ତି ଜମି ବିକ୍ରି। ତାହେଲେ ଅସୁବିଧା ରହିଲା କେଉଁଠି ?

ଜମି ବିକ୍ରୀ କଲା ସମୟରେ ନକ୍ସା ଦେଖାଇ ଯେତେ ଚଉଡ଼ା ରାସ୍ତା ଛଡା ଯାଇଛି ବୋଲି କହି ଜମି ବିକ୍ରୀ କରିବାକୁ ଗ୍ରାହକ ଆଣୁ ଛନ୍ତି ସତରେ ସେତିକି ଚଉଡ଼ା ରାସ୍ତା ପାଉ ନାହାଁନ୍ତି, ଯେହେତୁ ଜାଗା ପଡିଆ ପଡ଼ିଥିଲା , ପରେ ତାକୁ ସମାନ କରିଦେଇ କାମ ଆରମ୍ଭ କଲା ବେଳକୁ ଲୋକଙ୍କ ହୋଷ ଉଡ଼ି ଯାଉଛି। ସେମିତି ବି ସରକାର ରେରା ଅନୁମତି ପାଇଲା ପରେ ପ୍ଲଟିଂ କରି ବିକ୍ରି କରିବାକୁ କହୁଛନ୍ତି କିନ୍ତୁ ପରିତାପର ବିଷୟ ଯେ ରେରା ଅନ୍ତର୍ଗତ କେତେ ଫୁଟ ରାସ୍ତା ହେବା କଥା, ରେରା ଅନୁଯାୟୀ ଏଠାରେ ଜମି ରେଜିଷ୍ଟ୍ରି ହେଉଛି କି ? ଲୋକ ଜମି କିଣିବା ବେଳେ କଣ କଣ ସାବଧାନତା ଅବଲମ୍ବନ କରିବେ ? ଏ ବିଷୟରେ ପୌର ପରିଷଦ ପକ୍ଷରୁ ଲୋକଙ୍କ ନିମନ୍ତେ ଏକ ଲିଫଲେଟ ପ୍ରକାଶ କରିଥିଲେ, କିନ୍ତୁ କିଛି ଅସାଧୁ ଦଲାଲ ବା ଏଜେଣ୍ଟ ନକ୍ସାରେ ବି ଭୁଲ ତଥ୍ୟ ଦେଇ କରୁଛନ୍ତି ପ୍ଲଟ ବିକ୍ରି। ଯଦ୍ୱାରା ଲୋକ ପଛରେ ରାସ୍ତା ପାଇଁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ସେମିତି ବି ସହରରେ ବହୁତ ଲୋକ ନିଜର ଘରର କାନ୍ଥ, ବାଡ ସବୁକୁ ରାସ୍ତା ଉପରକୁ ଲଗେଇ ନିର୍ମାଣ କରୁଛନ୍ତି ଯଦ୍ଵ।ରା ରାସ୍ତା ସବୁ ଅଣ ଓସାରିଆ ହେବାରେ ଲାଗିଲାଣି। ଏ ଦିଗରେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଜମି ବିକ୍ରି କରିବା ପରେ ଅସୁବିଧା ଶୁଣିବାକୁ କିଏ ଅଛି ? ଯିଏ କିଣିଲା ସିଏ ମୁଣ୍ଡ ବାଡେଇ ହେଉଛି। ଯିଏ ବି ଜାଗା କିଣିବ ତାକୁ ରାସ୍ତା ଦରକାର,ଆଜି ଏମିତି ପରିସ୍ଥିତି ହେଲାଣି ଯେ କିଛି ପଡ଼ା ଭିତରକୁ ଚାରି ଚକିଆ ପଶିଗଲେ ବାହାରିବା ମୁସ୍କିଲ ହେଇ ଯାଉଛି। କିଛି ଭଲ ଦଲାଲ ଅଛନ୍ତି ଯେଉଁ ମାନେ ଠିକ ରାସ୍ତା ଠିକ ନକ୍ସା ଦେଇ ସରକାରୀ ନିୟମାନୁଯାୟୀ ଜମି ବିକ୍ରୀ କରିବାକୁ ଆଗକୁ ଆସୁଥିବା ଦେଖିବାକୁ ମିଳୁଛି, ଲୋକ ଭରସା କରି ଜମି କିଣନ୍ତି କିନ୍ତୁ ଅର୍ଥ ଲୋଭରେ କିଛି ଅସାଧୁ ଦଲାଲଙ୍କ ଯୋଗୁଁ ଲୋକେ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ସମସ୍ତ ଜନସାଧାରଣ ଏ ଦିଗରେ ଧ୍ୟାନ ଦେଇ ଜମି କିଣିଲେ ଭବିଷ୍ୟତରେ କିଛି ଅସୁବିଧା ହେବନି ବୋଲି ବୁଦ୍ଧିଜୀବୀ ମାନେ ଲୋକଙ୍କୁ ପରାମର୍ଶ ଦେଉଛନ୍ତି।

Related Post

ସମ୍ଭାବ୍ୟ ବନ୍ୟା ପାଇଁ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ।

Posted by - August 26, 2020 0
ଯାଜପୁର ଅଫିସ :ବୈତରଣୀରେ ସମ୍ଭାବ୍ୟ ବନ୍ୟା ପାଇଁ କୈାଣସି ଅଧିକାରୀ ବା କର୍ମଚାରୀ ସଦର ମହକୁମା ନ ଚ୍ଥାଡିବାକୁ ଜିଲ୍ଳ୍‌ାପାଳ ରଂଜନ କୁମାର ଦାସ କଡା ନିର୍ଦ୍ଦେଶ…

କଳାହାଣ୍ଡି ଜିଲ୍ଲାରେ ପୁରୁଷ ହକି ବିଶ୍ୱକପ୍ ଟ୍ରଫି କୁ ବିପୁଳ ସ୍ବାଗତ

Posted by - January 1, 2023 0
ଭବାନୀପାଟଣା (ବ୍ୟୁରୋ): ଏଫ୍ ଆଇ ଏଚ ପୁରୁଷ ବିଶ୍ଵକପ ହକି ଟ୍ରଫି କୁ ଆଜି କଳାହାଣ୍ଡି ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ,ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ବାଗତ କରାଯାଇଛି।…

କରୋନା ପୁଲିସ ବିଭାଗକୁ ଡେଇଁଲା,ଗଞ୍ଜାମରେ ଦୁଇଜଣ ଗୃହରକ୍ଷୀ କରୋନାରେ ଆକ୍ରାନ୍ତ

Posted by - May 27, 2020 376
ଭୁବନେଶ୍ବର :ବ୍ରହ୍ମପୁର ଅଞ୍ଚଳରେ ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୋଲସର ଥାନାର ଏହି ଦୁଇ ହୋମଗାର୍ଡ କରୋନା ସଂକ୍ରମିତ ହୋଇଥିବା ଗଞ୍ଜାମ ଏସପି ଟ୍ବିଟ କରି…

ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ନେଇଛି ନୂଆ ମୋଡ଼,ହତ୍ୟା ସନ୍ଦେହ -ସ୍ଵାମୀ ଅଟକ

Posted by - January 6, 2019 144
କଟକ: ଚାଉଳିଆଗଞ୍ଜ ଥାନାରେ ଜ୍ୱାଇଁ ଓ ନିକିତାଙ୍କ ଶାଶୁଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ନିକିତାଙ୍କ ବାପା। ଗତକାଲି ସନ୍ଦେହଜନକ ଭାବେ ନିକିତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାରେ…