ଧର୍ମଗଡ:୧୦/୨(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଧର୍ମଗଡବ୍ଲକ ଖୁଟୁଲୁଗୁଡା ଠାରେ ଦୀର୍ଘ ୮ ଦିନ ଧରି ଚାଲିଥିବା ଭାଗୀରଥି ଠାକୁର ମେମୋରିଆଲ କ୍ରିକେଟ ପ୍ରତିଯୋଗୀତା ଆଜି ଉଦଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତା ରେ କଳାହାଣ୍ଡି ଜିଲ୍ଲାର ୧୬ ଟି ଟିମ ଅଂଶଗ୍ରହଣ କରିଥିଲେ । ଆଜି ଫାଇନାଲ ମ୍ଯାଚ୍ ଧର୍ମଗଡ ବ୍ଲକ ର ବେହେରା ଦଳ ଓ ଗୋଲାମୁଣ୍ଡା ବ୍ଲକର ଲିମସେର ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
ଲିମସେର ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୧୨ ଓଭର ରେ ୯ ଓ୍ବିକେଟ ହରାଇ ୧୨୮ ରନ ସଂଗ୍ରହ କରିଥିଲେ । ବିଜୟ ଲକ୍ଷ ୧୨୯ ରନର ପିଛା କରି ବେହେରା ଦଳ ନିର୍ଧାରିତ ଓଭର ମଧ୍ୟରେ ସମସ୍ତ ଓ୍ବିକେଟ ହରାଇ ୧୧୩ ରନ ସଂଗ୍ରହ କରିବା କୁ ସମର୍ଥ ହୋଇ ଥିଲେ । ଲିମସେର ଦଳକୁ ଚମ୍ପିୟାନ ଘୋଷଣା କରାଯାଇଥିଲା । ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବରେ ବଡଘୁମର ସରପଞ୍ଚ ଜନ୍ମେଜୟ ଗୋପାଳ ,ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ଇଙ୍ଗିତ ପଣ୍ଡା, ସମାଜସେବୀ ମଦନ ବଣିଆ ଯୋଗ ଦେଇ ବିଜୟୀ ଓ ରନର୍ଶଅପ ଦଳ କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରି ଥିଲେ ।
ଲିମସେର ଦଳ ର ପ୍ରିୟକୃଷ୍ଣ ପଟେଲ ଙ୍କୁ ମ୍ୟାଚ ଓ ସିରିଜ୍ ର ଶ୍ରେଷ୍ଟ ଖେଳାଳି ଭାବେ ପୁରସ୍କୃତ କରାଯାଇ ଥିଲା । ଫାଇନାଲ ମ୍ୟାଚ କୁ ରାଜୁଦୀପ ଏବଂ ନିରଞ୍ଜନ ସୁନାନୀ ପରିଚାଳନା କରିଥିଲେ । ପୁରା ଟୁର୍ଣାମେଣ୍ଟ କୁ କମିଟି ର ସଭାପତି ନିର୍ମଳ ଗୋପାଳ, ଦେବେନ୍ଦ୍ର ଗୋପାଳ, ରମେଶ ଗୋପାଳ, ଝସକେତନ ଗୋପାଳ, ରଶ୍ମି ଗୋପାଳ ପ୍ରମୂଖ ପରିଚାଳନା କରିଥିଲେ ।