ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ପୌରପରିଷଦ ଅଞ୍ଚଳରେ ସଫେଇ କାର୍ଯ୍ୟ କରୁଥିବା ଏକ ଘରୋଇ ଠିକା କମ୍ପାନୀର ଟେଣ୍ଡର କୁ ବାତିଲ କରିଛି ପୌରପରିଷଦ ।ଫଳରେ ଏହି ଠିକା କମ୍ପାନୀ ଅଧିନରେ କାର୍ଯ୍ୟ କରୁଥିବା ସହରର ପ୍ରାୟ ୧୧୫ ଜଣ ସଫେଇ କର୍ମଚାରୀ ଜିବୀକା ହରାଇ ପୌର ପରିଷଦରେ ଅଭିଯୋଗ କରି ନିରାଶ ହେଲା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ପୁନଃ ନିଯୁକ୍ତି ପାଇଁ ଦାବି କରିଥିଲେ ।
ଏହି ଘଟଣାର ସଫେଇ ଦେବା ପାଇଁ ସଦର ପୌର ପରିଷଦ ଅଧ୍ୟକ୍ଷା ନିଜ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଟେଣ୍ଡର ବାତିଲ ସମ୍ପର୍କରେ ସ୍ପଷ୍ଟୀକରଣ ଦେଇଛନ୍ତି । ସହରର ପରିମଳ ବ୍ୟବସ୍ଥା ଏକ ଘରୋଇ କମ୍ପାନୀକୁ ଦିଆଯାଇଥିଲା I ସମ୍ପୃକ୍ତ କମ୍ପାନୀ ସହରର ୧୫ ଟି ଯାକ ଓ୍ବାର୍ଡରେ ୧୧୫ ଜଣ ସଫେଇ କର୍ମଚାରୀମାନେ ସଫେଇ କରିଆସୁଥିଲେ ।
ପରେ କମ୍ପାନୀର କାର୍ଯ୍ୟ ସନ୍ତୋଷ ଜନକ ନ ହେବାରୁ ତଥା ସମୟ ସୀମା ଶେଷ ହୋଇଯାଇଥିବାରୁ ପୋରପରିଷଦ ପକ୍ଷରୁ ସଂପୁକ୍ତ କମ୍ପାନୀ ଚୁକ୍ତନାମା କୁ ବାତିତ କରିଥିଲେ ପୌରପରିଷଦ ।ତେବେ ନୂତନ ସଫେଇ କମ୍ପାନୀ ନିଯୁକ୍ତ ହେବା ପର୍ଯ୍ୟନ୍ତ ସଫେଇ କର୍ମଚାରୀମାନେ ଅପେକ୍ଷା କରିବା କୁ ଅନୁରୋଧ କରିଛନ୍ତି ପୌର ପରିଷଦ ଅଧ୍ୟକ୍ଷା । ଏହି ସାମ୍ବାଦିକ ସମ୍ମିଳନୀରେ ପୌର ପରିଷଦ ଅଧ୍ୟକ୍ଷାଙ୍କ ସହିତ ସମସ୍ତ କାଉନସିଲର ଉପସ୍ଥିତ ଥିଲେ ।