Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଭିଭାବକ ସମ୍ମିଳନୀ

74 0

ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ଥିବା ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ଶିବ ଶଙ୍କର ମଣ୍ଡଳ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ତଥା ସ୍ନାତକ ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ ଯୋଗ ଦେଇଥିଲେ। ସଭାର ମଞ୍ଚ ପରିଚାଳନା ଦାୟିତ୍ୱରେ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ନାହକ ଯୋଗ ଦେଇଥିଲେ।ଏଥି ସହିତ ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଶଶାଙ୍କ ଶେଖର ତ୍ରିପାଠୀ ଯୋଗ ଦେଇଥିଲେ।ମୁଖ୍ୟ ଅତିଥି ଶ୍ରୀ ମଣ୍ଡଳ କହିଥିଲେ ଘଡି ସନ୍ଧି ପ୍ରତ୍ୟେକ ସ୍ଥାନରେ ଶିକ୍ଷାର ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।

ତେଣୁ ପ୍ରତ୍ୟକ ଛାତ୍ର ଛାତ୍ରୀ ଭଲ ପାଠ ପଢିବା ଦରକାର।ମହାବିଦ୍ୟାଳୟର ସଭାପତି ଶ୍ରୀ ତ୍ରିପାଠୀ କହିଲେ ଡାବୁଗାଁ ହେଉଛି ମୋ ମାଟି ଏହି ବିଦ୍ୟାଳୟର ସବୁ ବ୍ୟବସ୍ଥା ଉପରେ ଯଥା ପାଠ୍ୟ କ୍ରମ ଠାରୁ ଶିକ୍ଷକ ବ୍ୟବସ୍ଥା ସବୁ କ୍ଷେତ୍ରରେ କିପରି ଠିକ୍ ଭାବରେ ପରିଚାଳନା ହେବ ସେଥି ପାଇଁ ମୁଁ ସବୁବେଳେ ଚେଷ୍ଟିତ।ଏଥି ସହିତ ଶିକ୍ଷା ବିଭାଗର ମୁଖ୍ୟ ଶ୍ରୀ ନାହକ କହିଲେ ଶିକ୍ଷା ଏକ ମାଧ୍ୟମ ଯାହା ପ୍ରତ୍ୟେକ ସ୍ତରର ବିକାଶ କରିବା ପାଇଁ ସାହାଯ୍ୟ କରେ ତେଣୁ ଶିକ୍ଷାନୁଷ୍ଠାନ କିପରି ରେଗିଙ୍ଗ ମୁକ୍ତ ହେବ ଏଥି ସହିତ ଛାତ୍ର ଛାତ୍ରୀ ମାନେ କିପରି ଶିକ୍ଷା କାର୍ଯ୍ୟକ୍ରମ ସହିତ ଛାତ୍ର ବୃତ୍ତି ବୃତ୍ତିଗତ ଶିକ୍ଷା,ଶିକ୍ଷାର ନୂତନି କରଣ ,ମୋ ସ୍କୁଲ ଅଭିଯାନ ସର୍ବପରି 5t ଏଥି ସହିତ ଗୁଣାତ୍ମକ ଶିକ୍ଷାର ବିକାଶ ପ୍ରତି ସରକାରଙ୍କ ସ୍ତରରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ତେଣୁ ପ୍ରତ୍ୟେକ ପିଲା ଯେପରି ସମସ୍ତ ପ୍ରକାର ଶିକ୍ଷାର ବିକାଶରେ ଭାଗିଦାରୀ ହୋଇ ପାରିବେ ସେଥିପାଇଁ ଚେଷ୍ଟିତ ହେବା ଦରକାର।

ସମ୍ମାନିତ ଅତିଥି ଭୈରବ ସ୍ନାତକ ମହାବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଶଙ୍କର ପ୍ରସାଦ ଗନ୍ତାୟତ ଙ୍କ ମତ – ଶିକ୍ଷା ପ୍ରାଥମିକ ଠାରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ପିଲାମାନେ ଭଲ ଭାବେ ପଢିବା ଦରକାର ନ ଚେତ୍ ଶିକ୍ଷା ସ୍ତରରେ ପିଲାମାନେ ଠିକ୍ ଭାବରେ ପାରଦର୍ଶିତା ହୋଇ ପାରିବେ ନାହିଁ।ଏହି ଅଭିଭାବକ ସମ୍ମିଳନୀ ରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ପ୍ରସର୍ନ କୁମାର ଦଣ୍ଡସେନା,ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ,ବାଣିଜ୍ୟ ବିଭାଗର ମୁଖ୍ୟ ଶ୍ରୀ ଶିବ ପ୍ରସାଦ ସାହୁ ଓ ବାଣିଜ୍ୟ ବିଭାଗର ଅଧ୍ୟାପକ ଶ୍ରୀ ନବୀନ କୁମାର ନାଗେସ,ଇଂରାଜୀ ବିଭାଗର ଅଧ୍ୟାପିକା ତତ୍ୟମସି ରଥ ,ଓଡ଼ିଆ ବିଭାଗର ଅଧ୍ୟାପକ ସରୋଜ ବଡ଼କିଆ,ଭବାନୀ ଶଙ୍କର ତ୍ରିପାଠୀ,ପଦମ ଭତ୍ରରା ଙ୍କ ସହିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଯୋଗ ଦେଇଥିଲେ।ଏଥି ସହିତ ସମସ୍ତ ଛାତ୍ର ଛାତ୍ରୀ ଙ୍କ ଅଭିଭାବକ ଯୋଗ ଦେଇଥିଲେ।ଶେଷରେ ଶିକ୍ଷା ବିଭାଗର ଅଧ୍ୟାପକ ଶ୍ରୀ ରମେଶ ଚନ୍ଦ୍ର ନାହକ ଧନ୍ୟବାଦ୍ ଅର୍ପଣ କରିଥିଲେ।

Related Post

ଯାଜପୁର ଜିଲାରେ ଜିଲା କ୍ୟାମ୍ପୋରୀ ୧୯ ଉଦ୍ଯାପିତ

Posted by - March 26, 2019 0
ଯାଜପୁର:୨୫ /୦୩ /୧୯ (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଭାରତ ସ୍କାଉଟ୍ ଗାଇଡ଼ର ଜିଲା କ୍ୟାମ୍ପୋରୀ ବିରଜା ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ପାଳିତ ହୋଇଯାଇଛି…

ଯାଜପୁର ରେ କଣ୍ଟେନମେଣ୍ଟ ଅବଧି ବଢିଲା ,ଜାଣନ୍ତୁ କେଉଠି ବଢିଲା

Posted by - April 27, 2020 468
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର ଜିଲ୍ଲାରେ କରେନା ଆକ୍ରାନ୍ତଙ୍କ ସଂଖ୍ୟା ୧୯ ହୋଇଛି। ଏ ମଧ୍ୟରୁ ୧୮ ଜଣ ପଶ୍ଚିମବଙ୍ଗ ଫେରନ୍ତ ବୋଲି ସୂଚନା ରହିଛି। …

ବୌଦ୍ଧ ଦିନ ପାଳିତ କରିବା ପାଇଁ ଗର୍ଜନ ସେନା ର ପ୍ରସ୍ତୁତି ବୈଠକ

Posted by - December 25, 2021 0
ବୌଦ୍ଧ;(ଚିତ୍ତ ରଂଜନ ସିଂ)ବୌଦ୍ଧ ଜିଲ୍ଲା ବିରନରସିଂହପୁର ପଞ୍ଚାୟତର ନୂଆପଡା ଡ୍ୟାମ ଠାରେ ବୌଦ୍ଧ ଜିଲ୍ଲା ବିକାଶ ଗର୍ଜନ ସେନା ତରଫରୁ ଆସନ୍ତା 2022ଜାନୁଆରୀ 2ତାରିଖ ବୌଦ୍ଧ ଦିନ…

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଭାଲୁ ମୃତ ,ତଦନ୍ତ ହେବ ନା ଚୁପ ବସିବ ଜଙ୍ଗଲ ବିଭାଗ ଏହା ଏକ ପ୍ରଶ୍ନବାଚୀ

Posted by - July 4, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) କଣ୍ଟାମାଳ ବ୍ଲକ ଅନ୍ତର୍ଗତ ମନମୁଣ୍ଡା ରେଞ୍ଜ ନିକଟସ୍ଥ ରତାଖଣ୍ଡି ଜଙ୍ଗଲରେ ଗତକାଲି ରାତି ୧୦ଘଣ୍ଟା ସମୟରେ ଏକ ଭାଲୁ ମରିପଡ଼ିଥିବା ଦେଖି…

ବୃନ୍ଦାବନ ଗ୍ରାମସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ଓ ନିରୀକ୍ଷଣ ଗୃହ ପରିଦର୍ଶନ

Posted by - September 18, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ) ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟ ରଞ୍ଜନ ସାହୁ ବୃନ୍ଦାବନ ଗ୍ରାମସ୍ଥିତ ପର୍ଯ୍ୟବେକ୍ଷଣ ଗୃହ ଓ ନିରୀକ୍ଷଣ ଗୃହ ପରିଦର୍ଶନ କରିଥିଲେ । ତାଙ୍କ…