ହରଭଙ୍ଗା: :୨୦/୦୧(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପ୍ରଗଳପୁର ତସରା ଖେଳପଡିଆ ଠାରେ ବୁଦ୍ଧ ଦେବ କ୍ଳବ ଆୟୋଜକରେ ଅନୁଷ୍ଠିତ ହୋଇଥିବା 5ମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଶୁକ୍ରବାର ଦିନ ତୃତୀୟ ଦିବସରେ ପ୍ରଥମ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି l ତୃତୀୟ ଦିନର ଖେଳରେ ଜୟ ଦୁର୍ଗା କ୍ଳବ ଝାରସୁଗୁଡା ସହ ବୌଦ୍ଧ ମଧ୍ୟରେ ସଂଘର୍ଷପୂର୍ଣ୍ଣ ଖେଳ ହୋଇଥିଲା।
ନିର୍ଦ୍ଧାରିତ ସମୟରେ କେହି କାହାକୁ ଗୋଲ ଦେଇ ପାରିନଥିବା ବେଳେ ପରେ ଟ୍ରେବେକର ସାହାଯ୍ୟ ନିଆଯାଇଥିଲା ଏଥିରେ ଝାରସୁଗୁଡା ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି ! ଖେଳକୁ ରେଫରୀ ଏ ପି ସାହୁ ପରିଚାଳନା କରିଥିବା ବେଳେ ଲାଇନ ମ୍ୟାନ ଭାବେ ସୁଜିତ ରାଜହଂସ, ପ୍ରତାପ ପ୍ରଧାନ, ରଜତ ଖାରି ସହଯୋଗ କରିଥିଲେ l
ପ୍ରଥମ ସେମି ଫାଇନାଲ ଦିବସ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ଏନଏସି ଚେୟାୟାର ମେନ ମୃତୁଞ୍ଜୟ ମିଶ୍ର, ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତିଳେଶ୍ୱର ସରପଞ୍ଚ ଝୁନୁ ବେହେରା, ପ୍ରତିଭା ସାହୁ,ପ୍ରଗଳପୁର ଗ୍ରାମ୍ୟ ସଭାପତି ବାସୁଦେବ ପ୍ରଧାନ, ଏକ୍ସ ସରପଞ୍ଚ ନରେଶ କୁମାର ସେଠି, ସୁଜିତ କର୍ଣ ଯୋଗ ଦେଇଥିଲେ l ଆସନ୍ତାକାଲି ଖୋର୍ଦ୍ଧା (ଏମ ବି ବି ) ସହ (କର୍ମଚାନ୍ଦ କ୍ଳବ) ସୁନ୍ଦରଗଡ଼ ମଧ୍ୟରେ ଖେଳ ଅନୁଷ୍ଠିତ ହେବା ନେଇ ବୁଦ୍ଧଦେବ କ୍ଳବ ପକ୍ଷରୁ ସୂଚନା ମିଳିଛି l