ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା କୋକସରା ସଦର କସ୍ତୁରବା ଖେଳ ପଡ଼ିଆରେ ସ୍ପୋର୍ଟ୍ସ କ୍ଲବ ଆନୁକୂଲ୍ୟରେ ନକ୍ ଆଉଟ ଫୁଟବଲ ଖେଳ ଜାରି ରହିଥିବା ବେଳେ ଶୁକ୍ରବାର ପ୍ରଥମ ସେମି ଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ ମାଝୀ, କୋକସରା ଜିଲ୍ଲା ପରିଷଦ ସଭ୍ୟ ତ୍ରିନାଥ ବାଗ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ସମିତି ସଭ୍ୟା ଗାୟତ୍ରୀ ପଣ୍ଡା, ଗୋତୋମୁଣ୍ଡା ସମିତି ସଭ୍ୟା ଶାମୁକା ନାଏକ, ଅଧ୍ୟାପକ ଅଶ୍ୱିନ କୁମାର ପଟ୍ଟନାୟକ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ପ୍ରଥମ ସେମି ଫାଇନାଲ ଝାର କୁଣ୍ଡାମାଲ ଓ ମାଟିଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସଂଘର୍ଷ ପୂର୍ଣ୍ଣ ଖେଳ ପ୍ରଦର୍ଶନ କରି ନିର୍ଦ୍ଧାରିତ ସମୟରେ କେହି କାହାକୁ ଗୋଲ ସ୍କୋର କରିବାରେ ସକ୍ଷମ ନହେବାରୁ ପେନାଲଟି ସଟଆଉଟରେ ମାଟିଗାଁ ଦଳ ସେମିକୁ ଉନ୍ନିତ ହୋଇଛନ୍ତି। ମ୍ୟାଚକୁ ରେଫରି ନିର୍ମଳ ଦଣ୍ଡସେନା, ଶଙ୍କର ପୋଢ଼, ତାପସ ଦାସ ପରିଚାଳନା କରିଥିବା ବେଳେ ସ୍ପୋର୍ଟସ କ୍ଲବର ସମସ୍ତ ଯୁବକ ମାନେ ସହଯୋଗ କରିଥିଲେ। ଆସନ୍ତା ୧୮ ତାରିଖରେ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ଅନୁଷ୍ଠିତ ହେବା ନେଇ କମିଟି ପକ୍ଷରୁ ସୂଚନା ଦେଇଛନ୍ତି।