ସମ୍ବଲପୁର ରେ ହାଇକୋର୍ଟ ଆନ୍ଦୋଳନ, ପୋଲିସ ଓକିଲ ଧସ୍ତାଧସ୍ତି

145 0

ସମ୍ବଲପୁର: ୩୦/୧୧ (ରମାକାନ୍ତ ବିଶ୍ବାଳ)ସମ୍ବଲପୁର ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ଆଜି ଆନ୍ଦୋଳନ ସ୍ଥଳରେ ତିବ୍ର ଉତ୍ତେଜନା ପରିସ୍ଥିତି ସୄଷ୍ଠି ହୋଇଛି । ଜିଲ୍ଲା ଓକିଲ ସଂଘ ତରଫରୁ କଚେରୀ ଛକରେ ସମ୍ବଲପୁର ରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପାଇଁ ଆନ୍ଦୋଳନ କରୁଥିବା ସମୟରେ ଜିଲ୍ଲା ବିଚାରପତି ମାନେ ପୋଲିସ ସୁରକ୍ଷା ବଲୟରେ କୋର୍ଟ କୁ ପ୍ରବେଶ କରିବାର ପାଇଁ ପ୍ରୟାସ କରିଥିଲେ । ଏହି ସମୟରେ ପୋଲିସ ଓ ଜିଲ୍ଲା ଓକିଲ ସଂଘର ସଭ୍ୟ ଙ୍କ ମଧ୍ୟରେ ମୁହାଁମୁହିଁ ଓ ଧସ୍ତାଧସ୍ତି ପରିସ୍ଥିତି ସୄଷ୍ଟି ହୋଇଛି ।

ଏହାସହ ବିଚାରପତି ମାନଙ୍କୁ ୪୫ ମିନିଟ ଧରି କଚେରୀ ଛକରେ ଓକିଲ ମାନେ ଘେରାଉ କରି ପ୍ରତିବାଦ କରିଥିଲେ । ମାନ୍ୟବର ସୁପ୍ରିମକୋର୍ଟ କୋର୍ଟ ଙ୍କ ନିଦ୍ଦେର୍ଶ ଥିଲା ଯେ ବିଚାରପତି ମାନେ ପୋଲିସ ସୁରକ୍ଷା ବଳୟରେ ନ୍ୟାୟାଳୟ ରେ କାର୍ଯ୍ୟରେ ଯୋଗ ଦେବେ । ଏଥିପାଇଁ ଆଜି କଚେରୀ ଛକରେ ହେଉଥିବା ଆନ୍ଦୋଳନ ସ୍ଥଳରେ ଅତିରିକ୍ତ ଏସପି , ଏସଡିପିଓ ଙ୍କ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

ତେବେ ବିଚାରପତି ମାନେ କଚେରୀ ଛକରେ ଫହଞ୍ଚିବା ପରେ ପୋଲିସ ସୁରକ୍ଷା ବଳୟ ରେ କୋର୍ଟ କୁ ଯିବାକୁ ଉଦ୍ୟମ କରୁଥିବା ବେଳେ ଓକିଲ ଙ୍କ ସମେତ ବିଭିନ୍ନ ସଂଗଠନ ବାଧା ଦେବାରୁ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି।ସୄଷ୍ଟି ହୋଇଛି । ଏଥିସହ ବିଚାରପତି ଙ୍କୁ ଓକିଲ ମାନେ ୪୫ ମିନିଟ ଧରି ଘେରାଉ କରି ରଖିଥିଲେ । ପରେ ମାନ୍ୟବର ବିଚାରପତି ମାନେ କୋର୍ଟ କାର୍ଯ୍ୟରେ ଯୋଗ ଦେଇ ପାରିନଥିଲେ ।ତେବେ ନିଜ ଅଞ୍ଚଳ ମାଟିର ଦାବି ହାଇକୋର୍ଟ ବେଞ୍ଚ ପାଇଁ ଜିଲ୍ଲାଓକିଲ ସଂଘ ଲଢେଇ ଯାରି ରଖିଛି ବୋଲି ଜିଲ୍ଲା ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର କହିଛନ୍ତି ।

Related Post

ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ

Posted by - March 25, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବନାଂଚଳ ନାରାୟଣପୁର ଫରେଷ୍ଟ ବିଟ ବାଦିଖୋଲ ଜଙ୍ଗଲ ରେ ଦନ୍ତା ହାତୀ ମୃତ । ଏକ ବିଲରୁ ହାତୀର ମୃତ…

ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ବୈଠକ

Posted by - May 27, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବରିଷ୍ଠ ନାଗରିକ ସଙ୍ଘ ବୈଠକ ଗୋପାଳଜୀ ଯୋଗାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବରିଷ୍ଠ ନାଗରିକ ସଙ୍ଘ ସଭାପତି ଜ୍ୟୋତି ରଞ୍ଜନ…

ଛନକା ବଢ଼ାଉଛି କରୋନା: ଦିନକରେ ଡବଲ୍ ସେଞ୍ଚୁରି.

Posted by - September 19, 2020 0
ଅନୁଗୁଳ:ଅନୁଗୁଳରେ ହୁ ହୁ ହେଇ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକୁ ଦିନ ବେଲଗାମ୍ ହୋଇପଡୁଛି କରୋନା ସ୍ଥିତି । ଆଜି( ଶନିବାର) ଅନୁଗୁଳ ଜିଲ୍ଲାରୁ…

ଯୁବତୀଙ୍କୁ ହତ୍ୟା ସନ୍ଦେହ,ହତ୍ୟା ପରେ ସ୍କୁଟିରେ ଆଣି ଫିଙ୍ଗି ଦେଇ ଚାଲିଗଲେ

Posted by - January 28, 2021 0
ଭୁବନେଶ୍ବର/ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ ) ଯୁବତୀଙ୍କୁ ହତ୍ୟା ସନ୍ଦେହ। ହତ୍ୟା ପରେ ସ୍କୁଟିରେ ଆଣି ଦୁଇ ଜଣ ଯୁବକ ଫିଙ୍ଗି ଦେଇ ଚାଲିଗଲେ। ସିସି ଫୁଟେଜରେ…

ଆୟୁଷ ଡାକ୍ତର ଙ୍କ ଅସହଯୋଗ ଆନ୍ଦୋଳନ ଆରମ୍ଭ

Posted by - October 3, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଅଲ ଓଡ଼ିଶା ଆୟୁଷ ଡାକ୍ତର ଆସୋସିଏସନ ଆହ୍ୱାନ କ୍ରମେ ଆୟୁଷ ଡାକ୍ତର ମାନେ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କର୍ତ୍ତବ୍ୟରେ…