ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ)ସାରା ଦେଶରେ ତାଙ୍କର ମଧୁର ସ୍ୱର ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ସୄଷ୍ଟି କରି ପାରିଥିବା ପ୍ରସିଦ୍ଧ ଗାୟକ ସ୍ତ୍ରର୍ଗତ ମହମ୍ମଦ ରଫି ଙ୍କୁ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସମ୍ବଲପୁର ବାସିନ୍ଦା । ସମ୍ବଲପୁର ସହର ର ଜୱାନେ ହିନ୍ଦ କ୍ଳବ ଓ ସମ୍ବଲପୁର ସିଟି କ୍ଳବ ପକ୍ଷରୁ ମିଳିତ ଭାବରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ଏହି ପ୍ରଖ୍ୟାତ ଗାୟକ ମହମ୍ମଦ ରଫି ଙ୍କୁ । ସମ୍ବଲପୁର ଠାରେ ଏଥିପାଇଁ ଅନୁଷ୍ଠିତ ହୋଇଥିଲା ସ୍ୱତନ୍ତ୍ର ମହମ୍ମଦ ରଫି ନାଇଟ୍ ସଙ୍ଗୀତ ସଂଧ୍ୟା କାର୍ଯ୍ୟକ୍ରମ ।
ଏଥିରେ ସମ୍ବଲପୁର ସହର ସମେତ ଆଖପାଖ ଅଞ୍ଚଳର ମହମ୍ମଦ ରଫି ଙ୍କୁ ତାଙ୍କ ସଙ୍ଗୀତ ପାଇଁ ଭଲ ପାଉଥିବା ମହମ୍ମଦ ରଫି ଙ୍କ ପ୍ରଶଂସକ ଉପସ୍ଥିତ ରହି ସ୍ୱର୍ଗତ ରଫିଙ୍କ ପ୍ରସିଦ୍ଧ ଗୀତ ଗୁଡିକୁ ମଞ୍ଚର ପରିବେଷଣ କରି ଏହି ସଙ୍ଗୀତ ର ଜାଦୁଗର ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରଫି ସଙ୍ଗୀତ ସଂଧ୍ୟା କାର୍ଯ୍ୟକ୍ରମ ମାଧ୍ୟମରେ ନୂଆଁ କଳାକାର ମାନଙ୍କ ପାଇଁ ତାଙ୍କର ସଙ୍ଗୀତ ଗାନ କଳା ପ୍ରତିଭା ପଦର୍ଶନ ପାଇଁ ଏହି ମଞ୍ଚ ମାଧ୍ୟମରେ ପ୍ରୟାସ କରାଯାଇଥିଲା ।