“ଅନୁଗୋଳ – (ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ବେନ୍ତପୁର ଗାଁରେ ସାପ କାମୁଡ଼ାରେ ଦୁଇ ଯାଆଁଳା ଭଉଣୀଙ୍କ ମୃତ୍ୟୁ ହୋଇଛି । ବେନ୍ତପୁର ଗ୍ରାମର ସୁମନ୍ତ ସାହୁଙ୍କ ୧୨ ବର୍ଷୀୟା ଯାଆଁଳ ଝିଅ ରୋଜାଲାନି ସାହୁ ଓ ସୂଜାତା ସାହୁ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଉଭୟଙ୍କୁ ସାପ କାମୁଡି ଥିଲା । ସେମାନଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା ତେବେ ସେମାନଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡାକ୍ତର ତାଙ୍କୁ କଟକ ନେବା ପାଇଁ ପରାମର୍ଶ ଦେଇଥିଲେ ।
ତେବେ ସେମାନଙ୍କୁ କଟକ ସ୍ଥାନାନ୍ତରେ ବେଳେ ବାଟରେ ଉଭୟଙ୍କ ମୃତ୍ଯୁ ହୋଇଥିଲା । ଏଭଳି ଘଟଣାରେ ସମଗ୍ର ବେନ୍ତପୁର ଗାଁରେ ଶୋକର ଛାୟା ଖେଳି ଯାଇଛି ।