ଯାଜପୁର ବଡଚଣା ଥାନା ବନ୍ଦାଳୋ ଛକ ନିକଟରେ ଟ୍ରଲର ଧକ୍କାରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଘଟଣାରେ ମୃତ୍ୟୁ ସଂଖ୍ୟାରେ ଦୁଇ ପହଂଚିଛି । ମୃତକଙ୍କ ପରିବାରକୁ କ୍ଷତିପୁରଣ ସହିତ ୧୦୮ କର୍ମଚାରୀଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଦେବା ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ଓ ମୃତକଙ୍କ ପରିବାର ପକ୍ଷରୁ ଯାଜପୁରରେ ରାସ୍ତାରୋକ କରାଯାଇଥିଲା । ପରେ ସ୍ଥାନୀୟ ପୋଲିସ ପହଂଚି ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତ୍ରିରେ ରୋଗୀଙ୍କୁ ଯାଜପୁର ମେଡିକାଲରୁ କଟକ ବଡ ମେଡିକାଲ କୁ ୧୦୮ ଆମ୍ବୁଲାନ୍ସ ଯାଉଥିବା ବେଳେ ବନ୍ଦାଳୋ ଛକ ନିକଟରେ ଏକ ଟ୍ରଲର ସହିତ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ରଂଜିତ ମଲ୍ଲିକଙ୍କର ମୃତ୍ୟୁ ହୋଇଥିଲା । ରୋଗୀ ଶଶି ଜେନାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏଥିସହିତ ଆମ୍ବୁଲାନ୍ସ ଡ୍ରାଇଭର ଓ ପାଂର୍ମାଶିଷ୍ଟ ମଧ୍ୟ ଏବେବି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଉଭୟ ଆମ୍ବୁଲାନ୍ସ କର୍ମଚାରୀ ଓ ରୋଗୀଙ୍କ ଶବ ଯାଜପୁରରେ ପହଂଚିବା ପରେ ଏହାକୁ ନେଇ ଉତେଜନା ପ୍ରକାଶ ପାଇଥିଲା । ତୁରନ୍ତ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ସହିତ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରାଯାଇଥିଲା ।

କ୍ଷତିପୁରଣ ଦାବିରେ ଆମ୍ବୁଲାନ୍ସ କର୍ମଚାରୀ ପକ୍ଷରୁ ଯାଜପୁରରେ ରାସ୍ତାରୋକ
Facebook Notice for EU!
You need to login to view and post FB Comments!