ଭୁବନେଶ୍ୱର ୬।୯: ଟ୍ରାଫିକ ନିୟମ ଉଲ୍ଲଂଘନରେ ଏକାଧିକ ଫାଇନ୍ ନେଇ ନୂଆ ନିଷ୍ପତ୍ତି ହୋଇଛି। ଏଣିକି ଆଉ ଏକାଧିକ ପ୍ରକାର ଫାଇନ ଆଦାୟ କରାଯିବନି। ରାଜ୍ୟ ପରିବହନ ସଚିବ ଜି.ଶ୍ରୀନିବାସନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ତେବେ କେବଳ ସିରିୟସ ଅଫେନ୍ସ କ୍ଷେତ୍ରରେ ଫାଇନ ଆଦାୟ କରାଯିବ ବୋଲି ପରିବହନ ସଚିବ କହିଛନ୍ତି। ଦୁର୍ଘଟଣା ପଛରେ ପ୍ରମୁଖ କାରଣ ମଦ । ଯେତେବେଳେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯାଇଛି ସେହି ସମୟରେ ରାଜ୍ୟ ପୋଲିସ ମଦୁଆ ଡ୍ରାଇଭରଙ୍କ ପାଇଁ ଫାଶ ବସାଇଛି। ଏହି ଫାଶ ବସିବ ରାଜ୍ୟରେ କାମ କରୁଥିବା ଟୋଲ ଗେଟ୍ ଗୁଡ଼ିକରେ। ସେଠାରେ ସାମାନ୍ୟ ସନ୍ଦେହ ହେଲେ ପୋଲିସ ଡ୍ରାଇଭରଙ୍କୁ ବ୍ରିଦ୍ ଆନାଲାଇଜର ପାଇଁ ଡାକିବେ। ଆଉ ଯଦି ଶହେ ମିଲି ରକ୍ତରେ ୩୦ ଗ୍ରାମରୁ ଅଧିକ ଆଲୋକହଲ ମିଳିଲା, ତାହେଲେ ତୁରନ୍ତ ଗିରଫ କରାଯିବ। ଦରକାର ପଡ଼ିଲେ ଗାଡ଼ିକି ବି ସିଜ୍ କରାଯିବ। ତେବେ ଯାତ୍ରୀବାହୀ ଗାଡ଼ି ହୋଇଥିଲେ ପାସେଞ୍ଜରଙ୍କୁ ପଠାଇବା ଲାଗି ବ୍ୟବସ୍ଥା ହେବ। ଜଷ୍ଟିସ ରାଧାକ୍ରିଷ୍ଣନ କମିଶନଙ୍କ ନିର୍ଦ୍ଦେଶକ କ୍ରମେ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।

ଆଉ ଆଦାୟ ହେବନି ଏକାଧିକ ଫାଇନ୍ ,କେବଳ ସିରିୟସ ଅଫେନ୍ସ ପାଇଁ ହେବ ଜୋରିମନା,ଟୋଲ ଗେଟ୍ରେ ଧରାହେବେ ମଦୁଆ ଡ୍ରାଇଭର
Facebook Notice for EU!
You need to login to view and post FB Comments!