ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଲାଞ୍ଜିଗଡ ବ୍ଲକର ଲାଲା ପ୍ରସାଦ ଭୋଇ ଓଡିଶା କ୍ରୀଡା ଜଗତରେ ସୃଷ୍ଟି କରିଛନ୍ତି ଏକ ମାଇଲ ଖୁଣ୍ଟ। ସୂଚନା ରୁ ଜଣାଯାଏ ଯେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଭାରତୀୟ ଗ୍ରାଁ ପ୍ରିକ୍ସ ୪ ରେ ବ୍ୟକ୍ତିଗତ ଲଙ୍ଗ୍ ଜମ୍ପ୍ ରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଲାଲୁ ଏବଂ ଏହି ସଫଳତା ତାଙ୍କୁ କଲମ୍ବିଆ ଯାତ୍ରା ର ରାସ୍ତା ଦେଖାଇଛି। ୭.୫୮ ମିଟର ଜମ୍ପ୍ କରି ଲାଲୁ ବ୍ରୋଞ୍ଜ ପଦକ ହାସଲ କରିବା ସହ ବିଶ୍ଵ ଆଥଲେଟିକ୍ସ ଚାମ୍ପିଅନସିପ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଅଗଷ୍ଟ ୨ ରୁ ୭ ତାରିଖ ପର୍ଯ୍ୟନ୍ତ କଲମ୍ବିଆ ରେ ହେବାକୁ ଥିବା ବିଶ୍ଵ ଜୁନିୟର ଆଥଲେଟିକ୍ସ ଚାମ୍ପିଅନସିପ୍ ଖେଳାଳି ଭାବେ ଯୋଗ୍ୟ ବିବେଚିତ ହୋଇଛନ୍ତି ଏବଂ ପ୍ରଥମ ଭାରତୀୟ ଭାବେ ସେ ଏହି ଗୌରବ ଲାଭ କରିଛନ୍ତି।
କିଟ୍ +୩ ବାଣିଜ୍ଯ ପ୍ରଥମ ବର୍ଷ ଛାତ୍ର ଲାଲୁ ପୂର୍ବରୁ କନିଷ୍ଠ ବର୍ଗ ରେ ଖେଳୁଥିବା ବେଳେ ଏଥର ବରିଷ୍ଠ ବର୍ଗରେ ଖେଳି କୃତିତ୍ଵ ଅର୍ଜନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ ସ୍ଥିତ ରିଲାଏନ୍ସ ଫାଉଣ୍ଡେସନ ଏଚ ପି ସି ରେ ପ୍ରଶିକ୍ଷଣ ନେଇଥିବା ଲାଲୁ ପୂର୍ବରୁ ଖେଳୋ ଇଣ୍ଡିଆ ଯୁବ କ୍ରିଡା ଓ ସର୍ବଭାରତୀୟ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ବେଳେ ୬୮ ତମ ରାଜ୍ଯ ଦୌଡ କୁଦର ୧୦୦ ମିଟର ରେ କାଂସ୍ୟ ଏବଂ ଲମ୍ବଡିଆଁ ରେ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ। ଏଥିପାଇଁ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟିଛି। ଏଇ ଓଡିଶା ପରିବାର ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ବିଶ୍ୱ ଚାମ୍ପିଅନସିପ୍ ରେ ଶ୍ରେଷ୍ଠ ପ୍ରଦର୍ଶନ ଓ ସଫଳତା କାମନା କରିଛନ୍ତି।