ରାୟଗଡ଼ା:(ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଥାନା ଅଧୀନରେ ଥିବା ଶଙ୍କରଡା ଗ୍ରାମରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ରାମଚନ୍ଦ୍ର ଦାସ ଙ୍କ ମୃତ୍ୟୁ କୁ ନେଇ ତାଙ୍କ ପରିବାର ବର୍ଗ ବନବିଭାଗ ର କର୍ମଚାରିଙ୍କୁ ସିଧା ସିଧା ହତ୍ୟା ର ଆରୋପ ଆଣିଛନ୍ତି | ମୃତ୍ୟୁ କର୍ମଚାରୀ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅଞ୍ଚଳର ବୋଲି ଜଣାପଡ଼ିଛି।ସେ କିଛି ବର୍ଷ କାଶୀପୁର ବନ ବିଭାଗ ରେ କାର୍ଯ୍ୟ କରିବା ପରେ ଟିକିରି ରେଞ୍ଜ କୁ ବଦଳି ହୋଇଥିଲେ। ସେ ଟିକିରି ରେଞ୍ଜ ଅଧିନସ୍ତ ଶଙ୍କରଡା ସେକ୍ସନ ,ଶଙ୍କରଡ଼ା ଫରେଷ୍ଟ ହାଉସ ରେ ଗତ ୩ ବର୍ଷ ହେଲା ରହି ଆସୁଥିଲେ।
ମୃତ ଦାସ ଦୀର୍ଘ ଦିନଧରି କାଶୀପୁର ଓ ଟିକିରି ରେଞ୍ଜ ରେ ଫରେଷ୍ଟ ଗାର୍ଡ ଭାବରେ କାର୍ଯ୍ୟରତ ଥିଲେ। ଆଜି ସକାଳୁ ଅନ୍ୟ ଷ୍ଟାଫ ମାନେ ଡ଼ିଉଟି ଯିବାକୁ ଡାକିବା ସମୟରେ ଦେଖିଲେ ଜେ କବାଟ ଖୋଲା ସହ ପାଇଖାନା ଭିତରେ ମୁହଁ ମାଡି ପଡିଯାଇଥିବାର ଦେଖିଥିଲେ। ଜାଣିବାର ସଙ୍ଗେ ସଙ୍ଗେ ଟିକିରି ରେଞ୍ଜେର ଦିବ୍ୟ ମାଧୁରୀ ଙ୍କୁ ସୂଚନା ଦେଇଥିଲେ, ଟିକିରି ରେଞ୍ଜେର ଟିକିରି ଥାନାରେ ଜଣାଇ ଆମ୍ବୁଲାନ୍ସ ଯୋଗେ କାଶୀପୁର ଡାକ୍ତରଖାନା କୁ ଆଣିଥିଲେ କିନ୍ତୁ ଡାକ୍ତର ତାଙ୍କୁ ଦେଖି କିଛି ଘଣ୍ଟା ପୂର୍ବରେ ମୃତ ହୋଇ ଥିବାର ପ୍ରକାଶ କରିଥିଲେ।
ଅପରାହ୍ନ ସମୟରେ ତାଙ୍କ ପରିବାର ବର୍ଗ ଆସିବାପରେ ସିଧା ସଳଖ ଶଙ୍କରଡା ବନ ବିଭାଗ କର୍ମଚାରୀଙ୍କ ନାମରେ ଅଭିଯୋଗ ଆଣିଥିଲେ |ଅଧିକା ତଦନ୍ତ ପାଇଁ ରାୟଗଡାରୁ ସାଇଣ୍ଟିଫିକ ଟିମ ସ୍ଥିତି ଅନୁଧ୍ୟାନ କରିଥିଲେ |ଟିକିରି ଥାନା ଆଇଆଇସି ବନ୍ଦନା ନାଏକ ଙ୍କୁ ଅଧିକା ତଥ୍ୟ ପଚାରିବାରୁ ସିଧା ସଳଖ ମନା କରିଦେଇଥିଲେ |ଯେହେତୁ ଟିକିରି ପୋଲିସ ଏବଂ ତହସିଲଦାର ମଧ୍ୟ ଘଟଣାର ଅନୁଧ୍ୟାନ ବିଳମ୍ବରେ କରିଥିବାର ପରିଲକ୍ଷିତ ହୋଇଥିଲା ।
ମୁଖ୍ୟ ବିଷୟହେଲା , ମାଜିଷ୍ଟ୍ରେଟ ତହସିଲଦାର କିମ୍ବା ପୋଲିସ ଏବଂ ମୃତକଙ୍କ ପରିବାର ର ବିନା ଅନୁମତି ଏବଂ ତାଙ୍କ ଅନୁପୋସ୍ଥିତରେ କେଉଁ ଅଧିକାର ବଳରେ ଟିକିରି ବନ ବିଭାଗ ଅଧିକାରୀ ଦିବ୍ୟ ମାଧୁରୀ ସେଠୀ ମୃତ ଦେହ କୁ ତରବରିଆ ଭାବେ ପାଖାପାଖି ୪୦ କିଲୋମିଟର ଦୂରତା କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଲେ, ସେ କାହିଁକି ୧୦ ରୁ ୧୨ କିଲୋମିଟର ଟିକିରି କିମ୍ବା ଅଶାପଡା ମେଡିକାଲ କୁ ନେଲେନାହିଁ ? ଏହି ପ୍ରଶ୍ନ ତାଙ୍କ ପରିବାର ଓ ଅଞ୍ଚଳ ବାସୀଙ୍କୁ ଘରିଛି । ମୃତ ବ୍ୟକ୍ତି ଙ୍କ ସ୍ତ୍ରୀ ପୂର୍ବୀ ଦାସଏବଂ ପୁଅ ମଳୟ ଦାସ ପିତାଙ୍କ ଆକସ୍ମିକ ମୃତ୍ୟୁ କୁ ଅସଂଯତ ଅବସ୍ଥାରେ ମୃତ୍ୟୁ ନେଇ ଅଧିକା ସନ୍ଦେହ ସୃଷ୍ଟି କରୁଛି ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି |