ଭୁବନେଶ୍ୱର : ନିଜ ଅପ୍କମିଂ ଫିଲ୍ମର ସୋଶାଲ୍ ମିଡିଆରେ ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ପପୁ ପମ୍ପମ୍। ପୋଷ୍ଟରଟି ତାଙ୍କ ଫିଲ୍ମର ଅଫିସିଆଲ୍ ପୋଷ୍ଟର ନୁହେଁ, ସେ ସେହି ଫଟୋକୁ ସେୟାର କରିନାହାନ୍ତି । ଏଭଳି ପୋଷ୍ଟରକୁ ଯିଏ ପୋଷ୍ଟ କରିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପପୁ କହିଛନ୍ତି।ସେପଟେ ଅଭିଯୋଗ ପରେ ଏନେଇ ଖୋଳତାଡ଼ ଆରମ୍ଭ କରିଛି କମିଶନରେଟ ପୁଲିସ। ଫିଲ୍ମ ପ୍ରଡକ୍ସନ୍ ହାଉସ୍ ନାଁରେ ମାମଲା ରୁଜୁ ହୋଇଛି। ପ୍ରାଥମିକ ଭାବେ ପ୍ରଡକ୍ସନ୍ ହାଉସ୍କୁ ଡାକି ପଚରାଉଚରା କରାଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ।ପୋଷ୍ଟରଟି କିଏ ପ୍ରକାଶ କରିଛି ସେ ନେଇ ତଦନ୍ତ ହେବ। ଖାଲି ସେତିକି ନୁହେଁ ଆବଶ୍ୟକ ପଡ଼ିଲେ ଫିଲ୍ମର ଅଭିନେତା, ଅଭିନେତ୍ରୀଙ୍କୁ ଡାକି ପଚରାଉଚରା ବି କରାଯିବ ବୋଲି ଡିସିପି କହିଛନ୍ତି।
ଫିଲ୍ମର ପ୍ରଯୋଜକ ଏବଂ ପ୍ରଯୋଜନା ସଂସ୍ଥାକୁ ନୋଟିସ୍ କରାଯିବ । ତଦନ୍ତ ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି । ଗତକାଲି ବିବାଦୀୟ ପୋଷ୍ଟର ସମ୍ପର୍କୀତ ଖବର ପ୍ରସାରଣ ପରେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଭୁବନେଶ୍ବର ମହିଳା ଥାନା ଏବଂ ମହିଳା କମିସନରେ ଅଭିଯୋଗ କରିବା ପରେ ପୋଲିସ ଆକ୍ସନ ମୋଡ୍ କୁ ଆସିଛି