Breaking News
1:07 pmସମ୍ବଲପୁର : ସମ୍ବଲପୁର ଶାସନ କେନାଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ,ଭାରସାମ୍ୟ ହରାଇ କେନାଲକୁ ଓଲଟିଲା ବରଯାତ୍ରୀ ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ସମେତ ୭ ମୃତ, ୨ ଆହତ,ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ 1:04 pmବଡ଼ମ୍ବା ବନ ବିଭାଗ ହାଜତ ମୃତ୍ୟୁ ଘଟଣା : ମାନବାଧିକାର ଅୟୋଗଙ୍କ ରିପୋର୍ଟ ତଲବ 1:03 pmମହାନଦୀ ଜଳ ବିବାଦର ସମାଧାନ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଲେ ମନ୍ତ୍ରୀ ଟୁକୁନି ସାହୁ 1:03 pmପିପିଲି : ପୁରୀକୁ ଚାଲାଣ ହେଉଥିବା ବେଳେ ଜବତ ହେଲା ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ 1:01 pmଆସନ୍ତାକାଲି ନବୀନ ନିବାସରେ ପର୍ଯ୍ୟବେକ୍ଷକଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ ନବୀନ। ଝାରସୁଗୁଡ଼ା ଉପନିର୍ବାଚନ ସହ ସାଙ୍ଗଠନିକ ଆଲୋଚନା କରିବେ ନବୀନ। ସନ୍ଧ୍ୟା ୭ଟାରେ ନବୀନ ନିବାସରେ ବୈଠକ

ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌

848 0

ପୁରୀ ୨୯ା୭: ଓଡ଼ିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ୍‌। ଓଡ଼ିଶା ରସଗୋଲା ପାଇଛି ଭୌଗଳିକ ପରିଚୟ। ମାଡ୍ରାସ ଜିଆଇ କାର୍ଯ୍ୟାଳୟରୁ ଏହି ମାନ୍ୟତା ମିଳିବା ପରେ ସମଗ୍ର ରାଜ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ସୋସିଆଲ ମିଡ଼ିଆରେ ଛାଇଯାଇଛି ରସଗୋଲା ଓଡ଼ିଶାର। ତେବେ ଏହାକୁ ନେଇ ପୁରୀବାସୀ ଅଧିକ ଖୁସି ଜାହିର କରିଛନ୍ତି। କାରଣ ରସଗୋଲା କାହାର ପ୍ରଶ୍ନ ଉଠିବାବେଳେ ଆପେ ଆପେ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଅଭିମାନୀ ଲକ୍ଷ୍ମୀ ଠାକୁରାଣୀଙ୍କ କଥା ସମସ୍ତଙ୍କ ମନକୁ ଚାଲିଆସେ। ନୀଳାଦ୍ରିବିଜେ ସମୟରେ ମହାପ୍ରଭୁ ରସଗୋଲା ଖୁଆଇ ମହାଲକ୍ଷ୍ମୀଙ୍କ ମାନ ଭଞ୍ଜନ କରିଥାନ୍ତି। ଜଗନ୍ନାଥ ସଂସ୍କୃତିରେ ଏହାର ବେଶ୍‌ ମହତ୍ତ୍ୱ ରହିଛି। ତେଣୁ ଓଡ଼ିଶା ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ପରେ ସୋମବାର ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ମହାଦୀପ ଦାନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ଶ୍ରଦ୍ଧାଳୁ ସାମିଲ ହୋଇ ରସଗୋଲା ଭୋଗ କରିବା ସହ ରସଗୋଲା ଆମର ବୋଲି ସ୍ଲୋଗାନ ଦେଇଥିଲେ।

Related Post

ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ

Posted by - August 12, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନିଜର ହକ୍ ପାଇଁ ଗର୍ଜିଲେ ଆଦିବାସୀ l ନବରଙ୍ଗପୁର ଜିଲ୍ଲାର ସମସ୍ତ ଅନୁସୂଚିତ ଜନଜାତି ଆଦିବାସୀ ମାନଙ୍କର ସମସ୍ୟାକୁ ନେଇ ନବରଙ୍ଗପୁର ଜିଲ୍ଲାପାଳ ଅଫିସ…

ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନତା ରଥ ଶୁଭାରମ୍ଭ ଓ ୱାସିଡିଏ ୩୦ବର୍ଷ ପୂର୍ତ୍ତି ଲୋଗୋ ପ୍ରଦର୍ଶନ

Posted by - December 21, 2022 0
ଖପ୍ରାଖୋଲ: ୨୦/୧୨(ତାପସ ରଞ୍ଜନ ବେହେରା) ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଳକ କୃଷି କାର୍ଯ୍ୟାଳୟ ଠାରେ ଓଡିଶା ମିଲେଟ ମିଶନ ପକ୍ଷରୁ ମାଣ୍ଡିଆ ବିକ୍ରୟ ନିମନ୍ତେ ସଚେତନତା ରଥ…

ବାରମ୍ବାର ଫୋନ ସତ୍ବେ ୧୦୮ଏମ୍ବୁଲେନ୍ସ ଆସିଲାନି,ଶେଷରେ ଟ୍ରଲି ରେ ବୁହାହେଲେ ପ୍ରସୂତି

Posted by - May 6, 2020 1,599
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ବାଇଁଶିରିଆ ପଞ୍ଚାୟତ ରେ ୨ଟି କରୋନା ରୋଗୀ ଚିହ୍ନଟ ହେବାପରେ ସେହି ଅଞ୍ଚଳକୁ ବରି ପ୍ରଶାସନ ତରଫରୁ ସିଲ କରିଯାଇଥିଲା…

ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଜମା ଟଙ୍କା ଆତ୍ମସାତ ଘଟଣାରେ ନ୍ୟାୟ ଦାବି

Posted by - October 30, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତରେ ଏମବିକେ ଙ୍କ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ବ୍ୟାଙ୍କ ଜମା ଟଙ୍କା ଆତ୍ମସାତ…

Leave a comment

Your email address will not be published.