ନୂଆଦିଲ୍ଲୀ,୫।୭: ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ଉପସ୍ଥାପନ କରିଛନ୍ତି। ତେବେ ଏହି ବଜେଟକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦେଶର କୃଷି କ୍ଷେତ୍ରକୁ ବଦଳାଇବାର ଏକ ରୋଡମ୍ୟାପ। ଏହା ଆଶାର ବଜେଟ୍ ବୋଲି ମୋଦି କହିଛନ୍ତି। ଏହା ଦେଶକୁ ସମୃଦ୍ଧ କରିବାର ବଜେଟ୍। ଏହି ବଜେଟରେ ଗରିବଙ୍କୁ ବଳ ମିଳିବ ଆଉ ଯୁବକଙ୍କୁ ଭଲ ଭବିଷ୍ୟତ ମିଳିବ ବୋଲି ସେ କହିଛନ୍ତି। ଏଥିରେ ଟ୍ୟାକ୍ସ ବ୍ୟବସ୍ଥାକୁ ସରଳିକରଣ କରାଯିବା ସହ ଇନଫ୍ରାଷ୍ଟକ୍ଚରର ଆଧୁନୀକିକରଣ କରାଯିବ ବୋଲି ମୋଦି କହିଛନ୍ତି।
Facebook Notice for EU!
You need to login to view and post FB Comments!