ପାଟଣାଗଡ଼ ବିଧାୟକ ସରୋଜ ମେହେର ଗଲେ ଜେଲ୍‌

1046 0

ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ଆଜି ପାଟଣାଗଡ଼ ପୁଲିସ୍ ତାଙ୍କୁ ଗିରଫ କରିଥିଲା।ବିଧାୟକଙ୍କୁ ଏଡିଜେଙ୍କ କୋର୍ଟରେ ହାଜର କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ପାଟଣାଗଡ଼ ଜେଲ୍‌କୁ ପଠାଇ ଦିଆଯାଇଛି ।ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହାର କାମ ଅତ୍ୟନ୍ତ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ରାସ୍ତାକାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡ୍‌କୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ୍‌ ମଧ୍ୟରେ ଶହେ ଥର ଉଠ୍‌ବସ୍‌ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଉଠ୍‌ବସ୍‌ ନ ହେଲେ ଲୋକେ ମାଡ଼ ମାରିବେ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା।

ନୂଆପଡ଼ାରେ ଏକ ହୋଟେଲରେ ଥିଲେ ବିଧାୟକ । ଅଧ ରାତିରେ ତାକୁ ସେଠାରୁ ଉଠାଇ ଆଣିଥିଲା ପୋଲିସ । ବଲାଙ୍ଗିର ନିକଟସ୍ଥ ମନୋହରପୁର ବାରାକ୍‌ରେ ରଖି ମାରାଥନ୍‌ ଜେରା କରିଥିଲା ।ଏସ୍‌ପି ଏସ୍. ଶିବା ସୁବ୍ରମଣି ମଧ୍ୟ ନିଜେ ତାଙ୍କୁ ଜେରା କରିଥିଲେ। ଏହା ପରେ ଏକ ଘରୋଇ ଗାଡ଼ି ଯୋଗେ ଆଜି ସକାଳୁ ତାଙ୍କୁ ପାଟଣାଗଡ଼ ଥାନାକୁ ଅଣାଯାଇଥିଲା। ସେଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଏହି ସମୟରେ ଥାନାରେ ଏସ୍‌ପି ବି ଉପସ୍ଥିତ ଥିଲେ । ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ସମୟରେ ଥାନା କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

Related Post

ପୁରୀ ମଙ୍ଗୁମଠ ଭଙ୍ଗା ନେଇ ଭୁଲ ବୁଝାମଣା ଥିଲା, ତାହା ଏବେ ଦୂର ହୋଇଛି:ପଞ୍ଜାବ ବିଧାୟକ ସିମରଜିତ୍‌ ସିଂହ

Posted by - December 23, 2019 1,441
ଭୁବନେଶ୍ୱର: ପୁରୀରେ ମଙ୍ଗୁ ମଠ ଭଙ୍ଗାଯିବା ପ୍ରସଙ୍ଗରେ ଆଜି ଶିଖ୍‌ମାନଙ୍କର ଏକ ପ୍ରତିନିଧି ଦଳ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର, ପୂର୍ତ୍ତ ସଚିବ ତଥା ଶ୍ରୀମନ୍ଦିର…

ଦୀର୍ଘ କୋଡ଼ିଏ ବର୍ଷ ପରେ ଲାଲ କରିଡ଼ର ରେ ହେଲା ଭୋଟ ଗ୍ରହଣ

Posted by - March 1, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଦିନ ପ୍ରତିଦିନ ମାଓ ଗତିବିଧି ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ସମୟରେ ମାଓ ତାଣ୍ଡବ ପ୍ରଶାସନ…

ପ୍ରାର୍ଥୀ ପାତ୍ର ଦାଖଲ ପରେ ଯାଜପୁର ରେ ବବି ଙ୍କ ପାୱାର ଶୋ

Posted by - April 17, 2019 45
ଯାଜପୁର :ନାମାଙ୍କନ ପତ୍ର ଦାଖଲ ପରେ ପ୍ରଚାର ମଇଦାନକୁ ବାହାରିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଯାଜପୁର ବ୍ଲକ ଖଇରାବାଦ ପଂଚାୟତରୁ ଆରମ୍ଭ…

ଅପରାଜିତା ଷଡ଼ଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ଧନେଶ୍ଵର ଗିରଫ

Posted by - February 12, 2021 0
ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍ଗ ବ୍ୟକ୍ତିଗତ ସହାୟକ ଧନେଶ୍ଵର ବାରିକଙ୍କୁ ଗିରଫ କରିଛି ପୁଲିସ। ଅପରାଜିତାଙ୍କ ସମ୍ପର୍କରେ ‘ନିଖୋଜ’ ପୋଷ୍ଟର ମରାଯିବା ସମୟରେ ଘଟିଥିବା ଗଣ୍ଡଗୋଳ…

Leave a comment

Your email address will not be published.