ତେନ୍ତୁଳିଖୁଣ୍ଟି/ଇନ୍ଦ୍ରାବତୀ:(ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ଜଳଭଣ୍ଡାରରେ ଦକ୍ଷିଣା ପବନ ଯୋଗୁଁ ଜଳଭଣ୍ଡାର ର ମଝିରେ ଫସିଲା ଦେଶୀ ଡଙ୍ଗା l ଡଙ୍ଗା ଦ୍ୱାରା ଘରକୁ ଫେରୁଥିବା ୭ଜଣଙ୍କୁ ଉଦ୍ଧାର କଲା ୧୦୮ବୋଟ ଆମ୍ବୁଲାନ୍ସ । ତେନ୍ତୁଳୀଖୁଣ୍ଟି ବ୍ଲକ ଅନ୍ତର୍ଗତ ତଲଙ୍ଗ ଗ୍ରାମର ୭ଜଣ ବ୍ୟକ୍ତି ( ସେମଧ୍ୟରୁ ୩ଜଣ ନାବାଳକ ) ନିଜର ଦେଶୀ ଡ଼ଙ୍ଗା ନେଇ ଇନ୍ଦ୍ରାବତୀ ଜଳଭଣ୍ଡାର ପାର ହୋଇ ଖାତିଗୁଡା ଆସି ମାର୍କେଟିଙ୍ଗ କରି ଉକ୍ତ ଡ଼ଙ୍ଗାକୁ ନେଇ ସନ୍ଧ୍ୟା ସମୟରେ ବାରିଆଘାଟ ରୁ ତଲଙ୍ଗ ଅଭିମୁଖେ ଯାଉଥିଲେ l ହଠାତ ମଝି ଦରିଆରେ ଦକ୍ଷିଣା ପବନ ହେବାରୁ ଢେଉ ବଢିଯାଇ ସେମାନଙ୍କ ଦେଶୀ ଡ଼ଙ୍ଗା ଭିତରକୁ ପାଣି ପଶିଥିଲା l
ଫଳରେ ଡ଼ଙ୍ଗା ଓଜନ ହେବା ସହ ଭାରସାମ୍ୟ ହରାଇବାରେ ଲାଗିଥିଲେ l କିନ୍ତୁ, ନାଉରୀ ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ତୁରନ୍ତ ପୋଡ଼ାଗଡ଼ ନଦୀ ବନ୍ଧ ରେ ଥିବା ୧୦୮ବୋଟ ଆମ୍ବୁଲାନ୍ସ ର ଡ୍ରାଇଭରକୁ ଫୋନ କରିବା ସହ ସେମାନଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ lଖବର ପାଇଁ ତୁରନ୍ତ ବୋଟ ଆମ୍ବୁଲାନ୍ସ ରେ ଥିବା ଡ୍ରାଇଭର, ପାଇଲଟ, ଇଏମଟି ଓ ସହାୟକ ମିଶି ଘଟଣାସ୍ଥଳକୁ ଯାଇଥିବା ବେଳେ ଦେଶୀ ଡ଼ଙ୍ଗା ପ୍ରାୟ ୬୦ ରୁ ୭୦ପ୍ରତିଶତ ପାଣି ଭର୍ତି ହୋଇଥିବା ଦେଖି ତୁରନ୍ତ ସେଠାରେ ଥିବା ୭ଜଣ ବ୍ୟକ୍ତି ଓ ୩ଟି ସାଇକଲ ସମେତ ମାର୍କେଟିଙ୍ଗ କରିଥିବା ସଉଦା କୁ ମଧ୍ୟ ଉଦ୍ଧାର କରିଥିଲେ l
ବୋଟ ଆମ୍ବୁଲାନ୍ସ କର୍ମଚାରୀ ମାନେ ଉଦ୍ଧାର ବ୍ୟକ୍ତି ମାନଙ୍କୁ ସେମାନଙ୍କ ଗ୍ରାମ ତଲଙ୍ଗକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ବେଳେ ସେମାନେ ସୁସ୍ଥ ଥିବା ସୂଚନା ମିଳିଛି lଯଦି ବୋଟ ଆମ୍ବୁଲାନ୍ସ ସଠିକ ସମୟରେ ଆସିନଥାନ୍ତା ତାହେଲେ ଡଙ୍ଗାରେ ଥିବା ୭ଜଣ ବ୍ୟକ୍ତି ନିଶ୍ଚିତ ମୃତ୍ୟୁହୋଇଥାନ୍ତା ବୋଲି ଉଦ୍ଧାର ବ୍ୟକ୍ତିମାନେ କହିବା ସହ ବୋଟ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ସାଧୁବାଦ ଦେଇଛନ୍ତି l