ପାଲକଷଣ୍ଢା କାଳୀ ମନ୍ଦିରରେ ଅଲୌକିକ ଘଟଣା; ବିନା ବଳିତାରେ ଅନବରତ ଜଳୁଛି ଦୀପ

1264 0

ବେଲଗୁଣ୍ଠା :(ସୁଶାନ୍ତ କୁମାର ବେହେରା)ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତର ପାଲକଷଣ୍ଢା ଗ୍ରାମ କାଳୀ ମନ୍ଦିରରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି I ସେଠାରେ ଗତ କାଲି ରାତିରେ ତେଲ ଭର୍ତ୍ତି କରି ରଖା ଯାଇଥିବା ଏକ ଦୀପ ବିନା ବଳିତାରେ ମଧ୍ୟ ଆଜି ଦୀର୍ଘ ସମୟ ଧରି ଜଳୁଥିବା ଦେଖିବାକୁ ମିଳିଛି I

ସୂଚନା ପ୍ରକାରେ ପବିତ୍ର ମକର ସଙ୍କ୍ରାନ୍ତି ଥିବାରୁ ମନ୍ଦିରର ପୂଜକ ଯୁଗଳ ରଣା ଆଜି ଭୋର୍ ତିନିଟାରୁ ଆସି ମନ୍ଦିର ଦୁଆର ଖୋଲିବା ବେଳକୁ ଏକ ଦୀପ ଜଳୁଥିବାର ଦେଖିବାକୁ ପାଇଥିଲେ I କିନ୍ତୁ ଗତ କାଲି ମନ୍ଦିର ବନ୍ଦ ହେବା ସମୟରେ କୌଣସ ଦୀପ ଲଗାଯାଇନଥିଲା I କେବଳ କିଛି ଦୀପରେ ତେଲ ଭର୍ତ୍ତି କରି ରଖା ଯାଇଥିଲେ ମଧ୍ୟ ସେଗୁଡିକରେ ବଳିତା ପଡିନଥିଲା I

ତେଣୁ ବିନା ବଳିତାରେ ଦୀପଟି ଆପେ ଆପେ ଅନବରତ ଜଳୁଥିବା ଦେଖି ଯୁଗଳ ଆଶ୍ଚର୍ଯ୍ୟ ହୋଇଯାଇଥିଲେ I ଏହି ଘଟଣାଟି ରାତି ପାହିବା ବେଳକୁ ବିଜୁଳି ବେଗରେ ପ୍ରଚାରିତ ହୋଇଯିବା ଯୋଗୁଁ ପାଲକଷଣ୍ଢା ସମେତ ଆଖପାଖ ଗ୍ରାମରୁ କାଳୀ ମନ୍ଦିରକୁ ଏହି ଅଲୌକିକ ଘଟଣା ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟିଛି I

Related Post

ବରୀ -ବରୁହାଁ ରାସ୍ତାର ବାଲିଆପାଳ ଛକ ନିକଟ ରେ ସଡକ ଦୁର୍ଘଟଣା ର LIVE

Posted by - January 2, 2020 0
ବରୀ: ସ୍ନେହାଂଶୁ ଶେଖର ମହାନ୍ତି ଗୁରୁବାର ବରୀ -ବରୁହାଁ ରାସ୍ତାର ବାଲିଆପାଳ ଛକ ନିକଟ ରେ ପୁଣି ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ରେ…

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ବିଜେପିରେ ବିବାଦ,ଅପରାଜିତା ଓ ଧର୍ମେନ୍ଦ୍ର ଙ୍କ ଶୀତଳ ଯୁଦ୍ଧ ଆରମ୍ଭ

Posted by - December 11, 2018 1,367
ଭୁବନେଶ୍ବର: ବିଜେପିରେ କିଏ ହେବ ମୁଖ୍ୟମନ୍ତ୍ରୀ। ଅପରାଜିତା ଷଡଙ୍ଗୀ ନା ଧର୍ମେନ୍ଦ୍ର ପ୍ରଧାନ। ଅପରାଜିତା ଭାରତୀୟ ଜନତା  ପାର୍ଟି ରେ ଯୋଗ ଦେବା ପରେ ତାଙ୍କ ଫେସବୁକ…

ମୋବାଇଲ ଚୋର ?

Posted by - December 7, 2019 0
ଭୁବନେଶ୍ୱର:(ରମେଶ ରଥ)କିଛି ଦିନ ତଳର ଘଟଣା ଟ୍ରେନ୍ ଭିତରେ ଗୋଟିଏ ଲୋକକୁ ଯାତ୍ରୀମାନେ ମିଶି ପିଟୁଥାନ୍ତି । ଲୋକ ଜଣକ କୁଆଡେ ଜଣେ ମହିଳାଯାତ୍ରୀଙ୍କ ମୋବାଇଲ ଚୋରି…

ଗଛରୁ ମିଳିଲା ‘ଚଢେଇ’ ଆକୃତିର ଆମ୍ବ

Posted by - June 19, 2021 0
ବୌଦ୍ଧ:(ଚିତ୍ତ ରଞ୍ଜନ ସିଁ ) ଅନେକ ଫଳମୂଳ,ପନିପରିବା ବେଳେ ଭିନ୍ନ ଭିନ୍ନ ପ୍ରଜାତିର ଅବିକଳ ନକଲ ପରି ଦେଖା ଦେଇଥାନ୍ତି । ଯାହାକୁ ନେଇ ଦେଖେଣାହାରୀଙ୍କ ମଧ୍ୟରେ…

ଏକଜିଟ୍ ପୋଲକୁ ନେଇ ରାଜ୍ୟ ରାଜନୀତି ସରଗରମ : ବିଜେଡି, ବିଜେପି, କଂଗ୍ରେସ ନିଜ ନିଜ ହିସାବରେ ନିଜେ ଖୁସୀ

Posted by - December 8, 2018 2
ରାଜସ୍ଥାନରେ ବିଜେପିକୁ ମାତ୍ ଦେବ କଂଗ୍ରେସ। ମଧ୍ୟପ୍ରଦେଶ ଓ ଛତିଶଗଡରେ ପଦ୍ମ ଓ ହାତ ଭିତରେ କାଣ୍ଟେ କି ଟକ୍କର। ଦୁଇ ରାଜ୍ୟରେ ଶାସନରେ ଥିବା ବିଜେପିର…