ଡାକ୍ତରଖାନାରେ ଶିଶୁ ବଦଳ ଅଭିଯୋଗ

196 0

ସୋନପୁର:(ଅଜିତ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଶିଶୁ ବଦଳ ଅଭିଯୋଗ ହୋଇଛି । ଗତ ସୋମବାର ଦିନ ଜିଲ୍ଲାର ଗଣ୍ଡପାଲି ଗାଁର ବିଶିକେଶନ ଝାଙ୍କର ନିଜ ପତ୍ନୀ ବିନିତାଙ୍କୁ ପ୍ରସବ କଷ୍ଟ ହେବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ବିନିତାଙ୍କ ଏକ ଶିଶୁ ପୁତ୍ର ଜନ୍ମ ହୋଇଛି ବୋଲି ସ୍ତ୍ରୀ ଓ ପ୍ରସୂତି ବିଭାଗର କର୍ମଚାରୀମାନେ ବିଶିକେଶନଙ୍କୁ କହିଥିଲେ ।

କିଛି ସମୟ ପରେ ପୁଣି ତାଙ୍କର ପୁଅ ନୁହେଁ ବରଂ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି ବୋଲି ତାଙ୍କୁ ସୂଚନା ଦେଇଥିଲେ । ଠିକ ସେହି ସମୟରେ ଅନ୍ୟାନ୍ୟ ପ୍ରସୂତି ମହିଳାମାନଙ୍କର ବି କନ୍ୟା ସନ୍ତାନ ହୋଇଥିବା ପ୍ରସୂତି ବିଭାଗରୁ ଖବର ଆସିଥିଲା ।

ଫଳରେ ପ୍ରଥମେ ଶିଶୁ ପୁତ୍ର ହୋଇଥିବା କହି ପରେ ପୁଣି ଶିଶୁ କନ୍ୟା ହୋଇଥିବା ସୂଚନା ଦେବା ପରେ ବିଶିକେଶନ ତାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ଏନେଇ ସେ ସୋନପୁର ଥାନାରେ ଅଭିଯୋଗ କରିଛନ୍ତି ।

ବିଶିକେଶନଙ୍କ ଅଭିଯୋଗ କ୍ରମେ ଆଜି ପୋଲିସ ଚିକିତ୍ସାଳୟକୁ ପହଂଚି ଶିଶୁ ବଦଳ ଅଭିଯୋଗର ତଦନ୍ତ କରୁଛି । ତେବେ ପ୍ରସୂତି ବିଭାଗ ପକ୍ଷରୁ ଠିକ ସୂଚନା ଦିଆଯାଉ ନ ଥିବାରୁ ଏଭଳି ଅସନ୍ତୋଷଜନକ ବାତାବରଣ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି ।

 

Related Post

ଫର୍ନିଚର ଦୋକାନ ଉପରେ ଜିଏସଟି ଚଢାଉ

Posted by - November 17, 2021 0
ସମ୍ବଲପୁର::(ରମାକାନ୍ତ ବିଶ୍ବାଳ)ଦୀର୍ଘଦିନ ଧରି ଠକି ଆସୁଥିଲେ GST । ବଡ ଧରଣର ଟିକସ ଫାଙ୍କି ଥିବା ଅଭିଯୋଗ ରେ ସମ୍ବଲପୁର ସହରର ଏକ ଫର୍ନିଚର ଗୋଦାମରେ ଜିଏସଟି…

ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଅଭାବି ଦୁରହେବ – ଉପଜିଲ୍ଲାପାଳ

Posted by - May 18, 2023 0
ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡ଼ାରେ ଡିଜେଲ ଓ ପେଟ୍ରୋଲ ଭଳି ଜରୁରୀ ଦ୍ରବ୍ୟର ଅଭାବି ଦୂର କରିବା ନିମନ୍ତେ ଉପଜିଲ୍ଲାପାଳ, ରାୟଗଡ଼ାଙ୍କ କାର୍ଯ୍ୟାଳୟ କକ୍ଷରେ ଏକ ଜରୁରୀ…

ବେଲଗୁଣ୍ଠାର ଛଅ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ମନିଟରିଂ ଟିମ୍

Posted by - February 22, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )କୋଭିଡ କଟକଣା ପରେ ରାଜ୍ୟରେ ଅଷ୍ଟମ ଶ୍ରେଣୀରୁ ସମସ୍ତ ଉପର ଶ୍ରେଣୀରେ ଶ୍ରେଣୀ ଶିକ୍ଷାଦାନ ଆରମ୍ଭ ହୋଇଥିବା ବେଳେ ଆସନ୍ତା 28 ତାରିଖରୁ…

ରାଜ୍ୟ ସଭା ସାଂସଦ ଙ୍କ ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ ,ବୁଲିଲେ ବିଭିନ୍ନ ବିଦ୍ୟାଳୟ

Posted by - July 13, 2022 0
ଖପ୍ରାଖୋଲ: ୧୩/୭(ତାପସ ରଞ୍ଜନ ବେହେରା) ନବ ନିର୍ବାଚିତ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ବୁଧବାର ଖପ୍ରାଖୋଲ ବ୍ଲକ ଅଞ୍ଚଳ ଗସ୍ତ କରିଥିଲେ । ଏହିଅବସରରେ ବିଭିନ୍ନ…

ବରୁଣେଶ୍ୱର ମହୋତ୍ସବ ଉଦଯାପିତ

Posted by - January 18, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ବିଂଝାରପୁର ର ଅରେଇରେ ଚାଲିଥିବା ବରୁଣେଶ୍ୱର ମହୋତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନି ସଂଧ୍ୟାରେ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା…