ମୁଖିଗୁଡ଼ା ରେ ପାନୀୟ ଜଳ ସଙ୍କଟ, ଜଳ ଯୋଗାଣ ଦାବିରେ ମହିଳାଙ୍କ ବ୍ଳକ କାର୍ଯ୍ୟାଳୟ ଘେରାଉ

421 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ଓଡ଼ିଶା ସରକାର ପ୍ରତି ଗାଁକୁ ପାନୀୟଜଳ ର ନାରା ଦେଉଥିଲେ ହେଁ ପ୍ରକୃତ କ୍ଷେତ୍ରରେ ତାର ବିପରୀତ ପରିଲକ୍ଷିତ ହେଉଛି। କେବଳ ସ୍ଲୋଗାନ ଦେଇ ବିଭିନ୍ନ ଯୋଜନା ଗୁଡିକୁ ଅଧାପନ୍ତରିଆ ଛାଡୁଥିବା ବେଳେ ଲୋକେ ପାଣିପାଇଁ ଡହଲ ବିକଳ ହେଉଥିବା ବେଳେ ତଳିଆ କର୍ମଚାରୀ ମାନଙ୍କୁ ଅପ୍ରୀତିକର ପରିସ୍ଥିତି ର ସାମ୍ନା କରିବାକୁ ପଡ଼ୁଛି।ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡ଼ା ଗ୍ରାମରେ। ଏଠାରେ ଆରମ୍ଭ ହୋଇଥିବା ମେଗା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇନଥିବା ବେଳେ ବହୁ ପୂର୍ବରୁ କରାଯାଇଥିବା ଜଳଯୋଗାଣ ବ୍ୟବସ୍ଥା କୁ ମରାମତି କରାଯାଇଥିଲେ ମଧ୍ୟ ଜଳ ଯୋଗାଣ ପାଇଁ ଉପଯୁକ୍ତ ହୋଇପାରି ନାହିଁ।

ଯାହାଦ୍ୱାରା ମୁଖିଗୁଡ଼ା ଗ୍ରାମର ପାଇକ ପଡା, ପୁରୁଣା ମାର୍କେଟ,ଗୁନଗୁନିଆ ପଡା, ଭତ୍ରାପଡା, ଜାମନାଲୀପଡା,ଓ ମାଝୀପଡା, ସମେତ ଗ୍ରାମର ବିଭିନ୍ନ କଲୋନୀ ରେ ଆବଶ୍ୟକ ଜଳ ର ଅଭାବ ଦେଖାଦେଇଛି। ଏଥି ପୂର୍ବରୁ ଇନ୍ଦ୍ରାବତୀ କେନାଲ ର ପାଣି କିଛି ଲୋକଙ୍କ ଅନ୍ୟ ଆବଶ୍ୟକତା ପୂରଣ କରୁଥିଲେ ହେଁ ପାନୀୟ ଜଳ ର ଅଭାବ ରହିଥିଲା। ବର୍ତ୍ତମାନ ମରାମତି ପାଇଁ ଦକ୍ଷିଣ ମୁଖ୍ୟ କେନାଲ ବନ୍ଦ ରହୁଥିବା ରୁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ତେଣୁ ମୁଖିଗୁଡ଼ା ର ଜଳ କ୍ଲିଷ୍ଟ ଅଂଚଳକୁ ଜଳ ଯୋଗାଣ ଦାବିରେ ଶତାଧିକ ମହିଳା ଜୟପାଟଣା ବ୍ଳକ କାର୍ଯ୍ୟାଳୟ ଘେରାଉ କରି BDO ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଆଗାମୀ ସାତ ଦିନ ମଧ୍ୟରେ ସମସ୍ୟା ର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। କନିଷ୍ଠ ଯନ୍ତ୍ରୀ ମଧ୍ଯ ସାମାନ୍ୟ ଯାନ୍ତ୍ରିକ ତୃଟି ଓ ଯନ୍ତ୍ରାଂଶ ମିଳିବାରେ ଅସୁବିଧା ଯୋଗୁଁ ସାମୟିକ ବାଧା ସୃଷ୍ଟି ହୋଇଛି ଅତିଶୀଘ୍ର ତାର ନିରାକରଣ ପାଇଁ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

Related Post

ମମିତା ମେହେର ହତ୍ୟାକାଣ୍ଡ ଡିଆଇଜି ପ୍ରେସମିଟ

Posted by - November 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ବହୁଚର୍ଚ୍ଚିତ ମମିତା ମେହେର ହତ୍ଯାକାଣ୍ଡରେ କୋର୍ଟକୁ ଏଫଆଇଆର କପି ପ୍ରଦାନ କରିବାରେ ବିଳମ୍ବ କରିନି ପୋଲିସ | ଏନେଇ ଆଜି ପୋଲିସ ଉପରେ ହେଉଥିବା…

ବିଶ୍ବ ପ୍ରେମ ଦିବସରେ ରକ୍ତଦାନ ଶିବିର ଓ ନୂତନ ଏମ୍ବୁଲେନ୍ସ ସେବା ଲୋକାର୍ପିତ

Posted by - February 14, 2022 0
ସୋନପୁର::(ଅଜିତ କୁମାର ପୂଝlରୀ)ବିଶ୍ବ ପ୍ରେମ ଦିବସରେ ରକ୍ତଦାନ ଶିବିର , ତା ସହିତ ଏକ ନୂତନ ଏମ୍ବୁଲେନ୍ସ ସେବା ଲୋକାର୍ପିତ I ତାହା ବି ଗୋଟେ ସ୍ବେଚ୍ଛାସେବୀ…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

Posted by - March 21, 2021 0
ଭୁବନେଶ୍ବର ୨୦/୦୩ : ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ୩ ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ…

ଜୁନ ୨୩ ରେ ରହିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ପ୍ରଶାସକ, ସେବାୟତ, ଭକ୍ତ ସମସ୍ତେ ଚିନ୍ତାରେ

Posted by - April 19, 2020 0
ପୁରୀ:(ସମୀର ରଞ୍ଜନ ନାୟକ)ଆସନ୍ତା ଜୁନ ୨୩ ରେ ରହିଛି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା | ତାହାର ଅବ୍ୟବହିତ ପୂର୍ବରୁ ଚଳିତ ମାସ ୨୬ ତାରିଖ ଦିନ ଅକ୍ଷୟ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଦିଲ୍ଲୀ ବାସଭବନରେ ଜାତୀୟ ପତାକା ଉତ୍ତୋଳନ

Posted by - August 16, 2020 0
ଭୁବନେଶ୍ବର :ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆଜି ଦିଲ୍ଲୀ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ତାଙ୍କର ନିଜସ୍ବ ସେକ୍ରେଟାରୀ,…