ଟିଟିଲାଗଡ଼ :(ସଞ୍ଜୟ କୁମାର ନାୟକ)ଗୁରୁବାର ଦ୍ଵୀପହର ସମୟରେ ଟିଟିଲାଗଡ଼ ପୋଲିସ କୋଣସି ସୁତ୍ରରୁ ଖବର ପାଇ ଏକ ପିକଅପ ଭେନ କୁ ଅଟକ ରଖିଥିଲା। ସୂଚନା ମୁତାବକ ଗାଡି ଡ୍ରାଇଭର ପ୍ରାୟ 40 ହଜାର ଟଙ୍କା ମୂଲ୍ୟ ସାମଗ୍ରୀ ର ବିଲ ଦେଖାଇଥିଲେ ହେଲେ ଗାଡି ରେ ଅଧିକ ମୂଲ୍ୟ ର ସାମଗ୍ରୀ ରହିଥିବା ସନ୍ଦେହ ରେ ପୁଲିସ ମାମଲା କୁ ଜି.ଏସ.ଟି. ବିଭାଗ କୁ ହସ୍ତାନ୍ତର କରିଥିଲା। ଆଜି ବଲାଙ୍ଗୀର ଜି.ଏସ.ଟି. ବିଭାଗ ର ଅଧିକାରୀ ମାନେ ଡ୍ରାଇଭର ଏବଂ ଜଣେ ବ୍ୟକ୍ତି କୁ ତନାଘନା କରିଥିଲେ।
ଦେଖନ୍ତୁ ଭିଜୁଆଲ ରେ କିଭଳି ଗାଡି ର ସବୁ ସାମଗ୍ରୀ କୁ ଗାଡି ରୁ ଅନଲୋଡ କରାଯାଉଛି, ଏ ଦୃଶ୍ୟ କୋଣସି ଗୋଦାମ କି ଦୋକାନ ର ନାହିଁ ଏ ହେଉଛି ଟିଟିଲାଗଡ ଥାନା ର ଯେଉଁଠି ବିଭାଗ ର ଅଧିକାରୀ ମାନେ କିଛି ଲୋକଙ୍କ ସହାୟତା ରେ ଗାଡି ର ମାଲ କୁ ଅନଲୋଡ କରାଉଛନ୍ତି। ଗାଡି ରେ ଅଧିକାଂଶ ସାମଗ୍ରୀ ଆଇ.ଟି.ସି. କମ୍ପାନୀ ର ରହିଛି, ସାମଗ୍ରୀ ରେ ମୋଟା ଅଙ୍କ ର ସିଗାରେଟ, ଅଟା, ନୁଡ଼ଲସ ଇତ୍ୟାଦି ସାମଗ୍ରୀ ରହିଛି।
କିଛି ସାମଗ୍ରୀ ର କାଗଜପତ୍ର ରହିଥିବା ବେଳେ ସିଗାରେଟ ଭଳି ସାମଗ୍ରୀ ର ବିଲ ନ ଥିବାରୁ ଏବଂ E WAY BILL ନ ରହିଥିବାରୁ ଭବାନୀପଟଣା ର ଆଇ.ଟି.ସି. ହୋଲସେଲ ବିକ୍ରେତା କୁ ବିଭାଗ ପ୍ରାୟ 97344 ଟଙ୍କା ଜୋରିମାନା କରିଛି। ତେଭେ ସିଗାରେଟ ଏକ (Sin item) ଅଟେ, କେନ୍ଦ୍ରୀୟ ସରକାର ଏହି ସାମଗ୍ରୀ ଉପରେ 28% GST ସହିତ CESS ଆଉ ଅତିରିକ୍ତ CESS ମଧ୍ୟ ରଖିଛନ୍ତି କିନ୍ତୁ ବିଭିନ ସମୟରେ ନକଲି ସିଗାରେଟ, ବିନା ବିଲ ର ସିଗାରେଟ ପରିବହନ ହେଇଆସୁଛି। ଏ ଭଳି ବିଭାଗ ର ଜୋରିମାନା ନିଶ୍ଚିତ ଭାବେ କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ ରାଜକୋଷ କୁ ଅତିରିକ୍ତ ମଜବୁତ କରିବ।