ଜିଲ୍ଲାସ୍ତରୀୟ କଳାହାଣ୍ଡି ଦିବସ ପାଳିତ

462 0

କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକକ)ଳାହାଣ୍ଡି ଜିଲ୍ଲା ସଦର ବ୍ଲକ କର୍ଲାମୁଣ୍ଡା ଠାରେ କଳାହାଣ୍ଡି ଆମର ମାଁ ସଂଗଠନ ପକ୍ଷରୁ କଳାହାଣ୍ଡି ଦିବସ ସମାରୋହର ସହ ପାଳିତ ହୋଇଯାଇଛି। ଉତ୍ସବ ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବ ଗାଳ୍ପିକ ତଥା ସ୍ତମ୍ଭକାର ସୁଧୀର କୁମାର ଧଙ୍ଗଡାମାଝି କାନ୍ତାର, ମହାକାନ୍ତାର, ଆଟବିକ, ବିଦ୍ୟାଧର ରାଜ୍ୟ, ଇନ୍ଦ୍ରବନ, କାରୁଣ୍ଡ ମଣ୍ଡଳ ଆଦି ନାମରେ ବିଭିନ୍ନ ସମୟରେ ପରିଚିତ କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ସାରାବିଶ୍ୱରେ ଅଦ୍ୱିତୀୟ । ବିଭିନ୍ନ କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବା କଳାହାଣ୍ଡି ଷ୍ଟେଟ୍ ଭାରତର ସ୍ୱାଧୀନତା ପରେ ମଧ୍ୟ ଏକ ସ୍ୱାଧୀନ ରାଜ୍ୟ ରହିଥିଲା ।

ତେବେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦ୍ୟମକ୍ରମେ ୧୯୪୮ ମସିହା ନଭେମ୍ବର ପହିଲାରେ ଭାରତୀୟ ଗଣତନ୍ତ୍ରରେ ମିଶି ଓଡ଼ିଶାର ଏକ ଜିଲ୍ଲାର ମାନ୍ୟତା ପାଇଲା । ଅନେକ ସମୟରେ ସାଂସ୍କୃତିକ, ବୈଚାରିକ ଆକ୍ରମଣ ସତ୍ତ୍ୱେ କଳାହାଣ୍ଡି ତାର ସ୍ୱାତନ୍ତ୍ର‌୍ୟ ବଜାୟ ରଖିଛି । ଏହାର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରାର ପ୍ରସାର ଯୁବଗୋଷ୍ଠୀର ପରମ କର୍ତ୍ତବ୍ୟ ବୋଲି ମତବ୍ୟକ୍ତ କରିଛନ୍ତି । ସଂଗଠନ ପକ୍ଷରୁ ଆୟୋଜିତ ଉତ୍ସବରେ ସମ୍ମାନିତ ଅତିଥି ଭାବେ କବି ମୋହନ ପୁଟେଲ, ସମାଜସେବୀ ମନୋଜ ସାହୁ, ଅଧ୍ୟାପକ ଲଳିତ କୁମାର ପଣ୍ଡା, କର୍ଲାପଡ଼ା ସରପଞ୍ଚବାଣୀଭୂଷଣ ପ୍ରଧାନ ଓ ଚହଗାଁ ସରପଞ୍ଚଅଭିମନ୍ୟୁ ବେଶ୍ରା ଯୋଗଦେଇଥିବା ବେଳେ ଅତିଥି କଳାକାର ଭାବେ ଜାତୀୟ ସ୍ତରୀୟ କ୍ରିକେଟ୍ ଭାଷ୍ୟକାର ବିନୟ କୁମାର ସାହୁ ଓ କଳାହାଣ୍ଡି କଟ୍ଟପ୍ପା ଭାବେ ପରିଚିତ ସୁନୀଲ ମହାନନ୍ଦ ଉପସ୍ଥିତ ଥିଲେ ।

ଯୁବକବି ଚିତ୍ତରଂଜନ ସାହୁ, ଖୁସିରାମ ସାହୁ, ପ୍ରମୋଦ ସାହୁ ପ୍ରମୁଖ କଳାହାଣ୍ଡିଆ କବିତା ପାଠ କରିଥିଲେ । ଯୁବ ସାମ୍ବାଦିକ କିଶନ୍ ପଟ୍ଟନାୟକ ମଂଚ ପରିଚାଳନା କରିଥିବା ବେଳେ କଞ୍ଚା କଳାହାଣ୍ଡିଆ ଫେସ୍‌ବୁକ୍ ପେଜ୍‌ର ଏଡ୍‌ମିନ୍ ମୁକେଶ କୁମାର ସାହୁ ସ୍ୱାଗତ ସମ୍ଭାଷଣ ଓ କଳାକାର ସୁବାସ ବଗର୍ତ୍ତୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କଳାକାର ତପନ ଭୋଇ, ନିରୋଜ ସାହୁ, ସମୀର ତାଣ୍ଡି, ଦାମୋଦର ବଗର୍ତ୍ତୀ, କନ୍ଦର୍ପ ବାଗ, ନେତାଜୀ ଯୁବକ ସଂଘ ତୁର୍କେଲର ସଦସ୍ୟମାନେ ସହଯୋଗ କରିଥିଲେ ।

Related Post

ଫାଇନ ଆଦାୟକୁ ନେଇ ତହସିଲ କାର୍ଯ୍ୟାଳୟ ଓ ହାଇୱା ମାଲିକ ଙ୍କ ମଧ୍ୟରେ ବିବାଦ

Posted by - December 2, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ମାନେଶ୍ୱର ତହସିଲ କାର୍ଯ୍ୟାଳୟ ତରଫରୁ ହାଇୱା ଓ ଟ୍ରାକ୍ଟର ଠାରୁ ଅଯଥାରେ ଫାଇନ ଆଦାୟ କୁ କେନ୍ଦ୍ର କରି ହାଇୱା ମାଲିକ ଓ ତହସିଲଦାର କାର୍ଯ୍ୟାଳୟ…

୫୦୦ ଟଙ୍କା ଭତ୍ତା ପାଇଁ ପ୍ରଚଣ୍ଡ ଖରା ରେ ଦୁଇ କିଲୋମିଟର ଚାଲିଲେ ୮୦ବର୍ଷୀୟ ବୃଦ୍ଧା

Posted by - May 16, 2023 0
କେସିଙ୍ଗା:(ପ୍ରିତେଶ ପଟେଲ୍)ଭତ୍ତା ପାଇଁ ଚାଲିଛି ସଂଘର୍ଷ କିଛି ଦିନ ପୂର୍ବେ ଜଣେ ବୃଦ୍ଧା ଚୌକି ସାହାରା ରେ ଚାଲି ଚାଲି ଭତ୍ତା ପାଇଁ ଯାଉଥିବା ଭିଡିଓ ସାମାଜିକ…

ନୂଆଁଖାଇ ସଜବାଜରେ ଚଳଚଞ୍ଚଳ ଗାଁ ଠୁଁ ସହର

Posted by - August 31, 2022 0
ଭବାନୀପାଟଣା: ୩୧/୮:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ରାତି ପହିଲେନୂଆଁଖାଇ। ସଜବାଜ ରେ ଚଳଚଞ୍ଚଳ ହୋଇ ଉଠିଛି ଗାଁ ସହର।ସାପ୍ତାହିକ ବଜାର ସାଙ୍ଗକୁ ସହର ଗାଁ ଗଣ୍ଡା…

ବୌଦ୍ଧ ଜିଲାକୁ ପଲିଥିନ ମୁକ୍ତ କରିବା ନିମନ୍ତେ ଦୋକାନୀ ଓ ବ୍ୟବସାୟୀଙ୍କୁ ଚଢ଼ାଉ

Posted by - July 20, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଵିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ତରଫରୁ ସରକାର ଙ୍କ ନିର୍ଦେଶ ମୁତାବକ ପଲିଥିନ ଏନ ଫୋର୍ସମେଣ୍ଟ କରାଯାଇଥିଲା l ଏଥିରେ…