ଯାଜପୁର :ନାମାଙ୍କନ ପତ୍ର ଦାଖଲ ପରେ ପ୍ରଚାର ମଇଦାନକୁ ବାହାରିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଯାଜପୁର ବ୍ଲକ ଖଇରାବାଦ ପଂଚାୟତରୁ ଆରମ୍ଭ ହୋଇଛି ଏହି ପ୍ରଚାର କାର୍ଯ୍ୟ । ରାଜ୍ୟସରକାରଙ୍କ ସପଂଳତା ଲୋକଙ୍କ ପାଖରେ ପହଂଚିଛି । ବିଶେଷ କରି ମହିଳା ମାନେ ବିଶେଷ ଭାବେ ଉପକୃତ ହୋଇଛନ୍ତି ସେମାନଙ୍କ ଉପସ୍ଥିତି ଏହାର ପ୍ରମାଣ ବୋଲି ପ୍ରଣବ କହିଛନ୍ତି । ଏହି ପ୍ରଚାରରେ ଯାଜପୁର ସାଂସଦ ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ମଧ୍ୟ ଯୋଗ ଦେଇ ନିଜ ପାଇଁ ଭୋଟ ଭିକ୍ଷା କରିଥିଲେ । ଏହି ଅବସରରେ ଆଖପାଖ ୪ଟି ପଂଚାୟତର ହଜାର ହଜାର ବିଜେଡି କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ ।
Facebook Notice for EU!
You need to login to view and post FB Comments!