ବରୀ ୯/୪ ଯାଜପୁର ଜିଲ୍ଲାର ୭ ଗୋଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ଚର୍ଚ୍ଚା ଘେରରେ ରହିଥିବା ବରୀ ନିର୍ବାଚନ ମଣ୍ଡଳୀ ଆଜିବି ଚର୍ଚ୍ଚା ଘେରରେ ଗତ ୨୦୦୦ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ବରୀ ନିର୍ବାଚନ ମଣ୍ଡଳିରୁ ବର୍ତ୍ତମାନର ବିଧାୟକ ଦେବାଶିଷ ନାୟକ ଲଗାତର ଭାବେ ୪ଥର ନିର୍ବାଚିତ ହେଲାପରେବି ଚଳିତ ନିର୍ବାଚନରେ ବରୀ ବ୍ଲକର ଅଧ୍ୟକ୍ଷା ତଥା ବର୍ତ୍ତମାନର ଶାସକ ଦଳର ପ୍ରାର୍ଥୀ ସୁନନ୍ଦା ଦାସ ବରୀ ନିର୍ବାଚନ ମଣ୍ଡଳୀରୁ ନୂଆ ମୁହଁ ଭାବେ ଟିକେଟ ପାଇଥିବାରୁ ବିଗତ ଦିନରେ ଶାସକ ଦଳର ବହୁ ପୁରୁଖା କର୍ମୀ ମୁହଁ ଫେରାଇ ନେଉଥିବାର ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ ଗତ ସାଧାରଣ ନିର୍ବାଚନରେ ବର୍ତ୍ତମାନ ବିଧାୟକ ଶ୍ରୀ ନାୟକଙ୍କୁ କଡା ଟକ୍କର ଦେଇଥିବା ସ୍ୱାଧିନ ସମର୍ଥୀତ ପ୍ରାର୍ଥୀ ବିଶ୍ୱ ରଂଜନ ମଲ୍ଲିକ ବର୍ତ୍ତମାନ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ଗତ ନିର୍ବାଚନରେ ଶାସକ ଦଳ ଓ ସ୍ୱାଧିନ ସମର୍ଥିତ ପ୍ରାର୍ଥୀକ ମଧ୍ୟରେ ହାର ଜିତର ତାରତମ୍ୟ ୭ ହଜାର ୨ ଶହ୨୯ ଖଣ୍ଡ ରହିଥିଲା । ଶ୍ରୀ ମଲ୍ଲିକଙ୍କ ମାର୍ଗ ଦର୍ଶକ ସାଜିଥିବା ଶାସକ ଦଳର ପ୍ରାର୍ଥୀଙ୍କ ସ୍ୱାମୀ ଦେବେନ୍ଦ୍ର ଦାସ ତାଙ୍କ ପତ୍ନୀଙ୍କ ପାଇଁ ଟିକେଟ ହାତେଇବା ପରେ ଏହା ବିଶ୍ୱ ମଲ୍ଲିକଙ୍କ ପାଇଁ ବେଇମାନ କରିଛନ୍ତି ବୋଲି ସାଧାରଣରେ ଆଲୋଚିତ ହେଉଛି ।
ଅପର ପକ୍ଷରେ ବରୀ ବିଧାୟକ ଦେବାଶିଷ ନାୟକ ଓ ବରୀ ବିଜେଡି ସଭାପତି ସେଖ ସଫିକ୍ ଉଦ୍ଦ୍ିନଙ୍କ ନିରବତା ଓ ଆଗ ଧାଡିର ପଂଚାୟତ ସ୍ତରୀୟ ନେତାମାନଙ୍କ ନିସକ୍ରିୟତା ଆଗାମୀ ଦିନରେ ବରୀ ବିଜେଡିକୁ ଏକ ଦ୍ୱନ୍ଦରେ ପକାଇବ ବୋଲି ବହୁ ରାଜନୈତିକ ପଣ୍ଡିତମାନେ ମତ ବ୍ୟକ୍ତ କରିଛନ୍ତି । ଶାସକ ଦଳର ବର୍ତ୍ତମାର ପ୍ରାର୍ଥୀଙ୍କ ନିଜ ପଂଚାୟତର ସରପଂଚ ବିଜେପିରେ ଯୋଗ ଦେବା ଓ ବର୍ତ୍ତମାନର ପ୍ରାର୍ଥୀ ବାରମ୍ବାର ଦଳ ବଦଳ କରିବା ଏହା ବରୀବାସୀଙ୍କ ପାଇଁ ଏକ ବେଇମାନର ପ୍ରତିକ ବୋଲି ସାଧାରଣରେ ଆଲୋଚନା ହେଉଛି । ବର୍ତ୍ତମାନର ଶାସକ ଦଳର ପ୍ରାର୍ଥୀଙ୍କୁ ପୁରୁଣା କର୍ମୀଙ୍କ ବିରୋଧ ଯୋଗୁ ଆଗାମୀ ଦିନରେ ଖୁବ କମ ସମୟ ମଧ୍ୟରେ ଶାସକ ଦଳର ପ୍ରାର୍ଥୀଙ୍କୁ ତାଙ୍କୁ କି ଭଳି ମନେଇବେ ତାହା ସମୟ ହିଁ କହିବ ।