୫ମ ଦିନରେ ୭ଜଣ ବିଧାୟକ ପ୍ରାର୍ଥୀ ଓ ୨ଜଣ ଯାଜପୁର ଲୋକସଭା ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ ।

1353 0

ଯାଜପୁର:୬/୪(ଆନନ୍ଦ ଚନ୍ଦ୍ର ସାହୁ) ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ଚାଲିଛି ନାମାଙ୍କନ ଦାଖଲ ପ୍ରକ୍ରିୟା । ଜିଲାର ଗୋଟିଏ ଲୋକସଭା ଓ ୭ଟି ବିଧାନସଭା ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲର ୫ମ ଦିନରେ ମୋଟ ୭ଜଣ ବିଧାୟକ ପ୍ରାର୍ଥୀ ଓ ୨ ଜଣ ଲୋକସଭା ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଜି ସକାଳେ ପ୍ରଥମେ କୋରେଇ ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱେଚ୍ଛାସେବୀ ବିଶ୍ୱଜିତ ମହାନ୍ତି ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ପରେ ପରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସର ସୃତିରେଖା ପହି ଓ ସ୍ୱାଧୀନ ପ୍ରାର୍ଥୀ ରାମଚନ୍ଦ୍ର ସିଂହ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ସ୍ୱାଧୀନ ପ୍ରାର୍ଥୀ ପ୍ରଦୀପ ବେହୁରିଆ ଓ ବିଂଝାରପୁର ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ଟିକେଟ ପାଇଥିବା ବବିତା ମଲ୍ଲିକ ନିଜ ସମର୍ଥକ ଗହଣରେ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ଏହାବାଦ ବଡଚଣା ନିର୍ବାଚନ ମଣ୍ଡଳୀ ପାଇଁ କଳିଂଗ ସେନାର ବିଧାୟକ ପ୍ରାର୍ଥୀ ଦିପକ ସାହୁ ଓ ସ୍ୱାଧୀନ ପ୍ରାର୍ଥୀ ମୃତ୍ୟୁଂଜୟ ପ୍ରସନ୍ନ ପରିଡା ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଯାଜପୁର ଲୋକସଭା ଆସନ ପାଇଁ କଂଗ୍ରେସର ସାଂସଦ ପ୍ରାର୍ଥୀ ମାନସ ଜେନା ଓ ପ୍ରି ଥଟ ପାର୍ଟି ପକ୍ଷରୁ ଭୀମସେନ ବେହେରା ରିଟର୍ଣ୍ଣିଂ ଅଧିକାରୀ ତଥା ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ପାଖରେ ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି । ଏଯାବତ ଯାଜପୁର ଜିଲ୍ଲାରେ ମୋଟ ୨୧ ଜଣ ବିଧାୟକ ଭାବେ ଓ ୩ ଜଣ ଲୋକସଭା ପ୍ରାର୍ଥୀ ଭାବେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

Related Post

ବିରଜା ସ୍ୱନକ୍ଷତ୍ର ମହୋତ୍ସବ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

Posted by - January 22, 2023 0
ଯାଜପୁର:ଯାଜପୁର ବିରଜା କଲ୍ୟାଣ ମଣ୍ଡପ ଠାରେ କ୍ଷେତ୍ରେଶ୍ୱରୀ ଶ୍ରୀବିରଜାଙ୍କ ସ୍ୱନକ୍ଷତ୍ର ଉତ୍ସବ ଉପଲକ୍ଷେ ଏକ ସାଂସ୍କୃତିକ ସଭା ସ୍ଥାନୀୟ ବିରଜା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ଜିଲ୍ଲା କଳାକାର ମଙ୍ଗଳ ସଂଘ ଆନୁକୂଲ୍ୟରେ ଆୟୋଜିତ ସଭାରେ ଭୂପତି ଭୂଷଣ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ବରିଷ୍ଠ ପ୍ରଶାସନିକ ଅଧିକାରୀ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ଯଜ୍ଞପ୍ରଭା ପତ୍ରିକାର ଶୁଭ ଉନ୍‌ମୋଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ  ଅଶୋକ ଦାସ ଫାଉଣ୍ଡେସନର ସଚିବ ଭବପ୍ରସାଦ ଦାସ ,ପୂର୍ବତନ ସାଂସଦ ଅଞ୍ଚଳ ଦାସ, ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇ ମା’ବିରଜାଙ୍କ ମହିମା ବର୍ଣ୍ଣନା କରିଥିଲେ ।ଏହି ଅବସରରେ ବିଭିନ୍ନ୍ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା Iପରିଶେଷରେ ସାଂସ୍କୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଖପ୍ରାଖୋଲ ରେ ଖରିଫ ଧାନ ମଣ୍ଡି ଉଦଘାଟନ କଲେ ଜିଲ୍ଲାପାଳ

Posted by - November 25, 2022 0
ଖପ୍ରାଖୋଲ: ୨୫/୧୧ ( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ସ୍ଥାନୀୟ ଉପବଜାର ପ୍ରାଙ୍ଗଣ ଠାରେ ଖରିଫ ଧାନ ମଣ୍ଡି ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ…

ସୂର୍ଯ୍ୟାଲୋକ ସମାଜସେବା ପରିବାର ଦ୍ୱାରା ବାପାମାଆ ଛେଉଣ୍ଡ ନିଷ୍ପେସିତ ପରିବାରକୁ ଆର୍ଥିକ ସହାୟତା

Posted by - September 19, 2020 0
ଯାଜପୁର/ଯାଜପୁର :ଭଦ୍ରକ ଜିଲ୍ଲା ର ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ମଞ୍ଜୁରୀରୋଡ଼ ର ଏକ ନିଷ୍ପେସିତ ପରିବାର, ସମୟର କ୍ରୁର କରାଳ ସ୍ରୋତ ରେ ପାଞ୍ଚ ପାଞ୍ଚ ଟି…

ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଗାନ୍ଧୀ ଜୟନ୍ତୀ ପାଳିତ

Posted by - October 2, 2022 0
ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଧର୍ମଗଡ ସର୍ବୋଦୟ ସମିତି ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୩ ତମ ଗାନ୍ଧୀ ଜୟନ୍ତୀ ଆଜି ପାଳିତ ହୋଇ ଯାଇଛି। ଏହି ଅବସରରେ…

Leave a comment

Your email address will not be published.