ଗୋରୁ ଚରିବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ,ଆକ୍ରମଣରେ ଜଣେ ମୃତ

500 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବିଲରେ ଗୋରୁ ଚରିବାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ । ଆକ୍ରମଣରେ ଜଣେ ମୃତ ଜଣେ ଗୁରୁତର । ଯାଜପୁର ଜିଲା ମଂଗଳପୁର ଥାନା ଅର୍ଦାଳୁଆ ପଂଚାୟତ କୁଅଁରସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଉଛନ୍ତି କାର୍ତିକ ଯେନା । ଅଭିଯୋଗ ମୁତାବକ କାର୍ତିଙ୍କ ବିରି ବିଲରେ ପିତବାସ ମହାପାତ୍ରଙ୍କର ଗାଈ ପଶି ପଂସଲ ନଷ୍ଟ କରିଦେଇଥିଲା । ଏହାକୁ ଦେଖି କାର୍ତିକ ଏବଂ ତାଙ୍କ ଭାଈ ବଂଶିଧର ପିତବାସଙ୍କୁ ଗାଳିଗୁଲଜ କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପିତବାସଙ୍କର ଦୁଇ ପୁଅ ସୌମ୍ୟରଂଜନ ଓ ଦିପ୍ତିରଂଜନ ଉଭୟଙ୍କୁ ଆକ୍ରମଣ କରିଥିଲେ ।

ଆକ୍ରମଣରେ ଉଭୟ କାର୍ତିକ ଏବଂ ବଂଶିଧର ଗୁରୁତର ହୋଇଥିଲେ । ଉଭୟଙ୍କୁ ପ୍ରଥମେ ଯାଜପୁର ମୁଖ୍ୟଡାକ୍ତରଖାନା ଓ ପରେ କଟକ ବଡଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ କାର୍ତିକଙ୍କର ମୃତ୍ୟୁ ହୋଇଯାଇଥିଲା । ବଂଶିଧରଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି । ଏ ନେଇ ଅଭିଯୋଗ ପାଇବା ପରେ ସ୍ଥାନୀୟ ପୋଲିସ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଘଟଣାସ୍ଥଳରୁ ଅଭିଯୁକ୍ତ ଦ୍ୱୟ ପେଂରାର ଥିବା ଯାଜପୁର ଟାଉନ ଏସଡିପିଓ ସୂଚନା ଦେଇଛନ୍ତି ।

Related Post

ନିଶାସେବନକାରି ବ୍ୟକ୍ତିଙ୍କ ପାଇଁ ଆଜି ସମାଜ ଓ ବହୁତ୍ ପରିବାର ଅଶାନ୍ତି/ଦୁଃଖରେ – ଦାୟି କିଏ ?

Posted by - September 19, 2022 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ସମାଜରେ ବଞ୍ଚିବାକୁ ହେଲେ ମଣିଷକୁ ଗୋଟିଏ ସୁଖୀ ପରିବାର, ରୋଜଗାର ଏବଂ ଶାନ୍ତି ଦରକାର। ଏହି ଖୁସି ପାଇବାକୁ ହେଲେ…

ବୌଦ୍ଧ ଜିଲ୍ଲା ରେ ଶାନ୍ତି ଶୃଙ୍ଖଳା ସହିତ ସେବାସମବାୟ ସମିତି ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ

Posted by - June 20, 2022 0
ବୌଦ୍ଧ :(ଚିତ୍ତ ରଂଜନ ସିଂ) ବୌଦ୍ଧ ଜିଲ୍ଲାରେ ସମବାୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଜାରିରହିଛି । ଜିଲ୍ଲାର ତିନୋଟି ବ୍ଲକରେ ସମବାୟ ସମିତିର ନିର୍ଦ୍ଦେଶକ ପଦ ପାଇଁ…

ଅଲ ଓଡିଶା ଇ ପି ଏଫ ପେନ୍ସନର ସଙ୍ଘର ବାର୍ଷିକ ସମ୍ମିଳନୀ

Posted by - January 2, 2022 0
ନବରଙ୍ଗପୁର;(ବେଣୁ ଗୋପାଳ ରାଓ)ନବରଙ୍ଗପୁର ଚାମୁରିଆଗୁଡା ଠାରେ ଉଠାଜଳସେଚନ କାର୍ଯାଳୟ ରେ ଅଲ ଓଡିଶା ଇ ପି ଏଫ ପେନସନର ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି…

ଅନୁଗୁଳ ହନୁମାନ ଭକ୍ତ ମଣ୍ଡଳୀ ଆନୁକୂଲ୍ୟରେ ଦ୍ବିଦିବସୀୟ ୨୧ ତମ ବାର୍ଷିକ ଶହସ୍ର କୁମ୍ଭ ସ୍ଥାପନ ଓ ୧୦୮ ହନୁମାନ ଚାଳିଶା ପାଠ

Posted by - December 23, 2019 0
ଅନୁଗୁଳ: ହନୁମାନ ଭକ୍ତ ମଣ୍ଡଳୀ ଆନୁକୂଲ୍ୟରେ ଦ୍ବିଦିବସୀୟ ୨୧ ତମ ବାର୍ଷିକ ଶହସ୍ର କୁମ୍ଭ ସ୍ଥାପନ ଓ ୧୦୮ ହନୁମାନ ଚାଳିଶା ପାଠ ଅମଲାପଡା ସ୍ଥିତ ବାସନ୍ତୀ…

ଜହ୍ନାପଡାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ

Posted by - December 1, 2021 0
ବରଗଡ/ଅତାବିରା:ଜିଲ୍ଲାର ବିଭିନ୍ନ ବ୍ଲକରେ ରାଜ୍ୟ ସରକାରଙ୍କ ତରଫରୁ ଜନସାଧାରଣଙ୍କ ହିତରେ ଆଗକୁ ନିର୍ବାଚନ କୁ ଆଖିଆଗରେ ରଖି ଚାଲିଛି ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ।ଉଭୟ…