ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅଞ୍ଚଳରେ କାର୍ଯ୍ୟ କରୁଥିବା ବିଦୂତିକ ଓ ଛପା ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ବରୀ ବ୍ଲକ କଂଗ୍ରେସ ନେତା ଉମେଶ ଜେନା ସମ୍ବର୍ଦ୍ଧିତ କରିଛନ୍ତି । ସାମ୍ବାଦିକ ମନେ ଦେଶର ଗୁରୁ ଦାଇତ୍ୱ ଗ୍ରହଣ କରୁଛନ୍ତି ।ଉମେଶ ଙ୍କ ରତ୍ନଗିରି ସ୍ଥିତ ନିଜ ବାସଭବନରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କାର୍ଯ୍ୟରତ ବରୀ ଅଞ୍ଚଳର ସମସ୍ତ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ କରୋନା ମୁକାବିଲାରେ ପ୍ରକୃତ ଯୋଦ୍ଧା କହିବା ସହିତ ଶ୍ରୀ ଜେନା ସମ୍ଵର୍ଦ୍ଧିତ କରିଥିଲେ । ଏହି ଅବସରରେ ଶ୍ରୀ ଜେନା ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉପଢୌକନ, ଫୁଲତୋଦା ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ଏହି ସମ୍ବର୍ଦ୍ଧନା ଉତ୍ସବରେ ବାଞ୍ଛାନିଧି ସାହୁ, ସଞ୍ଜୟ କୁମାର ବେହେରା, ପ୍ରତାପ କୁମାର ଦାସ, ହିମାଂଶୁ ଶେଖର ଦାଶ, ମହେନ୍ଦ୍ର କୁମାର ସ୍ଵାଇଁ, ଅଜୟ କୁମାର ଜେନା , ସ୍ମରଜିତ ମହାନ୍ତି, ଦର୍ଶନ ବେହେରା, ପ୍ରଶାନ୍ତ ଦ୍ୱାବେଦୀ , ରାଜ କୁମାର ମହାନ୍ତି, ଉତ୍କଳ କେଶରୀ ନାୟକ, ବିଶ୍ଵଭୂଷଣ ଜେନା, ସ୍ନେହାଂଶୁ ଶେଖର ମହାନ୍ତି, ବ୍ରଜ କିଶୋର ଜେନା, ସତ୍ୟଜିତ ବାରିକ , ପ୍ରଦୀପ କୁମାର ମହାରଣା ପ୍ରମୁଖ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଂମାନିତ କରିଥଲେ ।