କଟକ :ଓଡିଆ ଧାରବାହିକ ଅଭିନେତ୍ରୀ ନିକିତଙ୍କ ସନ୍ଦେହଜନକ ମୃତ୍ୟୁ ଯୋଗୁଁ ତାଙ୍କ ସ୍ବାମୀ ଲିପନ ସାହୁଙ୍କୁ କଟକ ଚାଉଳଆଗଞ୍ଜ ପୋଲିସ ଗତ ୭ ତାରିଖରେଗିରଫ କରିଛି । ମୃତ ନିକିତାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ଲିପନଙ୍କ ବା ଓ ମାଙ୍କୁ ମଧ୍ୟ ଥାନାରେ ହାଜର ହେବା ପାଇଁ ପୋଲିସ ନୋଟିସ ଜାରି କରିଥିଲା । ତେବେ ପୋଲିସ ନୋଟିସ ପାଇବା ପରଠୁ ସେମାନେ ଫେରାର ଅଛନ୍ତି ।ତେବେ ଫେରାର ଥିବା କାରଣରୁ ଲିପନଙ୍କ ବାପା ମା ହାଜର ହୋଇନଥିବା ଡିସିପି କହିଛନ୍ତି । ତେବେ ଆଜି ପୁଣି ତାଙ୍କୁ ନୋଟିସ ଦିଆଯିବା ସହ ତାଙ୍କ ଘରେ ନୋଟିକୁ ଲଗାଯାଇଛି ବୋଲି କହିଛନ୍ତି ଡିସିପି।ଲଟକାରେ ୧୯ ତାରିଖ ଦିନ ୧୧ଟା ସୁଦ୍ଧା ଉଭୟ ଚାଉଳିଆଗଂଜ ଥାନାରେ ହାଜର ପାଇଁ ନିର୍ଦ୍ଦେଶ ରହିଛି।
