ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ଗମୁ ଗ୍ରାମର କାର୍ତ୍ତିକେଶ୍ଵର କ୍ଲବ ର ସଦସ୍ୟ ମାନେ ଏକ ବିରଳ ଚିନ୍ତା ଧାରା ନେଇ ସ୍ୱଚ୍ଛ|କୃତ ଭାବେ ଗ୍ରାମର ବିଭିନ୍ନ ସ୍ଥାନରେ ସାନିଟାଇଜର ସ୍ପେ କରିବା ସହ କରୋନା ସମ୍ବଧରେ ସଚେତନ କରାଇ ଥିଲେ ଓ ଲୋକ ମାନଙ୍କୁ ବିନାକାରଣରେ ନ ବାହାରିବା ପାଇଁ ଉପଦେଶ ଦେଇଥିଲେ ।ଏଥି ସହିତ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଛଅ ହଜାର ଓ ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଛଅ ହଜାର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ କୁ ଅବସର ପ୍ରାପ୍ତ ଶିକ୍ଷକ ମାର୍କଣ୍ଡ ଚନ୍ଦ୍ର ନାୟକ ଙ୍କ ନେତୃତ୍ୱରେ କିଛି ସ୍ୱୟଂସହାୟିକା ଗୋଷ୍ଠି ର ମହିଳା ମାନଙ୍କୁ ନେଇ ମାସ୍କ ତିଆରି କରିବା ଓ ବାଣ୍ଟିବାସହ ସାବୁନ ଦେଇଥିଲେ । କିପରି କରୋନା ଠାରୁ ଦୂରେଇ ରହିବେ ସେ ବିଷୟରେ ସଚେତନ କରାଇ ଥିଲେ । ଏହି କାର୍ଯ୍ୟକ୍ରମ ରେ କ୍ଲବ ର ସଶସ୍ଯ ମାନେ ପୂର୍ଣ ସହଯୋଗ କରିଥିବାର ଦେଖା ଯାଇଥିଲା ।