ମୋଦିଙ୍କ ଉପରେ ବରସିଲେ ତୋଗଡିଆ,ଓଡ଼ିଶାର ସବୁ ଆସନରେ ପ୍ରାର୍ଥୀ ଦେବେ

1158 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବିଶିଷ୍ଟ ହିନ୍ଦୁବାଦୀ ନେତା ତଥା ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ମହାସଚିବ ଡା.ପ୍ରବୀଣ ଭାଇ ତୋଗାଡିଆ ଯାଜପୁର ଗସ୍ତରେ ଆସି ବ୍ୟାସନଗରରେ ପହଞ୍ଚିଥିଲେ । ଏଠାରେ ଆୟୋଜିତ ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇ ତୋଗାଡିଆଜୀ ରାମମନ୍ଦିର ନିର୍ମାଣ, ଗୋହତ୍ୟା ସମ୍ପୂର୍ଣ୍ଣ ବନ୍ଦ କରିବା ଓ ବେକାରଙ୍କୁ ନିଯୁକ୍ତି ଦାବୀ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରସଙ୍ଗ ଉତଥାପନ କରିଥିଲେ । ସେ ତାଙ୍କ ଭାଷଣରେ ମୋଦୀ ସରକାରଙ୍କୁ ଭର୍ତ୍ସନା କରିବା ସହିତ କଡା ସମାଲୋଚନା କରିଥିଲେ । କେନ୍ଦ୍ରରେ ବିଜେପିର ମୋଦି ସରକାର ନିଜ ପ୍ରତିଶୃତି ରକ୍ଷା କରିବାରେ ବିଫଳ ହୋଇଛି । ବେକାର ମାନଙ୍କୁ ରୋଜଗାର ମିଳୁନି କିମ୍ବା ଦେଶରୁ ଗୋହତ୍ୟା ବନ୍ଦ ହେଉନି । ଚାଷୀଙ୍କୁ ସୁରକ୍ଷା ଦେବାରେ ମଧ୍ୟ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି । ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପ୍ରସଙ୍ଗରୁ ତ ବିଜେପି ସମ୍ପୂର୍ଣ୍ଣ ଦୂରେଇଯାଇଛି । ବରଂ ଏ ସରକାର ଏକ ହିନ୍ଦୁବିରୋଧି ସରକାର ଭାବେ ପ୍ରମାଣିତ ହୋଇସାରିଛି ବୋଲି ତୋଗାଡିଆଜୀ ତାଙ୍କ ଭାଷଣରେ କହିଥିଲେ ।

ଏହି ସମ୍ମିଳନୀରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ସହସ୍ରାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ସହିତ ଏହି ଅବସରରେ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଯେଉଁଥିରେ ତୋଗାଡିଆଜୀ ହିନ୍ଦୁତ୍ବ ଉପରେ ଗୁରୁତ୍ବ ଆରୋପ କରିବା ସହିତ ଆଗାମୀ ଥର ହିନ୍ଦୁଙ୍କର ସରକାର ଗଠନ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ତୋଗାଡିଆଜୀ ଆବ କି ବାର୍, ହିନ୍ଦୁଓଁ କି ସରକାର ବୋଲି ନାରା ଦେଇଥିଲେ । ଆସନ୍ତା କାଲି ମୋଦୀଙ୍କ ଓଡିଶା ଗସ୍ତ ଥିବା ବେଳେ ଏହାକୁ ନେଇ ମୋଦୀ ଏବେ ଠୁଁ ତାଙ୍କ ନୀତି ବଦଳାନ୍ତୁ, ନଚେତ୍ ଆଗାମୀ ଦିନରେ ସବୁକିଛି ତାଙ୍କ ପାଇଁ ଭାରି ପଡିବ ବୋଲି ତୋଗାଡିଆଜୀ ଚେତାବନୀ ଦେଇଥିଲେ । ସମ୍ମିଳନୀ ଶେଷ ହେବା ପରେ ତୋଗାଡିଆଜୀ କୋପଣ୍ତ ଗାଁକୁ ଯାଇ ରାଜେନ୍ଦ୍ର ସ୍ବାଇଁ ନାମକ ଜଣେ ଯୁବକଙ୍କ ଘରେ ଭୋଜନ କରି ଏଠାରୁ ଫେରିଯାଇଥିଲେ । ତେବେ ତୋଗାଡିଆଜୀ ଏକ ରାଜନୈତିକ ସଂଗଠନ ନିର୍ମାଣ କରିବାକୁ ସ୍ଥିର କରିଥିବା ତାଙ୍କ ବକ୍ତବ୍ୟରୁ ସ୍ପଷ୍ଟ ବାରି ହୋଇଥିଲା ।

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଦେଇଥିବା ପ୍ରତିଶ୍ରୁତି ସାଢେ଼ ଚାରିବର୍ଷ ଶାସନ କାଳରେ ମଧୢ ପୂରଣ କରିପାରିନାହାନ୍ତି। ଦୁଇକୋଟି ଯୁବକଙ୍କୁ କର୍ମନିଯୁକ୍ତି, କୃଷକଙ୍କ ସ୍ବାର୍ଥପାଇଁ ସ୍ବାମୀନାଥନ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବା, ଶହେ କୋଟି ହିନ୍ଦୁଙ୍କ ଆରାଧୢ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ, କାଶ୍ମୀରରେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର ସମାଧାନ ନେଇ ନିର୍ବାଚନୀ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ଆଜି ପର୍ଯ୍ୟନ୍ତ ପୁରଣ ହୋଇନାହିଁ। ପେଟ୍ରୋଲ ଡିଜେଲ ଦାମ କମ୍‌ କରିବା ପରିବର୍ତ୍ତେ ପ୍ରତିଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହିତ, ମୋଦୀ ସରକାର କୃଷକ ଓ ଯୁବକ ସହ ପ୍ରତାରଣା କରିଛନ୍ତି ବୋଲି ଶ୍ରୀ ପ୍ରବୀଣ ଭାଇ ତୋଗଡ଼ିଆ ଯାଜପୁର ଜିଲା ବ୍ୟାସନଗର ରେଏକ ସଭାରେ କହିଥିଲେ।ଏହି ଅବସରରେ ଶ୍ରୀ ତୋଗଡ଼ିଆ ସୂଚନା ଦେଇ କହିଥିଲେ ଯେ, ଆସନ୍ତା ଜାନୁଆରି ଶେଷ ସୁଦ୍ଧା ନୂତନ ଦଳ ଗଠନ କରିବେ । ଓଡିଶାର ସମସ୍ତ ବିଧାନ ସଭା ଓ ଲୋକସଭା ଆସନରେ ଦଳପକ୍ଷରୁ ପ୍ରାର୍ଥୀ ଦିଆଯିବ।

Related Post

ବହୁଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ, ପୀଡିତ ପରିବାର କୁ ନ୍ୟାୟ ଦାବିରେ ଆନ୍ଦୋଳନ କୁ ତୀବ୍ର କଲା କଂଗ୍ରେସ

Posted by - November 5, 2021 0
କଳାହାଣ୍ଡି:'(ନରେନ୍ଦ୍ର ନେଗୀ/ଅର୍ଜୁନ ପଟ୍ଟନାୟକ)ମମିତା ମେହେର ହତ୍ୟା ମାମଲା ରେ ପୀଡିତ ପରିବାର କୁ ନ୍ୟାୟ ଦାବିରେ ଆନ୍ଦୋଳନ କୁ ଜୋରଦାର୍ କରିଛି କଂଗ୍ରେସ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ…

ବିଜୁ ଜନତା ଦଳ ରୌପ୍ୟ ଜୟନ୍ତୀ ପାଳନ

Posted by - December 26, 2021 0
ମାଥିଲି:(ଅବଦୁଲ ଗନି) ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ଶ୍ରୀ ପୁର୍ଣଚନ୍ଦ୍ର ବାକା ଙ୍କ ନେତୃତ୍ୱ ରେ ମାଥିଲି ଶହୀଦ ଲକ୍ଷ୍ମଣ ନାୟକ ଭବନ…

ଆସନ୍ତା ପୌର ନିର୍ବାଚନ ପାଇଁ ଟିଟିଲାଗଡ଼ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ

Posted by - March 4, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଆସନ୍ତା ୨୪ ତାରିଖରେ ହେବ ପୌର ନିର୍ବାଚନ, ଏହାକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଚୟନ…

କଂଗ୍ରେସ ଇସ୍ତାହାର କମିଟିରୁ ବାଦ ପଡ଼ିଲେ ଶ୍ରୀକାନ୍ତ ଜେନା

Posted by - December 6, 2018 6
ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପଡ଼ିଛନ୍ତି  ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ଅଲ୍‌ ଇଣ୍ଡିଆ କଂଗ୍ରେସ୍‌ କମିଟି (ଏଆଇସିସି)…

ବିଦ୍ୟୁତ ଦର ବୃଦ୍ଧି ପ୍ରତିବାଦରେ ବିଜେପି ବିଦ୍ୟୁତ କାର୍ଯ୍ୟାଳୟ ଘେରିଲା

Posted by - July 19, 2021 0
ବରୀ 🙁 ସ୍ନେହାଂଶୁ ଶେଖର ମହାନ୍ତି )ଅହେତୁକ ବିଦ୍ୟୁତ ଦର ବୃଦ୍ଧି ଓ ଅଘୋଶିତ ଭାବେ ବାରମ୍ବାର ବିଦ୍ୟୁତ କାଟ ପ୍ରତିବାଦରେ ଆଜି ବଜେପି ଦଳ ବରୀ…

Leave a comment

Your email address will not be published.