ଭୁବନେଶ୍ବର : ବିଜେଡିରେ ଯୋଗଦେଇଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଚକ୍ରଧର ପାଇକ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ ନିବାସରେ ଅାୟୋଜିତ ମିଶ୍ରଣ ପର୍ବରେ ଶତାଧିକ ସମର୍ଥକଙ୍କ ସହ ଚକ୍ରଧର ପାଇକ ବିଜେଡିରେ ସାମିଲ ହୋଇଛନ୍ତି। ଗଜପତି ଜିଲ୍ଲା ମୋହନାରୁ ଦୁଇଥର ବିଧାୟକ ହୋଇଥିଲେ ଚକ୍ରଧର ପାଇକ । ୨୦୦୯ରୁ ୨୦୧୪ ମଧ୍ୟରେ ସେ ବିଧାନସଭାର ଉପନେତା ବି ଥିଲେ ।
ତେବେ ପୂର୍ବତନ କଂଗ୍ରେସ ବିଧାୟକ ଚକ୍ରଧର ବିଜେଡ଼ିରେ ଯୋଗଦେବା ପରେ ମୋହନା ଅଞ୍ଚଳରେ ନିର୍ବାଚନୀ ମାହୋଲରେ ଉଷ୍ମତା ଦେଖାଦେଇଛି । ସେପଟେ ବିଜେଡ଼ିରେ ସାମିଲ ହୋଇ ଘରବାହୁଡ଼ା ଭଳି ଲାଗୁଛି ବୋଲି କହିଛନ୍ତି ଚକ୍ରଧର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଜ୍ୟ ପ୍ରତି ସମର୍ଥିତ କାର୍ଯ୍ୟକାଳାପ ଏବଂ ସୁଶାସନ ଓଡ଼ିଶାର ବିକାଶ ପଥରେ ଅଗ୍ରଣୀ ଭୂମିକା ନିର୍ବାହ କରିବ । ଏହାକୁ ସଫଳ କରାଇବାକୁ ଆମ୍ଭେମାନେ ଦାୟିତ୍ୱ ତୁଲାଇବୁ ବୋଲି ବିଜେଡ଼ିରେ ସାମିଲ ହୋଇଥିବା ଅବସରରେ କହିଛନ୍ତି ଚକ୍ରଧର ।