ପୁରୀ : (ମନୋଜ କୁମାର ବଳିୟାରସିଂ)ପୁରୀ ଗୋପୀନାଥପୁର ଗ୍ରାମ ପଞ୍ଚାୟତ ର ତଳ ନୂଆ ସାହିରେ ମାଆ ମଙ୍ଗଳା ଙ୍କ ବାର୍ଷିକ ଉତ୍ସବ ବେଶ ଧୁମଧାମରେ ଅନୁଷ୍ଠିତ ହୋଇଯାଇଅଛି ।ଏହି ଅବସରରେ ନାଗା ମେଢ଼ ସହିତ ବିଭିନ୍ନ ପ୍ରକାରର ପାରମ୍ପରିକ ନୃତ୍ୟ ପଦର୍ଶନ କରାଯାଇଥିଲା ।ଶୁକ୍ରବାର ରାମଲୀଳା ନାଟକ,ସନିବାର ଏବଂ ରବିବାର ଯାତ୍ରା ଦରବାର ତରଫରୁ ଯାତ୍ରା ମଧ୍ୟ ଅନୁଷ୍ଠିତ କରାଯାଇଥିଲା।ସ୍ଥାନୀୟ ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ ଅତ୍ୟନ୍ତ ସୁଚାରୁ ରୁପେ କାର୍ଯ୍ୟକ୍ରମ ସଞ୍ଚାଳନ କରାଯାଇଥିଲା।ସ୍ଥାନୀୟ ମୁରବୀ ହିସାବରେ ରାଜକିଶୋର ରାଉତ(ପୂର୍ବତନ ସରପଞ୍ଚ) ଙ୍କ ପ୍ରତକ୍ଷ ତତ୍ୱବଧାନରେ ସମସ୍ତ କାର୍ଯ୍ୟ ପାରିଚାଳିତ କରାଜାଉଥିଲା।