
ପୁରୀ: (ମନୋଜ କୁମାର ବଳିଆରସିଂ)ପୁରୀ।ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ଏକାଡେମୀ ର ଜାତୀୟ ପଦକ ବିଜେତା, ଉତ୍ତୀର୍ଣ୍ଣ ବ୍ଲାକ ବେଲ୍ଟ କ୍ରୀଡାବିତ୍, ରେଫରି, ଜିଲ୍ଲା ର ସମସ୍ତ ଟାଏକୋଣ୍ଡୋ ପ୍ରଶିକ୍ଷକ ଙ୍କୁ ପୁଷ୍ପ ଗୁଚ୍ଛ ସହ ସମ୍ମାନପତ୍ର ପ୍ରଦାନ କରି ସମ୍ମାନିତ କରିବା ଉଦ୍ଦେଶ୍ୟରେ ଆୟୋଜିତ କରାଯାଇଥିଲା ବୁଦ୍ଧିଷ୍ଟ ଟାଏକୋଣ୍ଡୋ ଏକାଡେମୀ ପକ୍ଷରୁ ବାର୍ଷିକ ଉତ୍ସବ।ଉତ୍ସବ ପ୍ରାରମ୍ଭ ରୁ ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କୁ ପୁଷ୍ପମାଲ୍ୟ , ଧୂପ, ଦୀପ ମୁଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ଅର୍ପଣ କରାଯାଇଥିଲା।
ଏହାପରେ ସାଂସ୍କୃତିକ ନୃତ୍ୟ ପରିବେଷଣ ଓ ଏକାଡେମୀ ର କ୍ରୀଡାବିତ୍ ମାନଙ୍କ ଦ୍ଵାରା ଦୃଷ୍ଟି ଆକର୍ଷଣ କରୁଥିବା ଟାଏକୋଣ୍ଡୋ ସମର କଳାର ଡେମୋନଷ୍ଟ୍ରେଶନ ପର୍ଯ୍ୟବେଷଣ କରାଯାଇଥିଲା।
ଏହି ଉତ୍ସବ ରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁନିଲ ମହାନ୍ତି ମୁଖ୍ୟ ଅତିଥି ରୂପେ ଆମନ୍ତ୍ରିତ ହୋଇଥିଲା ବେଳେ, ଓଡ଼ିଆ ଟାଏକୋଣ୍ଡୋ ସଂଘ ର ସାଧାରଣ ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ, ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ , ପୁରୀ ଟାଏକୋଣ୍ଡୋ ଆସୋସିଏସନ୍ ସଭାପତି ଶ୍ରୀ ଧବଳେଶ ମହାପାତ୍ର, ଓଡ଼ିଶା ଆଥଲେଟିକ୍ ଆସୋସିଏସନ୍ ର କୋଷାଧ୍ୟକ୍ଷ ଶ୍ରୀ ରବିଶଙ୍କର ପ୍ରତିହାରୀ, ପୂର୍ବତନ କୁସ୍ତି ଯୋଦ୍ଧା ଶ୍ରୀ ଭଗଵାନ ସୂପୋକାର, ଶିଶୁ ସମାଚାର ସମ୍ପାଦକ ଶ୍ରୀ ସୁକାନ୍ତ ପଣ୍ଡା, କ୍ରୀଡା ଶୁଭେଚ୍ଛୁ ଶ୍ରୀ ସନ୍ତୋଷ ଚନ୍ଦୁକା ଓ କ୍ରୀଡ଼ା ଶୁଭେଚ୍ଛୁ ଶ୍ରୀମତୀ ଭାରତୀ ନାୟକ ସମେତ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଶେଷରେ କ୍ରୀଡାବିତ୍ ମାନଙ୍କୁ କ୍ରୀଡା ପ୍ରତି ଆହୁରି ଉତ୍ସାହିତ ଓ ପ୍ରେରିତ କରିବା ପାଇଁ ଏହି ପରି ବାର୍ଷିକ ଉତ୍ସବ ଆୟୋଜନ କରିବା ଉଚିତ୍ ବୋଲି ଏକାଡେମୀ ର ମୁଖ୍ୟ ପ୍ରଶିକ୍ଷକ ଶ୍ରୀ ବିଶ୍ଵନାଥ ନାୟକ ମତବ୍ୟକ୍ତ କରିଥିଲେ।