ପୁରୀ ୧୩/୦୫: ପରମ ପୂଜ୍ୟ ସଦଗୁରୁ ଶ୍ରୀ ଶ୍ରୀ ରବିଶଙ୍କରଙ୍କ ୬୯ ତମ ଜନ୍ମ ଜୟନ୍ତୀ ମହା ଆଡ଼ମ୍ବରରେ ପୁରୀ ଆର୍ଟ ଅଫ ଲିଭିଙ୍ଗ ପକ୍ଷରୁ ପୁରୀ ପୌର ସଦନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଅବସରରେ ପ୍ରଭାତରେ ଗୁରୁଜୀ ଶ୍ରୀ ଶ୍ରୀ ରବିଶଙ୍କର ଦ୍ୱାରା ପ୍ରଦତ୍ତ ସୁଦର୍ଶନ କ୍ରିୟା ପୁରୀ ସମେତ ବିଶ୍ବର ୧୮୦ ଦେଶ ରେ ଏକ ସମୟରେ ଅନୁଷ୍ଠିତ ହୋଇଥିଲା। ପୁରୀ ରେ ପ୍ରଶିକ୍ଷକ ପ୍ରଦୀପ ସାହୁ, ଅଶୋକ ମିଶ୍ର, ଗୀତା ଜେମା ଙ୍କ ତତ୍ବାବଧନରେ ଅନୁଷ୍ଠିତ ହୋଇଥଲା। ସୁଭାଷ ଦାଶ ଙ୍କ ଦ୍ବାରା ଗୁରୁ ପୂଜା ଅନୁଷ୍ଠିତ ହୋଇଥିଲା।ଏହା ପରେ କଚେରି ଛକରେ ଅଶୋକ ଚୌଧୁରୀ ଓ ହରିହର ସାହୁ ଙ୍କ ତତ୍ତ୍ଵାବଧାନରେ ଦହି ସର୍ବତ ବଣ୍ଟନ କରାଯାଇଥିଲା। ସନ୍ଧ୍ୟା ସମୟ ରେ ମହା ସତସଙ୍ଗ ଆୟୋଜନ କରାଯାଇଥିଲା।

ଏହି ଅବସରରେ ସମାଜ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ ଉମେଶ ଦାଶ, ଜଗନ୍ନାଥ ସାହୁ ଓ ଅଭୟ ନାୟକ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସଂଯୋଜକ ବ୍ରଜ କିଶୋର ସାହୁ ଙ୍କ ସହିତ ଅରୁଣ ମହାନ୍ତି, ପ୍ରବୀର୍ ମହାନ୍ତି, ଶ୍ରୀନିବାସ ପାତ୍ର,ନକୁଳ ସାହୁ, ସଞ୍ଜୀବ ସିହ୍ନା, ପ୍ରଦୀପ ଚାଟାର୍ଜୀ, ସମରେନ୍ଦ୍ର ନାୟକ ଦେବରାଜ ଦାସ ପରିଚାଳନା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ପୁରୁଷୋତ୍ତମ ନନ୍ଦ।ମନୋଜ କୁମାର ବଳୀୟାରସିଂ,ପୁରୀ