ପୁରୀ୦୫/୦୫(ମନୋଜ କୁମାର ବଳୀୟାରସିଂ) ରିଖ ସୋମବାର ଦିନ ମର୍ଚିକୋଟ ଛକ ନିକଟରେ ପୁରୀ ଡ୍ୟାନ୍ସ ଏକାଡେମୀ ର ରୌପ୍ୟ ଜୟନ୍ତୀ ଅବସରରେ ପାରମ୍ପାରିକ ଦେବଦାସୀ ମାହାରୀ ନୃତ୍ୟୋତ୍ସବ ୨୦୨୫ ମହାସମାରୋହରେ ପାଳିତ ସୋଇଯାଇଛି। ଉକ୍ତ ଉତ୍ସବରେ ପ୍ରାୟ ୬୦ରୁ ଅଧିକ ନୃତ୍ୟ ଶିଳ୍ପୀ ମାନେ ସିଂହଦ୍ଵାର ସମ୍ମୁଖରୁ ଶ୍ରୀ ଜୀଉଙ୍କ ଚନ୍ଦନ ଶୋଭାଯାତ୍ରା ପଟୁଆରରେ ପାରମ୍ପରିକ ଦେବଦାସୀ ମାହାରୀ ନୃତ୍ୟ ପରିବେଷଣ କରିଥିଲେ। ସଂଧ୍ୟା ଘ ୬:୩୦ ମି ସମୟରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସାଂସ୍କୃତିକ କାର୍ଯକ୍ରମର ଶୁଭାରମ୍ଭ ହୋଇଥିଲା।

ମୁଖ୍ୟ ଅତିଥି ରୂପେ ପୁରୀ ଶ୍ରୀ ମନ୍ଦିର ଛତିଶା ନିଯୋଗ ମହାନାୟକ ଶ୍ରୀ ଜନାର୍ଦ୍ଦନ ପଟ୍ଟଯୋଷି , ସମ୍ମାନିତ ଅତିଥି ରୂପେ ଏସ.ପି ଶ୍ରୀ ମନ୍ଦିର ପ୍ରଶାସକ ଶ୍ରୀ ହେମନ୍ତ କୁମାର ପାଢ଼ୀ, ଶ୍ରୀ ମନ୍ଦିର ସହ ପ୍ରଶାସକ ଶ୍ରୀମତୀ ଶ୍ୱେତପଦ୍ମା ଶତପଥୀ, ବରିଷ୍ଠ ଦଇତାପତି ଶ୍ରୀ ରାମଚନ୍ଦ୍ର ଦାସମହାପାତ୍ର, ବରିଷ୍ଠ ସିଂହାରୀ ସେବାୟତ ଶ୍ରୀ ମଧୁସୂଦନ ସିଂହାରୀ, ସମାଜ ସେବୀ ଡ଼ ହରି ବଲ୍ଲଭ ମହାପାତ୍ର ଓ ଗୁରୁ ଇଷ୍ଟେଟ ମୁଖ୍ୟ ଶ୍ରୀ ନାରାୟଣ ଗୁରୁ ପ୍ରମୁଖ ମଞ୍ଚାସୀନ ଥିଲେ। ସଂଧ୍ୟା ଘ୭:୦୦ ଟା ଠାରୁ ସାଂସ୍କୃତିକ କାର୍ଯକ୍ରମ ଆରମ୍ଭ ହୋଇଥିଲା।

ପୁରୀ ଡ୍ୟାନ୍ସ ଏକାଡେମୀର କଳାକାର ମାନଙ୍କ ଦ୍ବାରା ଜଗନ୍ନାଥାଷ୍ଟକଂ, ରାଧା ରାଣୀ ସଙ୍ଗେ ନାଚନ୍ତି ମୁରଲୀ ପାଣି, ଦେଖ- ଗୋ, ଗୀତ ଗୋବିନ୍ଦ, ସାରି ବାରି ବିହାର, ଆଦି ନୃତ୍ୟ ମାହାରୀ ଶୈଳୀ ରେ ପରିବେଷଣ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଅତିଥି କଳାକାର ରୂପେ କୃଷ୍ଣ ମଣି କଳାପିଠ, ଚାରୁନର୍ତ୍ତନ, ନାଚଘର, ବୈଭବି କଳା କେନ୍ଦ୍ରର କଳାକାର ମାନେ ପାରମ୍ପରିକ ଦେବଦାସୀ ମାହାରୀ ନୃତ୍ୟ ପରବେଷଣ କରିଥିଲେ। ଅନୁଷ୍ଠାନର ସମ୍ପାଦକ ଗୁରୁ ଶ୍ରୀ ନାରାୟଣ ପାଣ୍ଡେ ସଭା କାର୍ଯ୍ୟ ପରିଚାଳନା କରିଥିଲେ,