
ପୁରୀ : ( ମନୋଜ କୁମାର ବଳିଆରସିଂ)ପୁରୀସଚେତନ ନାଗରିକ ମଞ୍ଚ, ଓଡିଶା (ରାଜ୍ୟର ଅଗ୍ରଣୀ ସାମାଜିକ ଅନୁଷ୍ଠାନ)ର ୨୭ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି lଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ସନ୍ତୋଷ କୁମାର ସେଠି – ଉପ ନିର୍ଦ୍ଦେଶକ ଡି.ଆଇ.ପି.ଆର୍.ଓ, ପୁରୀ ଯୋଗ ଦେଇଥିଲେ l ସମ୍ମାନିତ ଅତିଥିଭାବେ ପ୍ରମୋଦ କୁମାର କର – ବ୍ଳକ ଶିକ୍ଷାଅଧିକାରୀ, ପୁରୀ ଯୋଗ ଦେଇଥିଲେ l
ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ମାଧବ ଚନ୍ଦ୍ର ପୂଜାପଣ୍ଡା , ପୁରୀ l ସମାଜସେବୀ, ବରିଷ୍ଠ ସେବାୟତ ଭଗବାନ ମହାସୁଆର । ସଚେତନ ନାଗରିକ ମଞ୍ଚ ର ରାଜ୍ୟ ସଭାପତି ପ୍ରସନ୍ନ କୁମାର ଦାଶ ଏବଂ ଉପସ୍ଥିତ ସଦସ୍ୟ ମାନେ ହେଲେ ସମାଜସେବୀ ଚକ୍ରଧର ମହାପାତ୍ର, ଉପସ୍ଥିତ ଥିବା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ମାନେ ଉପଦେଷ୍ଟା ସମାଜସେବୀ ଗୌରୀଶଙ୍କର ସିଂହାରୀ, ଶିକ୍ଷାବିତ,ଉପଦେଷ୍ଟା ଶିବସୁନ୍ଦର ମିଶ୍ର, ଉପଦେଷ୍ଟା,ସ୍ଥମ୍ଭକାର ହରିଶଙ୍କର ମିଶ୍ର, ଉପଦେଷ୍ଟା,ସାମ୍ବାଦିକ ନାରାୟଣ ଦାଶ, ଉପଦେଷ୍ଟା ରାଜକୁମାର ମହାନ୍ତି, ଉପଦେଷ୍ଟାପ୍ରସନ୍ନ ଦାଶ, ରାଜ୍ୟ ସଭାପତି l ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଉପ-ସଭାପତି l ମନୋଜ କୁମାର ସାମଲ, ଉପ ସଭାପତି, ତନ୍ମୟ ଚାଟାର୍ଜି ସମ୍ପାଦକ,ଅମର ମହାପାତ୍ର ଯୁଗ୍ମ ସମ୍ପାଦକ ,ଅଶୋକ କୁମାର ରାଜ୍ୟ ସହ-ସମ୍ପାଦକ, ଙ୍କ ସହାୟତା ରେ ମେଧାବୀ ବୃତ୍ତି ସମ୍ମାନ ଶିକ୍ଷା ବର୍ଷ-୨୦୨୪- ୨୦୨୫ ପ୍ରଦାନ କରାଯାଇଥିଲା l
ରାଜ୍ୟ ର ଗୋଟିଏ ଅଗ୍ରଣୀ ସାମାଜିକ ସଂଗଠନ ସଚେତନ ନାଗରିକ ମଞ୍ଚ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀ ସହରର ସମସ୍ତ ଏ୧ ଛାତ୍ର ଛାତ୍ରୀ ମାନଙ୍କୁ ତା୨୫.୫.୨୫ରିଖ ଦିନ ୧୦ଘଟିକା ସମୟରେ ପୁରୀ ର ୟୁଥ ହଷ୍ଟେଲ ସମ୍ମିଳନୀ କକ୍ଷରେ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ପୁରୀ ସହରର ଗର୍ବ ଓ ଗୌରବ କୃତି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଏହା ଏକ ପ୍ରୟାସ l ଏଥିରେ ପୁରୀ ଟାଉନ ର ୬ଟି ବିଦ୍ୟାଳୟ ର ମୋଟ ୩୭ଜଣ ଏ-୧ ରେ ପୁରସ୍କୃତ ହୋଇଥିଲେ l ଅବଶିଷ୍ଟ ବ୍ଲକ ଗୁଡିକ ର ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଅବିଭାବକ ମାନେ ଉପସ୍ଥିତ ଥିଲେ l